କଂଗ୍ରେସ ଛାଡ଼ି ଅଜିତ ପାୱାରଙ୍କ ଏନ୍ସିପିରେ ମିଶିଲେ ବାବା ସିଦ୍ଦିକି
ନୂଆଦିଲ୍ଲୀ: ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିବା ବାବା ସିଦ୍ଦିକ ଶନିବାର ଅଜିତ ପାୱାରଙ୍କ ଏନ୍ସିପିରେ ଯୋଗ ଦେଇଛନ୍ତି। ଦଳ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସିଦ୍ଦିକି ବିଧିବଦ୍ଧ ଭାବରେ ଏନ୍ସିପିରେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଅଜିତ ପାୱାର ଓ ପ୍ରଫୁଲ ପଟେଲ୍ ଶାମିଲ୍ ଥିଲେ। ବାବା ସିଦ୍ଧିକ ଦୀର୍ଘ ୪୦ ବର୍ଷରୁ ଅଧିକ ଦିନ ହେବା କଂଗ୍ରେସରେ ରହିଥିଲେ। ସେ ଟ୍ୱିଟ୍ କରି କଂଗ୍ରେସ ଛାଡ଼ିବା ସୂଚନା ଦେଇଥିଲେ। ଏନ୍ସିପିରେ ଯୋଗ ଦେବା ପରେ ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକି କହିଛନ୍ତି “ସମସ୍ତଙ୍କୁ ସାଙ୍ଗରେ ନେଇ ଆମକୁ ଚାଲିବାକୁ ପଡ଼ିବ। ଆମର ପୂର୍ବପୁରୁଷମାନେ ଯେଉଁଭଳି ଭାରତ ଚାହୁଁଥିଲେ ତାହା ପୂରଣ କରିବା।” ସୂଚନା ଥାଉକି ଫେବୃଆରୀ ୮ ତାରିଖରେ ବାବା ସିଦ୍ଦିକି କଂଗ୍ରେସରୁ ଇସ୍ତଭା ଦେବାର ଘୋଷଣା କରିଥିଲେ। ସେ ଏକ୍ସରେ ପୋଷ୍ଟ କରି ଲେଖିଥିଲେ “ମୁଁ ଯୁବାବସ୍ଥାରେ କଂଗ୍ରେସରେ ଯୋଗ ଦେଇଥିଲି ଏବଂ ଏହା ଏକ ଚମତ୍କାର ଯାତ୍ରା ଥିଲା ଯାହା ୪୮ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା। ଆଜି ମୁଁ ତୁରନ୍ତ ପ୍ରଭାବରେ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଲି। ମୁଁ ବହୁତ କିଛି କହିବାକୁ ଚାହେଁ କିନ୍ତୁ କୁହାଯାଏ ଯେ କିଛି ଜିନିଷ ନ କହିଲେ ଭଲ। ଏହି ଯାତ୍ରାରେ ଯେଉଁମାନେ ମୋ ସହ ରହିଥିଲେ ସମସ୍ତଙ୍କୁ ମୁଁ ଧନ୍ୟବାଦ ଦେବାକୁ ଚାହୁଁଛି।” ପଢ଼ନ୍ତୁ-ରାଜ୍ୟସଭା ଯିବେ କମଲ ନାଥ? ବିଧାୟକଙ୍କୁ ଦେଲେ ନୈଶ
ନୂଆଦିଲ୍ଲୀ: ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିବା ବାବା ସିଦ୍ଦିକ ଶନିବାର ଅଜିତ ପାୱାରଙ୍କ ଏନ୍ସିପିରେ ଯୋଗ ଦେଇଛନ୍ତି। ଦଳ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସିଦ୍ଦିକି ବିଧିବଦ୍ଧ ଭାବରେ ଏନ୍ସିପିରେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଅଜିତ ପାୱାର ଓ ପ୍ରଫୁଲ ପଟେଲ୍ ଶାମିଲ୍ ଥିଲେ। ବାବା ସିଦ୍ଧିକ ଦୀର୍ଘ ୪୦ ବର୍ଷରୁ ଅଧିକ ଦିନ ହେବା କଂଗ୍ରେସରେ ରହିଥିଲେ। ସେ ଟ୍ୱିଟ୍ କରି କଂଗ୍ରେସ ଛାଡ଼ିବା ସୂଚନା ଦେଇଥିଲେ।
ଏନ୍ସିପିରେ ଯୋଗ ଦେବା ପରେ ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକି କହିଛନ୍ତି “ସମସ୍ତଙ୍କୁ ସାଙ୍ଗରେ ନେଇ ଆମକୁ ଚାଲିବାକୁ ପଡ଼ିବ। ଆମର ପୂର୍ବପୁରୁଷମାନେ ଯେଉଁଭଳି ଭାରତ ଚାହୁଁଥିଲେ ତାହା ପୂରଣ କରିବା।”
ସୂଚନା ଥାଉକି ଫେବୃଆରୀ ୮ ତାରିଖରେ ବାବା ସିଦ୍ଦିକି କଂଗ୍ରେସରୁ ଇସ୍ତଭା ଦେବାର ଘୋଷଣା କରିଥିଲେ। ସେ ଏକ୍ସରେ ପୋଷ୍ଟ କରି ଲେଖିଥିଲେ “ମୁଁ ଯୁବାବସ୍ଥାରେ କଂଗ୍ରେସରେ ଯୋଗ ଦେଇଥିଲି ଏବଂ ଏହା ଏକ ଚମତ୍କାର ଯାତ୍ରା ଥିଲା ଯାହା ୪୮ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା। ଆଜି ମୁଁ ତୁରନ୍ତ ପ୍ରଭାବରେ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଲି। ମୁଁ ବହୁତ କିଛି କହିବାକୁ ଚାହେଁ କିନ୍ତୁ କୁହାଯାଏ ଯେ କିଛି ଜିନିଷ ନ କହିଲେ ଭଲ। ଏହି ଯାତ୍ରାରେ ଯେଉଁମାନେ ମୋ ସହ ରହିଥିଲେ ସମସ୍ତଙ୍କୁ ମୁଁ ଧନ୍ୟବାଦ ଦେବାକୁ ଚାହୁଁଛି।”
ପଢ଼ନ୍ତୁ-ରାଜ୍ୟସଭା ଯିବେ କମଲ ନାଥ? ବିଧାୟକଙ୍କୁ ଦେଲେ ନୈଶ ଭୋଜ ନିମନ୍ତ୍ରଣ
ଗତ ଏକ ମାସ ମଧ୍ୟରେ ମହାରାଷ୍ଟ୍ରରେ କଂଗ୍ରେସ ପାଇଁ ଏହା ହେଉଛି ଦ୍ୱିତୀୟ ବଡ଼ blow ଟକା। ଏହାପୂର୍ବରୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମିଲିନ୍ଦ ଦେଓରା ଦଳ ଛାଡିଥିଲେ। ଦେଓରା ଏକନାଥ ସିନ୍ଦେଙ୍କ ପାର୍ଟି ଶିବସେନାରେ ଯୋଗ ଦେଇଥିଲେ। ସେ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ଆଉ ସେ ଯୋଗ ଦେଇଥିବା ଦଳ ନୁହେଁ।
ଗତ ମାସକ ମଧ୍ୟରେ ମହାରାଷ୍ଟ୍ରରେ କଂଗ୍ରେସ ପାଇଁ ଏହା ଦ୍ୱିତୀୟ ବଡ଼ ଝଟକା। ଏହାପୂର୍ବରୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମିଲିନ୍ଦ ଦେଓରା ଦଳ ଛାଡିଥିଲେ। ଦେଓରା ଏକନାଥ ସିନ୍ଦେଙ୍କ ପାର୍ଟି ଶିବସେନାରେ ଯୋଗ ଦେଇଥିଲେ। ବର୍ତ୍ତମାନର କଂଗ୍ରେସ ଆଉ ସେ ଦଳ ହୋଇ ରହି ନାହିଁ ବୋଲି ସେ କହିଛନ୍ତି।
The post କଂଗ୍ରେସ ଛାଡ଼ି ଅଜିତ ପାୱାରଙ୍କ ଏନ୍ସିପିରେ ମିଶିଲେ ବାବା ସିଦ୍ଦିକି appeared first on Prameya News7.