ଡେଉଁଛି ପାରଦ : ସମ୍ବଲପୁରରେ ସର୍ବାଧିକ ୩୯.୮ ଡିଗ୍ରୀ ତାପମାତ୍ରା, ଭୁବନେଶ୍ବରରେ ୩୭.୪ ଡିଗ୍ରୀ
ଭୁବନେଶ୍ୱର : ଡେଉଁଛି ପାରଦ, ବଢୁଛି ତାତି । ରାଜ୍ୟରେ ଉପର ମୁହାଁ ପାରଦ। ଗତକାଲି ଠାରୁ ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ବଢିଛି ତାତି। ତାପମାତ୍ରା ବୃଦ୍ଧି ସହ ଗ୍ରୀଷ୍ମ ଲହରୀ ମଧ୍ୟ ଆରମ୍ଭ ହୋଇଛି। ଆଜି ଦିନ ୨ଟା ୩୦ ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡା ଓ ସମ୍ବଲପୁର । ଆଜି ଝାରସୁଗୁଡ଼ା ଓ ସମ୍ବଲପୁରରେ ସର୍ବାଧିକ ୩୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ରାଉରକେଲାରେ ୩୯ , […] The post ଡେଉଁଛି ପାରଦ : ସମ୍ବଲପୁରରେ ସର୍ବାଧିକ ୩୯.୮ ଡିଗ୍ରୀ ତାପମାତ୍ରା, ଭୁବନେଶ୍ବରରେ ୩୭.୪ ଡିଗ୍ରୀ appeared first on KNews Odisha.

ଭୁବନେଶ୍ୱର : ଡେଉଁଛି ପାରଦ, ବଢୁଛି ତାତି । ରାଜ୍ୟରେ ଉପର ମୁହାଁ ପାରଦ। ଗତକାଲି ଠାରୁ ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ବଢିଛି ତାତି। ତାପମାତ୍ରା ବୃଦ୍ଧି ସହ ଗ୍ରୀଷ୍ମ ଲହରୀ ମଧ୍ୟ ଆରମ୍ଭ ହୋଇଛି। ଆଜି ଦିନ ୨ଟା ୩୦ ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡା ଓ ସମ୍ବଲପୁର । ଆଜି ଝାରସୁଗୁଡ଼ା ଓ ସମ୍ବଲପୁରରେ ସର୍ବାଧିକ ୩୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ସେହିପରି ରାଉରକେଲାରେ ୩୯ , ହୀରାକୁଦରେ ୩୮.୮, ଚାନ୍ଦବାଲିରେ ୩୭.୪ ଓ ଭୁବନେଶ୍ବରରେ ୩୭.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆହୁରି ୪ଦିନ କଲବଲ କରିବ ତାତି। ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ଦିନ ତାପମାତ୍ରା। ଆସନ୍ତାକାଲି ଗ୍ରୀଷ୍ଣ ପ୍ରବାହ ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।ଗରମ ଓ ଗୁଳୁଗୁଳି ପାଇଁ ବାଲେଶ୍ବର, ଭଦ୍ରକ, ଗଜପତି, ଖୋର୍ଦ୍ଧା ଓ କଟକ ପାଇଁ ସତର୍କତା ଜାରି କରାଯାଇଛି। ୧୪ ଓ ୧୫ ତାରିଖରେ ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ ଓ ବୌଦ୍ଧରେ ଉଷ୍ମ ରହିବ ରାତି। ହୋଲିରେ ପଶ୍ଚିମ ଓଡ଼ିଶାରେ ୪୨ ଓ ଉପକୂଳ ଓଡ଼ିଶାରେ ୪୦ ଡିଗ୍ରୀ ଛୁଇଁପାରେ ପାରଦ।
The post ଡେଉଁଛି ପାରଦ : ସମ୍ବଲପୁରରେ ସର୍ବାଧିକ ୩୯.୮ ଡିଗ୍ରୀ ତାପମାତ୍ରା, ଭୁବନେଶ୍ବରରେ ୩୭.୪ ଡିଗ୍ରୀ appeared first on KNews Odisha.