ଗଞ୍ଜାମ ଜିଲାରେ ବର୍ଦ୍ଧିତ ଭତ୍ତା ପାଇଲେ ୨୬୧୩୪ ଜଣ ହିତାଧିକାରୀ

ଛତ୍ରପୁର,୧୫ା୧(ଦିଲ୍ଲୀପ ସାମଲ): ସରକାର ଲୋକଙ୍କ ହିତ ପାଇଁ ବହୁ ଯୋଜନା ପ୍ରଣୟନ କରିଛନ୍ତି। ସେଥିମଧ୍ୟରୁ ପେନ୍‌ସନ୍‌ ଯୋଜନା ଅନ୍ୟତମ। ଯୋଗ୍ୟ ହିତାଧିକାରୀ ତଥା ଦିବ୍ୟାଙ୍ଗ, ବିଧବା, ବାର୍ଦ୍ଧକ୍ୟ ଭତ୍ତା ସରକାରଙ୍କ ପକ୍ଷରୁ ପ୍ରତି ମାସରେ ପେନସନ ଯୋଜାନରେ ସାମିଲ କରି ସେମାନଙ୍କୁ ଭତ୍ତା ପ୍ରଦାନ କରିଥାନ୍ତି। ୮୦ ପ୍ରତିଶତ ଅଧିକ ଦିବ୍ୟାଙ୍ଗ ଏବଂ ୮୦ ବର୍ଷରୁ ଅଧିକ ହିତାଧିକାରୀ ଏଣିକି ୩୫ଶହ ଟଙ୍କା ମିଳିବ। ଏହି ଅବସରରେ ଜିଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ […] The post ଗଞ୍ଜାମ ଜିଲାରେ ବର୍ଦ୍ଧିତ ଭତ୍ତା ପାଇଲେ ୨୬୧୩୪ ଜଣ ହିତାଧିକାରୀ appeared first on Dharitri Odia News.

ଗଞ୍ଜାମ ଜିଲାରେ ବର୍ଦ୍ଧିତ ଭତ୍ତା ପାଇଲେ ୨୬୧୩୪ ଜଣ ହିତାଧିକାରୀ

ଛତ୍ରପୁର,୧୫ା୧(ଦିଲ୍ଲୀପ ସାମଲ): ସରକାର ଲୋକଙ୍କ ହିତ ପାଇଁ ବହୁ ଯୋଜନା ପ୍ରଣୟନ କରିଛନ୍ତି। ସେଥିମଧ୍ୟରୁ ପେନ୍‌ସନ୍‌ ଯୋଜନା ଅନ୍ୟତମ। ଯୋଗ୍ୟ ହିତାଧିକାରୀ ତଥା ଦିବ୍ୟାଙ୍ଗ, ବିଧବା, ବାର୍ଦ୍ଧକ୍ୟ ଭତ୍ତା ସରକାରଙ୍କ ପକ୍ଷରୁ ପ୍ରତି ମାସରେ ପେନସନ ଯୋଜାନରେ ସାମିଲ କରି ସେମାନଙ୍କୁ ଭତ୍ତା ପ୍ରଦାନ କରିଥାନ୍ତି। ୮୦ ପ୍ରତିଶତ ଅଧିକ ଦିବ୍ୟାଙ୍ଗ ଏବଂ ୮୦ ବର୍ଷରୁ ଅଧିକ ହିତାଧିକାରୀ ଏଣିକି ୩୫ଶହ ଟଙ୍କା ମିଳିବ। ଏହି ଅବସରରେ ଜିଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବାଣିଜ୍ୟ, ପରିବହନ, ଖଣି ଓ ଇସ୍ପାତ ବିଭାଗୀୟ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗଦେଇ ବର୍ଦ୍ଧିତ ଭତ୍ତା ବଣ୍ଟନ କରିଥିଲେ। ଗଞ୍ଜାମ ଜିଲାରେ ୨୬ ହଜାର ୧୩୪ ଜଣ ହିତାଧିକାରୀ ଏଥିରେ ଉପକୃତ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ମଧୁବାବୁ ପେନ୍‌ସନ୍‌ ଯୋଜନାରେ ୮୦ ବର୍ଷରୁ ଅଧିକ ୮୯୦୬ ଜଣ ରହିଥିବା ବେଳେ ଜାତୀୟ ସାମାଜିକ ସହାୟତା ପେନ୍‌ସନ୍‌ ଯୋଜନାରେ ୧୦ହଜାର ୬୧୮ ଜଣ ରହିଛନ୍ତି।

ସେହିପରି ମଧୁବାବୁ ପେନ୍‌ସନ୍‌ ଯୋଜାନରେ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ୩୯୦୯ ଜଣ ଓ ଜାତୀୟ ସାମାଜିକ ସହାୟତା ପେନ୍‌ସନ୍‌ ଯୋଜନାରେ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ୨୭୦୧ ଜଣ ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି। କଥା ଦେଇ କଥା ରଖିଲେ ମୋହନ ସରକାର। ଲୋକଙ୍କୁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ଏବେ ତାହା ପୁରଣ କରାଯାଉଛି ବୋଲି ମନ୍ତ୍ରୀ କହିଥିଲେ। ଏଥି ସହିତ ଚୟନ ହୋଇଥିବା ଛତ୍ରପୁର ଉପଖଣ୍ଡର ଜୀବନ ଜୀବିକା ଯୋଜନର ହିତାଧିକାରୀଙ୍କୁ ଇ-ରିକ୍ସା ବଣ୍ଟନ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଛତ୍ରପୁର ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାଶ, ଉପାଧ୍ୟକ୍ଷା ଏସ୍‌. ସାରଦା ରେଡ୍ଡୀ, ଜିଲାପରିଷଦ ସିଡିଓ ମଧୁମିତା, ଜିଲା ସାମାଜିକ ସୁରକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ବେହେରାଙ୍କ ସମେତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

The post ଗଞ୍ଜାମ ଜିଲାରେ ବର୍ଦ୍ଧିତ ଭତ୍ତା ପାଇଲେ ୨୬୧୩୪ ଜଣ ହିତାଧିକାରୀ appeared first on Dharitri Odia News.