୫୦ରୁ ୬୦ କି.ମି. ବେଗରେ ବହିବ ପବନ: ଅରେଞ୍ଜ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୯ା୪:ରାଜ୍ୟର ବିଭିନ୍ନ ଜିଲାରେ କିଛିଦିନ ହେବ କାଳବୈଶାଖୀ ତାଣ୍ଡବ ରଚୁଛି। ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ପବନ ବ୍ୟାପକ କ୍ଷୟକ୍ଷତି ଘଟାଉଛି। ଶୁକ୍ରବାର ଦ୍ୱୈତନଗରୀ କଟକ ଓ ଭୁବନେଶ୍ୱର ସମେତ ବାଲେଶ୍ୱର, ଭଦ୍ରକ, କଟକ, ଖୋର୍ଦ୍ଧା ଆଦି ଅଧିକାଂଶ ଜିଲାରେ ଝଡ଼ବର୍ଷା ହୋଇଥିଲା। ବହୁ ସ୍ଥାନରେ ଗଛ ଭାଙ୍ଗିପଡ଼ିବା ସହ ଫସଲ ନଷ୍ଟ ହୋଇଛି। ବହୁ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବ୍ୟାହତ ହୋଇଥିବାବେଳେ କେତେକ ସ୍ଥାନରେ କାଳବୈଶାଖୀଜନିତ ଅଘଟଣ ଦେଖିବାକୁ ମିଳିଛି। ୨୫ ତାରିଖ ପର୍ଯ୍ୟନ୍ତ […] The post ୫୦ରୁ ୬୦ କି.ମି. ବେଗରେ ବହିବ ପବନ: ଅରେଞ୍ଜ ଓ୍ବାର୍ନିଂ ଜାରି appeared first on Dharitri Odia News.

୫୦ରୁ ୬୦ କି.ମି. ବେଗରେ ବହିବ ପବନ: ଅରେଞ୍ଜ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୯ା୪:ରାଜ୍ୟର ବିଭିନ୍ନ ଜିଲାରେ କିଛିଦିନ ହେବ କାଳବୈଶାଖୀ ତାଣ୍ଡବ ରଚୁଛି। ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ପବନ ବ୍ୟାପକ କ୍ଷୟକ୍ଷତି ଘଟାଉଛି। ଶୁକ୍ରବାର ଦ୍ୱୈତନଗରୀ କଟକ ଓ ଭୁବନେଶ୍ୱର ସମେତ ବାଲେଶ୍ୱର, ଭଦ୍ରକ, କଟକ, ଖୋର୍ଦ୍ଧା ଆଦି ଅଧିକାଂଶ ଜିଲାରେ ଝଡ଼ବର୍ଷା ହୋଇଥିଲା। ବହୁ ସ୍ଥାନରେ ଗଛ ଭାଙ୍ଗିପଡ଼ିବା ସହ ଫସଲ ନଷ୍ଟ ହୋଇଛି। ବହୁ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବ୍ୟାହତ ହୋଇଥିବାବେଳେ କେତେକ ସ୍ଥାନରେ କାଳବୈଶାଖୀଜନିତ ଅଘଟଣ ଦେଖିବାକୁ ମିଳିଛି। ୨୫ ତାରିଖ ପର୍ଯ୍ୟନ୍ତ ଏପରି ସ୍ଥିତି ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଶନିବାର ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକରେ ଘଣ୍ଟା ପ୍ରତି ୫୦ରୁ ୬୦ କି.ମି. ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହେବାନେଇ ଅରେଞ୍ଜ ଓ୍ବାର୍ନିଂ ଦିଆଯାଇଛି। ଏହିସବୁ ଜିଲାରେ ବିଶେଷକରି ଅପରାହ୍ନ ଓ ସନ୍ଧ୍ୟାରେ ଝଡ଼ପବନର ଆଶଙ୍କା ରହିଛି। ସେହିପରି କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲାର କିଛି ସ୍ଥାନରେ ଘଣ୍ଟା ପ୍ରତି ୪୦ରୁ ୫୦ କି.ମି. ବେଗରେ ପବନ ବହିବା ସହ ଅପରାହ୍ନ ଓ ସନ୍ଧ୍ୟାରେ ଘଡ଼ଘଡ଼ି ସହିତ ବର୍ଷା ନେଇ ଅନୁମାନ କରାଯାଇଛି। ଏଥିପାଇଁ ଏହିସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ତେବେ ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ବୌଦ୍ଧ, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଓ ମାଲକାନଗିରି ଜିଲାରେ ମଧ୍ୟ ଶନିବାର ବର୍ଷା ହୋଇପାରେ। ଘଣ୍ଟା ପ୍ରତି ୩୦ରୁ ୪୦ କି.ମି. ବେଗରେ ପବନ ସହ ବିଜୁଳି ଘଡ଼ଘଡ଼ି ବିପଦ ରହିଥିବାରୁ ଏହି ଜିଲାଗୁଡ଼ିକୁ ମଧ୍ୟ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଆସନ୍ତା ୪ରୁ ୫ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହୋଇ ନ ପାରେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

The post ୫୦ରୁ ୬୦ କି.ମି. ବେଗରେ ବହିବ ପବନ: ଅରେଞ୍ଜ ଓ୍ବାର୍ନିଂ ଜାରି appeared first on Dharitri Odia News.