ବଡଦିନ ଶାନ୍ତିଶୃଙ୍ଖଳାରେ ପାଳନ ପାଇଁ: ପ୍ରଶାସନ ତତ୍ପର
ଦାରିଙ୍ଗବାଡି,୧୬।୧୨ (ଅରୁଣ ସାହୁ): ଆଉ କିଛିଦିନ ପରେ ବଡଦିନ ଆସୁଛି। ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ପାଇଁ ଦାରିଙ୍ଗବାଡି ଏବେଠାରୁ ଚଳଚଞ୍ଚଳ ହୋଇଉଠିଲାଣି। ଖ୍ରୀଷ୍ଟଧର୍ମାଲମ୍ବୀମାନେ ଏହି ପର୍ବ ପାଳନ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ନିଜ ଘରକୁ ସଜ୍ଜିତ କରିବା ସହ ନୂଆ ପୋଷାକ କିଣିବା, ପୀଠପଣା ପାଇଁ ରାସନ ସାମଗ୍ରୀ ସଂଗ୍ରହ ଆଦି କରିବା ଆରମ୍ଭ ହେଲାଣି । ତେବେ ସାମ୍ପ୍ରଦାୟିକ ଶାନ୍ତି ସଦ୍ଭାବନାରେ ଏହି ପର୍ବ କିଭଳି ପାଳନ କରାଯାଇପାରିବ। ସେ ନେଇ ସ୍ଥାନୀୟ […] The post ବଡଦିନ ଶାନ୍ତିଶୃଙ୍ଖଳାରେ ପାଳନ ପାଇଁ: ପ୍ରଶାସନ ତତ୍ପର appeared first on Dharitri Odia News.
ଦାରିଙ୍ଗବାଡି,୧୬।୧୨ (ଅରୁଣ ସାହୁ): ଆଉ କିଛିଦିନ ପରେ ବଡଦିନ ଆସୁଛି। ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ପାଇଁ ଦାରିଙ୍ଗବାଡି ଏବେଠାରୁ ଚଳଚଞ୍ଚଳ ହୋଇଉଠିଲାଣି। ଖ୍ରୀଷ୍ଟଧର୍ମାଲମ୍ବୀମାନେ ଏହି ପର୍ବ ପାଳନ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ନିଜ ଘରକୁ ସଜ୍ଜିତ କରିବା ସହ ନୂଆ ପୋଷାକ କିଣିବା, ପୀଠପଣା ପାଇଁ ରାସନ ସାମଗ୍ରୀ ସଂଗ୍ରହ ଆଦି କରିବା ଆରମ୍ଭ ହେଲାଣି । ତେବେ ସାମ୍ପ୍ରଦାୟିକ ଶାନ୍ତି ସଦ୍ଭାବନାରେ ଏହି ପର୍ବ କିଭଳି ପାଳନ କରାଯାଇପାରିବ। ସେ ନେଇ ସ୍ଥାନୀୟ ଓ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତୀ ଆରମ୍ଭ ହୋଇଛି। ସୋମବାର ଅପରାହ୍ନରେ ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ପରିସର ସଭାଗୃହରେ ତହସିଲଦାର ଶରତ ଶବରଙ୍କ ଅଧ୍ୟକ୍ଷତ ରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବାଲିଗୁଡା ଏସଡିପିଓ କମଳ କୁମାର ପଣ୍ଡା, ବଡିଓ ପ୍ରୀତିରଞ୍ଜନ ରଥ, ଆଇଆଇସି ଅଶୋକ କୁମାର ହାଁସଦା ପ୍ରମୁଖ ମଞ୍ଚାସିନ ରହିଥିବା ବେଳେ ବିଭିନ୍ନ ସମ୍ପ୍ରଦାୟ, ବଣିକ ସଙ୍ଘ, ହୋଟେଲ ସଙ୍ଘ, ଚର୍ଚ୍ଚର ପାଳକ, ପ୍ରୀଷ୍ଟ ମାନେ ଯୋଗଦେଇଥିଲେ। ଦାରିଙ୍ଗବାଡି ଅଞ୍ଚଳରେ ବଡ଼ ଧୂମଧାମରେ ଏହି ପର୍ବ ଶାନ୍ତିଶୃଙ୍ଖଳାର ସହ ପାଳନ କରାଯିବାକୁ ବୈଠକରେ ଆଲୋଚନା କରାଯାଇଥିଲା । ସରପଞ୍ଚ ଚନ୍ଦ୍ରିକା ମଲିକ, ବଣିକ ସଙ୍ଘ ସଭାପତି ଲଡ଼ୁ କିଶୋର ସାହୁ, ଚର୍ଚ୍ଚ ଫାଦର ମୁକୁନ୍ଦ ବଳିୟାର ସିଂପ୍ରମୁଖ ଯୋଗଦେଇ ଏହି ପର୍ବ ପାଳନ ସମ୍ପର୍କରେ ମତ ପ୍ରକାଶ କରିଥିଲେ।
ସେହିପରି ଅଞ୍ଚଳରେ ଟ୍ରାଫିକ ସମସ୍ୟା ବୃଦ୍ଧି ପାଉଥିବା ବେଳେ ଦୁର୍ଘଟଣା ବୃଦ୍ଧି ପାଉଛି। ମଦ୍ୟପଙ୍କୁ ଦ୍ରୁତଗତି ଗାଡିଚାଲଣା ଓ ବାଇକ ଚାଳକଙ୍କ ଅମାନିଆ ଗାଡି ଚାଳନାକୁ ରୋକିବାକୁ ସ୍ଥାନୀୟ ଲୋକ ପୋଲିସକୁ ନିବେଦନ କରିଥିଲେ। ଏହି ବଡଦିନ ପର୍ବ ଶାନ୍ତି ଶୃଙ୍ଖଳାରେ ପାଳନ ପାଇଁ ମଧ୍ୟ ଗାଡି ଦୁର୍ଘଟଣାକୁ ରୋକିବାକୁ ପଦକ୍ଷେପ ନେବାକୁ ଗୁରୁତ୍ୱ ପାଇଁ ବୈଠକରେ କଥା ଉଠିଥିଲା। ଏହାକୁ ବାଲିଗୁଡା ଏସ୍ଡିପିଓ ଏବଂ ଆଇଆଇସି ଗୁରୁତର ସହ ନେଇଛନ୍ତି ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପସ୍ଥିତ ଲୋକଙ୍କୁ ପ୍ରତିଶୃତି ଦେଇଛନ୍ତି।
The post ବଡଦିନ ଶାନ୍ତିଶୃଙ୍ଖଳାରେ ପାଳନ ପାଇଁ: ପ୍ରଶାସନ ତତ୍ପର appeared first on Dharitri Odia News.