ବିରାଟ କୋହଲିଙ୍କୁ ଟି-୨୦ ବିଶ୍ଵକପ୍ରେ ମିଳିବନି ସ୍ଥାନ ! ରହିଛି ଗୋଟିଏ ସୁଯୋଗ
ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ଵକପ୍ ୨୦୨୪କୁ ଆଉ ଅଢେଇ ମାସ ସମୟ ବାକି ରହିଛି। ଏପ୍ରିଲ ୩୦ ସୁଦ୍ଧା ସମସ୍ତ ଟିମ୍ ଘୋଷଣା ହୋଇଯିବ। ବିସିସିଆଇ ମଧ୍ୟ ଏପ୍ରିଲ ଶେଷ ସପ୍ତାହ କିମ୍ବା ମେ ପ୍ରଥମ ସପ୍ତାହରେ ଭାରତୀୟ ଦଳ ଘୋଷଣା କରିବ। ତେବେ ବର୍ତ୍ତମାନ ଯେଉଁ ରିପୋର୍ଟ ସାମ୍ନାକୁ ଆସିଛି ତାହା କ୍ରିକେଟ୍ ପ୍ରେମୀଙ୍କୁ ଚକିତ କରିପାରେ। ରିପୋର୍ଟରେ ଏହା ପ୍ରକାଶ ଯେ, ବିରାଟ କୋହଲିଙ୍କୁ ବିଶ୍ଵକପ୍ ଦଳରେ ସ୍ଥାନ ମିଳି ନ ପାରେ। ଏହାପଛର କାରଣ ଦର୍ଶାଯାଇଛି ଓ୍ଵେଷ୍ଟଇଣ୍ଡିଜ ଓ ଆମେରିକାରେ ପିଚ୍ ଧିମା। ତାଙ୍କ ବ୍ୟାଟିଂ ଶୈଳୀରେ ଭାରତକୁ ବିଶେଷ ଫାଇଦା ମିଳିବ ନାହିଁ। ତେବେ ବିରାଟଙ୍କ ପାଖରେ ଆଇପିଏଲ୍ ୨୦୨୪ରେ ଦମଦାର ପ୍ରଦର୍ଶନ କରି ବିଶ୍ଵକପ୍ ଦଳରେ ନିଜକୁ ସାମିଲ୍ କରାଇବା ପାଇଁ ସୁଯୋଗ ରହିଛି।ଦ ଟେଲିଗ୍ରାଫର ରିପୋର୍ଟ ଅନୁଯାୟୀ, ଟି-୨୦ ବିଶ୍ଵକପ୍ ଦଳରେ ନିଜ ସ୍ଥାନ ସୁନିଶ୍ଚିତ କରିବା ପାଇଁ ବିରାଟ କୋହଲିଙ୍କୁ ଆଇପିଏଲ୍ ୨୦୨୪ରେ ବହୁତ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ଚୟନକର୍ତ୍ତା କୋହଲିଙ୍କୁ ଟି-୨୦ ବିଶ୍ଵକପ୍ ପାଇଁ ଚୟନ କରିବାକୁ ସେତେଟା ଆଗ୍ରହୀ ନୁହେଁ। କାରଣ ପ୍ରବନ୍ଧକଙ୍କ କହିବା କଥା ଏହି ଅନୁଭବୀ ଖେଳାଳି ସବୁଠୁ ଛୋଟ ଫର୍ମାଟ୍ରେ ଦଳର ଆବଶ୍ୟକତା ପୂରଣ କରିବାରେ ବିଫଳ ହୋଇଛନ୍ତି। କୋହଲି ଟି-୨୦ ବିଶ୍ଵକପ୍ ୨୦୨୨ ପରଠୁ କୌଣସି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନାହାନ୍ତି। ସେ ରୋହିତ ଶର୍ମାଙ୍କ ସ
ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ଵକପ୍ ୨୦୨୪କୁ ଆଉ ଅଢେଇ ମାସ ସମୟ ବାକି ରହିଛି। ଏପ୍ରିଲ ୩୦ ସୁଦ୍ଧା ସମସ୍ତ ଟିମ୍ ଘୋଷଣା ହୋଇଯିବ। ବିସିସିଆଇ ମଧ୍ୟ ଏପ୍ରିଲ ଶେଷ ସପ୍ତାହ କିମ୍ବା ମେ ପ୍ରଥମ ସପ୍ତାହରେ ଭାରତୀୟ ଦଳ ଘୋଷଣା କରିବ। ତେବେ ବର୍ତ୍ତମାନ ଯେଉଁ ରିପୋର୍ଟ ସାମ୍ନାକୁ ଆସିଛି ତାହା କ୍ରିକେଟ୍ ପ୍ରେମୀଙ୍କୁ ଚକିତ କରିପାରେ। ରିପୋର୍ଟରେ ଏହା ପ୍ରକାଶ ଯେ, ବିରାଟ କୋହଲିଙ୍କୁ ବିଶ୍ଵକପ୍ ଦଳରେ ସ୍ଥାନ ମିଳି ନ ପାରେ। ଏହାପଛର କାରଣ ଦର୍ଶାଯାଇଛି ଓ୍ଵେଷ୍ଟଇଣ୍ଡିଜ ଓ ଆମେରିକାରେ ପିଚ୍ ଧିମା। ତାଙ୍କ ବ୍ୟାଟିଂ ଶୈଳୀରେ ଭାରତକୁ ବିଶେଷ ଫାଇଦା ମିଳିବ ନାହିଁ। ତେବେ ବିରାଟଙ୍କ ପାଖରେ ଆଇପିଏଲ୍ ୨୦୨୪ରେ ଦମଦାର ପ୍ରଦର୍ଶନ କରି ବିଶ୍ଵକପ୍ ଦଳରେ ନିଜକୁ ସାମିଲ୍ କରାଇବା ପାଇଁ ସୁଯୋଗ ରହିଛି।
ଦ ଟେଲିଗ୍ରାଫର ରିପୋର୍ଟ ଅନୁଯାୟୀ, ଟି-୨୦ ବିଶ୍ଵକପ୍ ଦଳରେ ନିଜ ସ୍ଥାନ ସୁନିଶ୍ଚିତ କରିବା ପାଇଁ ବିରାଟ କୋହଲିଙ୍କୁ ଆଇପିଏଲ୍ ୨୦୨୪ରେ ବହୁତ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ଚୟନକର୍ତ୍ତା କୋହଲିଙ୍କୁ ଟି-୨୦ ବିଶ୍ଵକପ୍ ପାଇଁ ଚୟନ କରିବାକୁ ସେତେଟା ଆଗ୍ରହୀ ନୁହେଁ। କାରଣ ପ୍ରବନ୍ଧକଙ୍କ କହିବା କଥା ଏହି ଅନୁଭବୀ ଖେଳାଳି ସବୁଠୁ ଛୋଟ ଫର୍ମାଟ୍ରେ ଦଳର ଆବଶ୍ୟକତା ପୂରଣ କରିବାରେ ବିଫଳ ହୋଇଛନ୍ତି। କୋହଲି ଟି-୨୦ ବିଶ୍ଵକପ୍ ୨୦୨୨ ପରଠୁ କୌଣସି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନାହାନ୍ତି। ସେ ରୋହିତ ଶର୍ମାଙ୍କ ସହିତ ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍ ଖେଳିଥିଲେ। ମାତ୍ର ସେତେଟା ସଫଳ ହୋଇ ନ ଥିଲେ।
ଅନ୍ୟପକ୍ଷେ ବିସିସିଆଇ ସଚିବ ଜୟ ଶାହ ଟି-୨୦ ବିଶ୍ଵକପ୍ ପାଇଁ ରୋହିତ ଶର୍ମାଙ୍କୁ ଅଧିନାୟକ କରାଯାଇଥିବା ସୂଚନା ଦେଇଛନ୍ତି। କିନ୍ତୁ ବିରାଟ କୋହଲିଙ୍କ ଟି-୨୦ ଅନ୍ତର୍ଜାତୀୟରେ ଭବିଷ୍ୟତ ଉପରେ ସେ କିଛି ପ୍ରତିକ୍ରିୟା ଦେଇ ନାହାନ୍ତି। ରିପୋର୍ଟ ଅନୁଯାୟୀ ବିସିସିଆଇ କୋହଲିଙ୍କ ଚୟନ କରାଯିବ କି ନାହିଁ ତାର ଦାୟିତ୍ଵ ମୁଖ୍ୟ ଚୟନକର୍ତ୍ତା ଅଜିତ୍ ଅଗରକରଙ୍କ ଉପରେ ଛାଡ଼ିଛନ୍ତି।
ଦଳ ପ୍ରବନ୍ଧକଙ୍କ କହିବା କଥା ଓ୍ଵେଷ୍ଟଇଣ୍ଡିଜର ଧିମା ପିଚ୍ କୋହଲିଙ୍କୁ ସେତେଟା ସୁହାଇବ ନାହିଁ। ଏଥିପାଇଁ ଅଜିତ ଅଗରକର ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ଉଦ୍ଦେଶ୍ୟରେ କୋହଲିଙ୍କୁ ମନାଇବେ। ବିସିସିଆଇ ଅନୁଯାୟୀ, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ରିଙ୍କୁ ସିଂ ଓ ଶିବମ ଦୁବେଙ୍କ ପରି ଯୁବ ଖେଳାଳି କୋହଲିଙ୍କ ତୁଳନାରେ ଟି-୨୦ ଫର୍ମାଟ୍ରେ ଭାରତ ପାଇଁ ବେଶ ଫାଇଦା ସାବ୍ୟସ୍ତ ହୋଇ ପାରନ୍ତି। ସେପଟେ ଓ୍ଵିକେଟ୍ କିପର ଭାବେ କେଏଲ ରାହୁଲ ଭାରତୀୟ ଦଳର ପ୍ରଥମ ପସନ୍ଦର ଅଛନ୍ତି। ମାତ୍ର ତାଙ୍କର ଷ୍ଟ୍ରାଇକ ରେଟ୍ ସୀମିତ ଓଭର କ୍ରିକେଟରେ ଆଲୋଚନାର ବିଷୟ ପାଲଟିଛି। ଭାରତୀୟ ଦଳ ପାଇଁ ବଡ଼ କଥା ଋଷଭ ପନ୍ତ ଫିଟ୍ ହୋଇ ଯାଇଛନ୍ତି।