ଔଷଧ ପ୍ରତିରୋଧୀ ବ୍ୟାକ୍ଟେରିଆର ମୁକାବିଲା କରିବ ଭାରତ ପ୍ରସ୍ତୁତ ଆଣ୍ଟିବାୟୋଟିକ୍‌

ନୂଆଦିଲ୍ଲୀ,୨ା୧୨ : ଭାରତୀୟ ବୈଜ୍ଞାନିକମାନେ ଏକ ନୂଆ ଆଣ୍ଟିବାୟୋଟିକ୍‌ ବିକଶିତ କରିଛନ୍ତି। ନାଫିଥ୍ରୋମାଇସିନ୍‌ ନାମକ ଭାରତର ଏହି ପ୍ରଥମ ସ୍ବଦେଶୀ ଆଣ୍ଟିବାୟୋଟିକ୍‌ ବିଭିନ୍ନ ଔଷଧକୁ ପ୍ରତିରୋଧ କରୁଥିବା ବ୍ୟାକ୍ଟେରିଆଗୁଡ଼ିକର ମୁକାବିଲା କରିପାରିବ। ଭାରତର ବାୟୋଟେକ୍‌ନିକ୍‌ ବିଭାଗର ବାୟୋଟେକ୍‌ନୋଲୋଜି ଇଣ୍ଡଷ୍ଟ୍ରି ରିସର୍ଚ୍ଚ ଆସିଷ୍ଟାନ୍ସ କାଉନ୍‌ସିଲ (ବିଆଇଆର୍‌ଏସି)ର ଗବେଷକମାନେ ନାଫିଥ୍ରୋମାଇସିନ୍‌ର ବିକାଶ କରିଛନ୍ତି। ଔଷଧ ପ୍ରତିରୋଧୀ ନିମୋନିଆ ଚିକିତ୍ସାରେ ଏହାକୁ ବ୍ୟବହାର କରାଯିବ। ‘ମିକ୍‌ନାଫ୍‌’ ବ୍ରାଣ୍ଡ୍‌ ନାମରେ ଏହି ଔଷଧ ଖୁବ୍‌ଶୀଘ୍ର ବଜାରରେ ଉପଲବ୍ଧ ହେବ। ଆଣ୍ଟିବାୟୋଟିକ୍‌ ଏବଂ ଆଣ୍ଟିଫଙ୍ଗାଲଗୁଡ଼ିକ […] The post ଔଷଧ ପ୍ରତିରୋଧୀ ବ୍ୟାକ୍ଟେରିଆର ମୁକାବିଲା କରିବ ଭାରତ ପ୍ରସ୍ତୁତ ଆଣ୍ଟିବାୟୋଟିକ୍‌ appeared first on Dharitri Odia News.

ଔଷଧ ପ୍ରତିରୋଧୀ ବ୍ୟାକ୍ଟେରିଆର ମୁକାବିଲା କରିବ ଭାରତ ପ୍ରସ୍ତୁତ ଆଣ୍ଟିବାୟୋଟିକ୍‌

ନୂଆଦିଲ୍ଲୀ,୨ା୧୨ : ଭାରତୀୟ ବୈଜ୍ଞାନିକମାନେ ଏକ ନୂଆ ଆଣ୍ଟିବାୟୋଟିକ୍‌ ବିକଶିତ କରିଛନ୍ତି। ନାଫିଥ୍ରୋମାଇସିନ୍‌ ନାମକ ଭାରତର ଏହି ପ୍ରଥମ ସ୍ବଦେଶୀ ଆଣ୍ଟିବାୟୋଟିକ୍‌ ବିଭିନ୍ନ ଔଷଧକୁ ପ୍ରତିରୋଧ କରୁଥିବା ବ୍ୟାକ୍ଟେରିଆଗୁଡ଼ିକର ମୁକାବିଲା କରିପାରିବ। ଭାରତର ବାୟୋଟେକ୍‌ନିକ୍‌ ବିଭାଗର ବାୟୋଟେକ୍‌ନୋଲୋଜି ଇଣ୍ଡଷ୍ଟ୍ରି ରିସର୍ଚ୍ଚ ଆସିଷ୍ଟାନ୍ସ କାଉନ୍‌ସିଲ (ବିଆଇଆର୍‌ଏସି)ର ଗବେଷକମାନେ ନାଫିଥ୍ରୋମାଇସିନ୍‌ର ବିକାଶ କରିଛନ୍ତି। ଔଷଧ ପ୍ରତିରୋଧୀ ନିମୋନିଆ ଚିକିତ୍ସାରେ ଏହାକୁ ବ୍ୟବହାର କରାଯିବ। ‘ମିକ୍‌ନାଫ୍‌’ ବ୍ରାଣ୍ଡ୍‌ ନାମରେ ଏହି ଔଷଧ ଖୁବ୍‌ଶୀଘ୍ର ବଜାରରେ ଉପଲବ୍ଧ ହେବ। ଆଣ୍ଟିବାୟୋଟିକ୍‌ ଏବଂ ଆଣ୍ଟିଫଙ୍ଗାଲଗୁଡ଼ିକ ବଦଳରେ ଅନ୍ୟ ଔଷଧ ବ୍ୟବହାର ପାଇଁ ପ୍ରତିଯୋଗିତା ଚାଲିଥିବାବେଳେ ନୀରବ ମହାମାରୀ ଆଣ୍ଟିମାଇକ୍ରୋବିଆଲ୍‌ ରେଜିଷ୍ଟାନ୍ସ (ଏଏମ୍‌ଆର୍‌)ର ମୁକାବିଲାରେ ନିଫିଥ୍ରୋମାଇସିନ୍‌ ଏକ ବଡ଼ ସଫଳତା। ପ୍ରତିବର୍ଷ ଔଷଧ ପ୍ରତିରୋଧୀ ନିମୋନିଆ ଯୋଗୁ ବିଶ୍ୱବ୍ୟାପୀ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟୁଛି। ବିଶ୍ୱ ନିମୋନିଆ ମାମଲାର ୨୩ ପ୍ରତିଶତ ଭାରତରେ ଦେଖାଦେଇଥାଏ। ଆଜିଥ୍ରୋମାଇସିନ୍‌ ଭଳି ଔଷଧକୁ ନିମୋନିଆ ବ୍ୟାକ୍ଟେରିଆଗୁଡ଼ିକ ପ୍ରତିରୋଧ କରୁଥିବାବେଳେ ନିଫିଥ୍ରୋମାଇସିନ୍‌ ଏହାର ୧୦ ଗୁଣ ପ୍ରଭାବଶାଳୀ ବୋଲି କୁହାଯାଉଛି।

 

The post ଔଷଧ ପ୍ରତିରୋଧୀ ବ୍ୟାକ୍ଟେରିଆର ମୁକାବିଲା କରିବ ଭାରତ ପ୍ରସ୍ତୁତ ଆଣ୍ଟିବାୟୋଟିକ୍‌ appeared first on Dharitri Odia News.