କଂଗ୍ରେସ ଛାଡିବେ ଅଧିର ଚୌଧୁରୀ!

କୋଲକାତା,୨୩।୨: ପଶ୍ଚିମବଙ୍ଗରେ କଂଗ୍ରେସ ଓ ତୃଣମୂଳ କଂଗ୍ରେସ (ଟିଏମସି) ମଧ୍ୟରେ ମେଣ୍ଟ ଲାଗି ଆଲୋଚନା ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ପଶ୍ଚିମବଙ୍ଗରେ ମେଣ୍ଟକୁ ନେଇ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ତଥା ଲୋକସଭାରେ କଂଗ୍ରେସର ନେତା ଅଧିର ରଞ୍ଜନ ଚୌଧୁରୀ ସନ୍ତୁଷ୍ଟ ନ ଥିବା ଜଣାପଡିଛି। ଏଥି ଲାଗି ଚୌଧୁରୀ କଂଗ୍ରେସ ଛାଡିବା ନେଇ ଚେତାବନୀ ମଧ୍ୟ ଦେଇଛନ୍ତି, ଯାହା ଏବେ କଂଗ୍ରେସ ହାଇକମାଣ୍ଡଙ୍କ ନିମନ୍ତେ ମୁଣ୍ଡବିନ୍ଧାର କାରଣ ସାଜିଛି। ରାଜ୍ୟରେ ଟିଏମସି ସହିତ ମେଣ୍ଟ ନିଷ୍ପତ୍ତି […] The post କଂଗ୍ରେସ ଛାଡିବେ ଅଧିର ଚୌଧୁରୀ! appeared first on Dharitri Odia News.

କଂଗ୍ରେସ ଛାଡିବେ ଅଧିର ଚୌଧୁରୀ!

କୋଲକାତା,୨୩।୨: ପଶ୍ଚିମବଙ୍ଗରେ କଂଗ୍ରେସ ଓ ତୃଣମୂଳ କଂଗ୍ରେସ (ଟିଏମସି) ମଧ୍ୟରେ ମେଣ୍ଟ ଲାଗି ଆଲୋଚନା ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ପଶ୍ଚିମବଙ୍ଗରେ ମେଣ୍ଟକୁ ନେଇ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ତଥା ଲୋକସଭାରେ କଂଗ୍ରେସର ନେତା ଅଧିର ରଞ୍ଜନ ଚୌଧୁରୀ ସନ୍ତୁଷ୍ଟ ନ ଥିବା ଜଣାପଡିଛି। ଏଥି ଲାଗି ଚୌଧୁରୀ କଂଗ୍ରେସ ଛାଡିବା ନେଇ ଚେତାବନୀ ମଧ୍ୟ ଦେଇଛନ୍ତି, ଯାହା ଏବେ କଂଗ୍ରେସ ହାଇକମାଣ୍ଡଙ୍କ ନିମନ୍ତେ ମୁଣ୍ଡବିନ୍ଧାର କାରଣ ସାଜିଛି।

ରାଜ୍ୟରେ ଟିଏମସି ସହିତ ମେଣ୍ଟ ନିଷ୍ପତ୍ତି ନେଇ ଅଧିର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ଚେତାବନୀ ଦେଇଛନ୍ତି ଯେ, ରାଜ୍ୟରେ ଯଦି କଂଗ୍ରେସ ଓ ଟିଏମସି ମେଣ୍ଟ ହୁଏ ତେବେ ସେ ଭାଜପାରେ ଯୋଗ ଦେବେ। ତାଙ୍କର ଏହି ପଦକ୍ଷେପ କଂଗ୍ରେସ ଲାଗି ଏକ ବଡ଼ ସମସ୍ୟା ସୃଷ୍ଟି କରିପାରେ। ଯଦି ଅଧିର ଚୌଧୁରୀ କଂଗ୍ରେସ ଛାଡନ୍ତି ଓ ଭାଜପାରେ ଯୋଗ ଦିଅନ୍ତି ତେବେ କଂଗ୍ରେସ ଏକ ବଡ ବିପର୍ଯ୍ୟୟର ସମ୍ମୁଖୀନ କରିବ।

The post କଂଗ୍ରେସ ଛାଡିବେ ଅଧିର ଚୌଧୁରୀ! appeared first on Dharitri Odia News.