କଂଗ୍ରେସ ଏମ୍ପି ଧୀରଜ ପ୍ରସାଦ ସାହୁଙ୍କ ବିଏମ୍ଡବ୍ଲ୍ୟୁ ହେମନ୍ତଙ୍କ ଦିଲ୍ଲୀ ଘରୁ ଜବତ
ରାଞ୍ଚି/ନୂଆଦିଲ୍ଲୀ,୮।୨: ମନିଲଣ୍ଡରିଂ ମାମଲାରେ ଜେରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ଝାଡ଼ଖଣ୍ଡର କଂଗ୍ରେସ ଏମ୍ପି ଧୀରଜ ପ୍ରସାଦ ସାହୁଙ୍କୁ ସମନ ଜାରି କରିଛି। ଉକ୍ତ ମାମଲାରେ ଇଡି ନିକଟରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା। ଗତ ଡିସେମ୍ବରରେ ରାଜ୍ୟ ସଭା ସଦସ୍ୟ ଧୀରଜଙ୍କର ଓଡ଼ିଶାରେ ଥିବା ବୌଦ୍ଧ ଡିଷ୍ଟିଲେରି ପ୍ରା.ଲିଃରେ ଆୟକର ଚଢ଼ାଉ ବେଳେ ୩୫୧.୮ କୋଟି ଟଙ୍କାର ନଗଦ ଅର୍ଥ ଜବତ ହୋଇଥିଲ, ଯାହା ସର୍ବକାଳୀନ ରେକର୍ଡ ଥିଲା। ତାଙ୍କୁ […] The post କଂଗ୍ରେସ ଏମ୍ପି ଧୀରଜ ପ୍ରସାଦ ସାହୁଙ୍କ ବିଏମ୍ଡବ୍ଲ୍ୟୁ ହେମନ୍ତଙ୍କ ଦିଲ୍ଲୀ ଘରୁ ଜବତ appeared first on Dharitri Odia News.
ରାଞ୍ଚି/ନୂଆଦିଲ୍ଲୀ,୮।୨: ମନିଲଣ୍ଡରିଂ ମାମଲାରେ ଜେରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ଝାଡ଼ଖଣ୍ଡର କଂଗ୍ରେସ ଏମ୍ପି ଧୀରଜ ପ୍ରସାଦ ସାହୁଙ୍କୁ ସମନ ଜାରି କରିଛି। ଉକ୍ତ ମାମଲାରେ ଇଡି ନିକଟରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା। ଗତ ଡିସେମ୍ବରରେ ରାଜ୍ୟ ସଭା ସଦସ୍ୟ ଧୀରଜଙ୍କର ଓଡ଼ିଶାରେ ଥିବା ବୌଦ୍ଧ ଡିଷ୍ଟିଲେରି ପ୍ରା.ଲିଃରେ ଆୟକର ଚଢ଼ାଉ ବେଳେ ୩୫୧.୮ କୋଟି ଟଙ୍କାର ନଗଦ ଅର୍ଥ ଜବତ ହୋଇଥିଲ, ଯାହା ସର୍ବକାଳୀନ ରେକର୍ଡ ଥିଲା। ତାଙ୍କୁ ଶନିବାର ରାଞ୍ଚିସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି।
ସୋରେନ୍ଙ୍କ ସହ ସମ୍ପୃକ୍ତି ଏବଂ ତାଙ୍କ ବାସଭବନରୁ ଜବତ ହୋଇଥିବା ବିଏମ୍ଡବ୍ଲ୍ୟୁ ଏସ୍ୟୁଭିକୁ ନେଇ ଇଡି ଧୀରଜଙ୍କ ବିବୃତି ରେକର୍ଡ କରିବାକୁ ଚାହୁଁଛି। ସୋରେନଙ୍କ ଦକ୍ଷିଣ ଦିଲ୍ଲୀ ବାସଭବନରୁ ଇଡି ଅଧିକାରୀମାନେ ବିଏମ୍ଡବ୍ଲ୍ୟୁ ଜବତ କରିଥିଲେ। ଉକ୍ତ ଗାଡ଼ି ଧୀରଜଙ୍କର ଏବଂ ଏହାକୁ ବେମାନୀ ଭାବେ ରଖାଯାଇଥିଲା। ଧୀରଜଙ୍କ ଏକ ସଂସ୍ଥା ନାଁରେ ଏହାକୁ ପଞ୍ଜୀକୃତ କରାଯାଇଥିଲା। ଉକ୍ତ ମାମଲାରେ ଅନ୍ୟ କେତେଜଣଙ୍କୁ ମଧ୍ୟ ସମନ କରାଯାଇଛି। ଇଡି ସେମାନଙ୍କୁ ହେମନ୍ତ ସୋରେନଙ୍କ ସହ ମୁହାଁମୁହିଁ ଜେରା କରିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଜମି ଦୁର୍ନୀତି ସହ ସମ୍ପୃକ୍ତ ମନିଲଣ୍ଡରିଂ ମାମଲାରେ ସୋରେନଙ୍କୁ ଇଡି ଗତ ୩୧ ତାରିଖରେ ଗିରଫ କରିଥିଲା।
The post କଂଗ୍ରେସ ଏମ୍ପି ଧୀରଜ ପ୍ରସାଦ ସାହୁଙ୍କ ବିଏମ୍ଡବ୍ଲ୍ୟୁ ହେମନ୍ତଙ୍କ ଦିଲ୍ଲୀ ଘରୁ ଜବତ appeared first on Dharitri Odia News.