କଂଗ୍ରେସ ଛାଡି ଭାଜପା ହାତ ଧରିଲେ ଲାଲ ବାହାଦୂର ଶାସ୍ତ୍ରୀଙ୍କ ନାତି

ନୂଆଦିଲ୍ଲୀ,୧୪।୨: ଲୋକ ସଭା ନିର୍ବାଚନ ପାଖେଇ ଆସୁଥିବାରୁ କଂଗ୍ରେସ ଝଟ୍‌କା ପରେ ଝଟ୍‌କା ଲାଗୁଛି। ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ବର୍ତ୍ତମାନ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ନାତି ବିଭାକର ଶାସ୍ତ୍ରୀ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ଏଥି ସହ ଭାଜପା ହାତ ଧରିଛନ୍ତି। ଉତ୍ତରପ୍ରଦେଶର ଡେପୁଟି ସିଏମ ବ୍ରଜେଶ ପାଠକଙ୍କ ଉପସ୍ଥିତିରେ ସେ ଭାଜପାରେ ଯୋଗ ଦେଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଟୁଇଟ ଜରିଆରେ ବିଭାକର ଇସ୍ତଫା ଘୋଷଣା […] The post କଂଗ୍ରେସ ଛାଡି ଭାଜପା ହାତ ଧରିଲେ ଲାଲ ବାହାଦୂର ଶାସ୍ତ୍ରୀଙ୍କ ନାତି appeared first on Dharitri Odia News.

କଂଗ୍ରେସ ଛାଡି ଭାଜପା ହାତ ଧରିଲେ ଲାଲ ବାହାଦୂର ଶାସ୍ତ୍ରୀଙ୍କ ନାତି

ନୂଆଦିଲ୍ଲୀ,୧୪।୨: ଲୋକ ସଭା ନିର୍ବାଚନ ପାଖେଇ ଆସୁଥିବାରୁ କଂଗ୍ରେସ ଝଟ୍‌କା ପରେ ଝଟ୍‌କା ଲାଗୁଛି। ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ବର୍ତ୍ତମାନ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ନାତି ବିଭାକର ଶାସ୍ତ୍ରୀ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ଏଥି ସହ ଭାଜପା ହାତ ଧରିଛନ୍ତି। ଉତ୍ତରପ୍ରଦେଶର ଡେପୁଟି ସିଏମ ବ୍ରଜେଶ ପାଠକଙ୍କ ଉପସ୍ଥିତିରେ ସେ ଭାଜପାରେ ଯୋଗ ଦେଇଛନ୍ତି।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଟୁଇଟ ଜରିଆରେ ବିଭାକର ଇସ୍ତଫା ଘୋଷଣା କରିଛନ୍ତି। ଦଳର ପ୍ରାଥମିକ ସଦସ୍ୟତାରୁ ସେ ଇସ୍ତଫା ଦେଇଛନ୍ତି ବୋଲି ତାଙ୍କ ଟୁଇଟରେ କହିଛନ୍ତି। ବିଭାକର କହିଛନ୍ତି, ମୁଁ ଅନୁଭବ କରୁଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ମୁଁ ‘ଜୟ ଯବାନ, ଜୟ କିସାନ’ର ଲାଲ ବାହାଦୂର ଶାସ୍ତ୍ରୀଙ୍କ ଦୃଷ୍ଟିକୁ ଆହୁରି ଦୃଢ କରି ଦେଶର ସେବା କରିପାରିବି। ମୋ ପାଇଁ ଭାଜପାର ଦ୍ୱାର ଖୋଲିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜେପି ନଡା, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବ୍ରଜେଶ ପାଠକଙ୍କୁ କୃତଜ୍ଞତା ଜଣାଉଛି। ଇଣ୍ଡିଆ ଆଲାଇନ୍ସର କୌଣସି ଆଦର୍ଶ ନାହିଁ, ସେମାନଙ୍କର ଉଦ୍ଦେଶ୍ୟ କେବଳ ପ୍ରଧାନମନ୍ତ୍ରୀଙ୍କୁ ହଟାଇବା। କଂଗ୍ରେସର ଆଦର୍ଶ କ’ଣ ବୋଲି ରାହୁଲ ଗାନ୍ଧୀ କହିବା ଉଚିତ୍‌।
ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ନାତି ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଭି.ପି ସିଂଙ୍କ ପୁଅ ରାଜନୈତିକ କ୍ଷେତ୍ର ଜିତିବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, କିନ୍ତୁ ଭୋଟରମାନେ ଉତ୍ତରାଧିକାରୀକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରି ବାହାର ଲୋକଙ୍କୁ ପସନ୍ଦ କରିଥିଲେ।

 

 

The post କଂଗ୍ରେସ ଛାଡି ଭାଜପା ହାତ ଧରିଲେ ଲାଲ ବାହାଦୂର ଶାସ୍ତ୍ରୀଙ୍କ ନାତି appeared first on Dharitri Odia News.