ମନ୍ଦିର ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଗଞ୍ଜାମ,୨୧ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ପ୍ରୟାଗି ଗ୍ରାମ ନିକଟସ୍ଥ ବାବା ଅଳେଶ୍ୱର ଶୈବ ପୀଠର ଦାନ ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା ଜଣାପଡ଼ିଛି। ଏନେଇ ରମ୍ଭା ଥାନାରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି। ସୂଚନାନୁଯାୟୀ, ମନ୍ଦିର ପୂଜକ ମଙ୍ଗଳବାର ୬ଟାରେ ମନ୍ଦିର କବାଟ ବନ୍ଦ କରି ଘରକୁ ଯାଇଥିଲେ। ବୁଧବାର ଭୋର୍‌ ୫ଟାରେ ମନ୍ଦିରକୁ ଯିବାବେଳେ ମନ୍ଦିରରେ ରହିଥିବା ହୁଣ୍ଡି ଭଙ୍ଗାଯାଇ ସମସ୍ତ ଦାନ ଟଙ୍କା ଚୋରି […] The post ମନ୍ଦିର ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ appeared first on Dharitri Odia News.

ମନ୍ଦିର ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଗଞ୍ଜାମ,୨୧ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ପ୍ରୟାଗି ଗ୍ରାମ ନିକଟସ୍ଥ ବାବା ଅଳେଶ୍ୱର ଶୈବ ପୀଠର ଦାନ ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା ଜଣାପଡ଼ିଛି। ଏନେଇ ରମ୍ଭା ଥାନାରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି।
ସୂଚନାନୁଯାୟୀ, ମନ୍ଦିର ପୂଜକ ମଙ୍ଗଳବାର ୬ଟାରେ ମନ୍ଦିର କବାଟ ବନ୍ଦ କରି ଘରକୁ ଯାଇଥିଲେ। ବୁଧବାର ଭୋର୍‌ ୫ଟାରେ ମନ୍ଦିରକୁ ଯିବାବେଳେ ମନ୍ଦିରରେ ରହିଥିବା ହୁଣ୍ଡି ଭଙ୍ଗାଯାଇ ସମସ୍ତ ଦାନ ଟଙ୍କା ଚୋରି ହୋଇଯାଇଥିବା ଜାଣିବା ପରେ ମନ୍ଦିର ପରିଚାଳନା କମିଟିକୁ ଅବଗତ କରାଇଥିଲେ। ଏକ ବର୍ଷ ହେଲା ଦାନ ହୁଣ୍ଡି ଖୋଲା ଯାଇ ନ ଥିବା ବେଳେ ଆସନ୍ତା ୨୨ ତାରିଖରେ ଦାନ ହୁଣ୍ଡି ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ଏକ ବର୍ଷ ହେଲା ହୁଣ୍ଡି ଖୋଲା ଯାଇ ନ ଥିବାରୁ ସେଥିରେ ଲକ୍ଷାଧିକ ଟଙ୍କା ରହିଥିଲା ବୋଲି ମନ୍ଦିର ପରିଚାଳନା କମିଟି ତରଫରୁ ଅନୁମାନ କରାଯାଇଛି।
ପ୍ରକାଶ ଥାଉକି, ଏହା ପୂର୍ବରୁ ବୋରିଗାଁ ନିକଟରେ ରହିଥିବା ଝାଡ଼େଶ୍ୱର, କଣ୍ଟିଆଗଡ଼ ନିକଟସ୍ଥ ବଟେଶ୍ୱର ଓ ସର୍ତୁସୋଲ ଗ୍ରାମ ନିକଟସ୍ଥ ମୁକ୍ତେଶର ମନ୍ଦିରରୁ ଚୋରି ହୋଇଥିଲା। ଦୁର୍ବୃତ୍ତମାନେ ମନ୍ଦିରକୁ ଟାର୍ଗେଟ୍‌ କରିଛନ୍ତି।

The post ମନ୍ଦିର ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ appeared first on Dharitri Odia News.