କଂଗ୍ରେସ ଓ ଶଶି ଥରୁରୁଙ୍କ ମଧ୍ୟରେ ବଢ଼ିଲା ଦୂରତା! ଅଧ୍ୟକ୍ଷ କହିଲେ, ଆମେ ଡାକିଥିଲୁ, ସେ ଆସିଲେନି
ଥିରୁଅନନ୍ତପୁରମ: କଂଗ୍ରେସ ଓ ଶଶି ଥରୁରଙ୍କ ମଧ୍ୟରେ ଦୂରତା ବଢ଼ିବାରେ ଲାଗିଛି। ଉପନିର୍ବାଚନ ପ୍ରଚାର ପାଇଁ ତାଙ୍କୁ ଡାକି ନଥିବା ଥରରୁ ଅଭିଯୋଗ କରିବା ପରେ କେରଳ କଂଗ୍ରେସ ମୁଖ୍ୟ ଏହାକୁ ପ୍ରତ୍ୟାଖାନ କରିଛନ୍ତି। ନିଳାମ୍ବୁର ଉପନିର୍ବାଚନ ପାଇଁ ତାଙ୍କ ନାଁ ଷ୍ଟାର ପ୍ରଚାରକ ତାଲିକାରେ ଥିଲା ବୋଲି କେରଳ କଂଗ୍ରେସ ମୁଖ୍ୟ ସନି ଜୋସେଫ୍ କହିଛନ୍ତି।ଥରୁରଙ୍କ ଅଭିଯୋଗରେ ଜବାବ ଦେଇ ଜୋସେଫ୍ କହିଛନ୍ତି “ଆମେ ଆନୁଷ୍ଠାନିକ ଭାବରେ ତାଲିକା ପ୍ରକାଶ କରିଥିଲୁ ଏବଂ ଏହାକୁ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିଲୁ। ଏଥିରେ ଶଶି ଥରୁରଙ୍କ ନାଁ ବି ସାମିଲ ଥିଲା। ସେ ଅଧିକାଂଶ ସମୟ ବିଦେଶରେ ରହୁଥିଲେ, ଏବଂ ତା'ପରେ ଦିଲ୍ଲୀରେ ରହିଲେ। ମୁଁ ଜାଣିନାହିଁ ଯେ ସେ କେରଳ ଆସିଥିଲେ କି ନାହିଁ। ଏ ବିଷୟରେ ମୁଁ ଆଉ କିଛି କହିବାକୁ ଚାହୁଁ ନାହିଁ।"ତେବେ ନୀଳାମ୍ବୁର ଉପନିର୍ବାଚନରେ ଛିଡ଼ା ହୋଇଥିବା ପ୍ରାର୍ଥୀ ଆର୍ଯ୍ୟଦାନ ସୌକଥଙ୍କ ପାଇଁ ପ୍ରଚାର କରିବାକୁ ଏ.କେ. ଆଣ୍ଟୋନିଙ୍କ ବ୍ୟତୀତ ଅନ୍ୟ ସମସ୍ତ ନେତା ଆସିଥିଲେ। ରମେଶ ଚେନ୍ନିଥାଲା ଏବଂ କୋଡିକୁନିଲ ସୁରେଶଙ୍କ ଭଳି ବରିଷ୍ଠ ନେତା ବି ପ୍ରଚାରରେ ସହଯୋଗ କରିଥିଲେ ବୋଲି ଜୋସେଫ୍ କହିଛନ୍ତି। ଗତକାଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶଶି ଥରୁର କହିଥିଲେ ଯେ ତାଙ୍କୁ ଉପନିର୍ବାଚନ ପ୍ରଚାର ପାଇଁ ଡକାଯାଇ ନଥିଲା। ଏମିତିକି ଦଳୀୟ ନେତୃତ୍ୱଙ୍କ ପକ୍ଷରୁ ମିସ୍ କଲ୍ ବି ଗୋଟେ କରି କରାଯାଇ ନଥ
ଥିରୁଅନନ୍ତପୁରମ: କଂଗ୍ରେସ ଓ ଶଶି ଥରୁରଙ୍କ ମଧ୍ୟରେ ଦୂରତା ବଢ଼ିବାରେ ଲାଗିଛି। ଉପନିର୍ବାଚନ ପ୍ରଚାର ପାଇଁ ତାଙ୍କୁ ଡାକି ନଥିବା ଥରରୁ ଅଭିଯୋଗ କରିବା ପରେ କେରଳ କଂଗ୍ରେସ ମୁଖ୍ୟ ଏହାକୁ ପ୍ରତ୍ୟାଖାନ କରିଛନ୍ତି। ନିଳାମ୍ବୁର ଉପନିର୍ବାଚନ ପାଇଁ ତାଙ୍କ ନାଁ ଷ୍ଟାର ପ୍ରଚାରକ ତାଲିକାରେ ଥିଲା ବୋଲି କେରଳ କଂଗ୍ରେସ ମୁଖ୍ୟ ସନି ଜୋସେଫ୍ କହିଛନ୍ତି।
ଥରୁରଙ୍କ ଅଭିଯୋଗରେ ଜବାବ ଦେଇ ଜୋସେଫ୍ କହିଛନ୍ତି “ଆମେ ଆନୁଷ୍ଠାନିକ ଭାବରେ ତାଲିକା ପ୍ରକାଶ କରିଥିଲୁ ଏବଂ ଏହାକୁ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିଲୁ। ଏଥିରେ ଶଶି ଥରୁରଙ୍କ ନାଁ ବି ସାମିଲ ଥିଲା। ସେ ଅଧିକାଂଶ ସମୟ ବିଦେଶରେ ରହୁଥିଲେ, ଏବଂ ତା'ପରେ ଦିଲ୍ଲୀରେ ରହିଲେ। ମୁଁ ଜାଣିନାହିଁ ଯେ ସେ କେରଳ ଆସିଥିଲେ କି ନାହିଁ। ଏ ବିଷୟରେ ମୁଁ ଆଉ କିଛି କହିବାକୁ ଚାହୁଁ ନାହିଁ।"
ତେବେ ନୀଳାମ୍ବୁର ଉପନିର୍ବାଚନରେ ଛିଡ଼ା ହୋଇଥିବା ପ୍ରାର୍ଥୀ ଆର୍ଯ୍ୟଦାନ ସୌକଥଙ୍କ ପାଇଁ ପ୍ରଚାର କରିବାକୁ ଏ.କେ. ଆଣ୍ଟୋନିଙ୍କ ବ୍ୟତୀତ ଅନ୍ୟ ସମସ୍ତ ନେତା ଆସିଥିଲେ। ରମେଶ ଚେନ୍ନିଥାଲା ଏବଂ କୋଡିକୁନିଲ ସୁରେଶଙ୍କ ଭଳି ବରିଷ୍ଠ ନେତା ବି ପ୍ରଚାରରେ ସହଯୋଗ କରିଥିଲେ ବୋଲି ଜୋସେଫ୍ କହିଛନ୍ତି।

ଗତକାଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶଶି ଥରୁର କହିଥିଲେ ଯେ ତାଙ୍କୁ ଉପନିର୍ବାଚନ ପ୍ରଚାର ପାଇଁ ଡକାଯାଇ ନଥିଲା। ଏମିତିକି ଦଳୀୟ ନେତୃତ୍ୱଙ୍କ ପକ୍ଷରୁ ମିସ୍ କଲ୍ ବି ଗୋଟେ କରି କରାଯାଇ ନଥିଲା। ତେଣୁ ସେ ଉପନିର୍ବାଚନ ପ୍ରଚାରରେ ଯୋଗ ଦେଇ ନଥିଲେ ବୋଲି ଥରରୁ କହିଥିଲେ। ଯାହାର ଉତ୍ତରରେ ଜୋସେଫ୍ ଶୁକ୍ରବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏହି କଥା କହିଛନ୍ତି।
ଗତକାଲି ନିଳାମ୍ବରୁ ଲୋକସଭା ଆସନ ପାଇଁ ଉପନିର୍ବାଚନ ହୋଇଥିଲା। ହେଲେ ଶଶି ଥରୁର ସେଠାରେ ଯାଇ ନଥିଲେ। ଏନେଇ ଜଣେ ରିପୋର୍ଟର ତାଙ୍କୁ ପ୍ରଶ୍ନ କରିବାରୁ ସେ କହିଛନ୍ତି “ମୋତେ ଦଳ ଦ୍ୱାରା ଡକା ଯାଇ ନଥିଲା। ତେବେ କିଛି ସମସ୍ୟା ନାହିଁ। ପ୍ରଥମେ କଥା ହେଲା ମୁଁ ସରକାରୀ କୂଟନୈତିକ ମିଶନରେ ଅଧିକାଂଶ ସମୟ ପାଇଁ ବାହାରେ ଥିଲି। ଯେତେବେଳେ ମୁଁ ଫେରି ଆସିଲି ସେତେବେଳେ ନେତୃତ୍ୱଙ୍କଠାରୁ କୌଣସି ଆଗ୍ରହ ଦେଖିବାକୁ ମିଳି ନଥିଲା, ଏମିତିକି ମିସ୍ଡ କଲ୍ ଟେ ବି ନଥିଲା।” ତେଣୁ ଥରୁର ପୂର୍ବ ପ୍ରତିଶ୍ରୁତି ମୁତାବକ ଦିଲ୍ଲୀରେ ବୈଦେଶିକ ବ୍ୟାପାର ସଂସଦୀୟ ସ୍ଥାୟୀ କମିଟିର ବୈଠକର ଅଧ୍ୟକ୍ଷତା କରି ଏହି ସମୟର ଉପଯୋଗ କରିଥିଲେ ବୋଲି ସେ କହିଛନ୍ତି।
ତେବେ ଏଥିରେ କୌଣସି ସମସ୍ୟା ନାହିଁ ବୋଲି କହିବା ସହିତ ଥରରୁ ତାଙ୍କ ଦଳକୁ ସମର୍ଥନ ଜଣାଇଥିଲେ। ଏବଂ କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ସେ ଲୋକଙ୍କୁ ଅନୁରୋଧ କରିଥିଲେ। ଥରୁର କହିଥିଲେ ଯେ ଏବେ ମୁଁ କେରଳ ଆସିଛି। ଆଜି ଭୋଟ୍ ଦେବାର ଦିନ ଏବଂ ମୁଁ ସମସ୍ତଙ୍କୁ ମୋ ଦଳର ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ଅନୁରୋଧ କରୁଛି। ଆର୍ଯ୍ୟଦାନ ସୌକଥଙ୍କ ଜଣେ ଭଲ ପ୍ରାର୍ଥୀ ବୋଲି ଥରୁର କହିଥିଲେ।