ଓଜିଏସ୍‌ରେ ‘ଦ ନଲେଜ କ୍ରଲ୍‌’

ଭୁବନେଶ୍ୱର, ୧୧।୮: ଓଡିଏମ୍‌ ଗ୍ଲୋବାଲ ସ୍କୁଲ(ଓଜିଏସ୍‌)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ଦ ନଲେଜ କ୍ରଲ୍‌’ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ଜ୍ଞାନ ଓ ସୃଜନଶୀଳତାର ଶକ୍ତି ସହ ଶିକ୍ଷାର ଯାତ୍ରାକୁ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଗର୍ବର ସହିତ ପାଳନ କରିଛି। ସେହିଭଳି ଦ ନଲେଜ କ୍ରଲ୍‌ କାର୍ଯ୍ୟକ୍ରମ ଯୁବ ଶିକ୍ଷାର୍ଥୀଙ୍କ ମଧ୍ୟରେ ପାଳନ କରାଯାଇଥିଲାବେଳେ ବୈଜ୍ଞାନିକ କୌତୂହଳକୁ ପ୍ରଜ୍ଜ୍ୱଳିତ ଓ ବୃଦ୍ଧି କରିବା ପାଇଁ ପ୍ରସ୍ତୁତ ଅଭିନବ ବିଚାରଧାରା, କଳାତ୍ମକ ଅଭିବ୍ୟକ୍ତି ଓ ଭୌତିକ ସଫଳତାର ଏହା […] The post ଓଜିଏସ୍‌ରେ ‘ଦ ନଲେଜ କ୍ରଲ୍‌’ appeared first on Dharitri Odia News.

ଓଜିଏସ୍‌ରେ ‘ଦ ନଲେଜ କ୍ରଲ୍‌’

ଭୁବନେଶ୍ୱର, ୧୧।୮: ଓଡିଏମ୍‌ ଗ୍ଲୋବାଲ ସ୍କୁଲ(ଓଜିଏସ୍‌)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ଦ ନଲେଜ କ୍ରଲ୍‌’ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ଜ୍ଞାନ ଓ ସୃଜନଶୀଳତାର ଶକ୍ତି ସହ ଶିକ୍ଷାର ଯାତ୍ରାକୁ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଗର୍ବର ସହିତ ପାଳନ କରିଛି। ସେହିଭଳି ଦ ନଲେଜ କ୍ରଲ୍‌ କାର୍ଯ୍ୟକ୍ରମ ଯୁବ ଶିକ୍ଷାର୍ଥୀଙ୍କ ମଧ୍ୟରେ ପାଳନ କରାଯାଇଥିଲାବେଳେ ବୈଜ୍ଞାନିକ କୌତୂହଳକୁ ପ୍ରଜ୍ଜ୍ୱଳିତ ଓ ବୃଦ୍ଧି କରିବା ପାଇଁ ପ୍ରସ୍ତୁତ ଅଭିନବ ବିଚାରଧାରା, କଳାତ୍ମକ ଅଭିବ୍ୟକ୍ତି ଓ ଭୌତିକ ସଫଳତାର ଏହା ଏକ ଜୀବନ୍ତ ପ୍ରଦର୍ଶନୀ ଥିଲା। ବିଶେଷକରି ଗ୍ରେଡ୍‌-୧ରୁ ୫ ପର୍ଯ୍ୟନ୍ତ ସ୍କୁଲର ଯୁବ ଶିକ୍ଷାର୍ଥୀମାନେ ପ୍ରେରଣାଦାୟକ ଶିକ୍ଷଣୀୟ ଚଳଚ୍ଚିତ୍ରଗୁଡିକୁ ଅନ୍ବେଷଣ କରିଥିଲେ। ସେହିପରି ଫନ୍‌ ୱିଥ୍‌ ସାଇନ୍ସ, ମ୍ୟାଡ୍‌ ଓଭର ମ୍ୟାଥ୍‌ସ ଓ ରିଲିଭିଂ ଆୱାର ହିଷ୍ଟ୍ରିର ଏକ ଚମତ୍କାର ଯାତ୍ରାକୁ ପରିଲକ୍ଷିତ ମଧ୍ୟ କରିଥିଲେ, ଯାହା ସେମାନଙ୍କର ପରିକଳ୍ପନାର ସୀମାକୁ ଆଗକୁ ବିସ୍ତାର ଏବଂ ଆନ୍ତଃ ବିଭାଗୀୟ ସହଭାଗିତାକୁ ପ୍ରୋତ୍ସାହିତ କରିଥିଲା। ଅପରପକ୍ଷରେ ସ୍କୁଲର ସିନିୟର ଛାତ୍ରୀଛାତ୍ରମାନେ ରୋବୋଟିକ୍ସ ଉପରେ ରାଜା ମାହାରୀଙ୍କର ଏକ କର୍ମଶାଳା ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ବିଶ୍ୱନାଥ ପାତ୍ରଙ୍କ ଆଲୋଚନାଚକ୍ରରେ ଯୋଗଦେଇଥିଲେ। ଏଥିସହ କସ୍‌ମସ୍‌:ନୋଇଂ ଦ ସ୍ପେସ୍‌ ଆଣ୍ଡ ଇନୋଭେଶନ ଫେଷ୍ଟ ଉପରେ ଏକ ସୁନ୍ଦର ଉପସ୍ଥାପନା ଦିଆଯାଇଥିଲା; ଯେଉଁଠାରେ ବିଭିନ୍ନ ଗ୍ରେଡ୍‌ର ଛାତ୍ରୀଛାତ୍ରମାନେ ନିଜର ପ୍ରୋଜେକ୍ଟଗୁଡିକୁ ପ୍ରଦର୍ଶିତ କରିଥିଲେ।

The post ଓଜିଏସ୍‌ରେ ‘ଦ ନଲେଜ କ୍ରଲ୍‌’ appeared first on Dharitri Odia News.