କଂଗ୍ରେସ ଛାଡିଲେ ଚିରଞ୍ଜୀବ ବିଶ୍ୱାଳ, ପିସିସି ସଭାପତିଙ୍କୁ ପଠାଇଲେ ଇସ୍ତଫା ପତ୍ର

ଭୁବନେଶ୍ୱର ୩୦।୦୩ : ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟ୍‌କା । ଗୋଟିଏ ପଟେ ଦଳୀୟ ନେତା ବୁଲି ବୁଲି କହୁଛନ୍ତି । ଆମ ଦଳ ଏକ୍‌ ଅଛି, ଆଉ ଏବେ ଏକାଠି ହୋଇ ନିର୍ବାଚନ ଲଢିବୁ । ହେଲେ ନିର୍ବାଚନ ପୂର୍ବରୁ ଲାଗିଛି ଝଟ୍‌କା । ହାତ ଛାଡିଛନ୍ତି କଂଗ୍ରେସ ବରିଷ୍ଠ ତଥା ପୁରୁଖା ନେତା ଚିରଞ୍ଜୀବ ବିଶ୍ୱାଳ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି ଚିରଞ୍ଜୀବ ବିଶ୍ୱାଳ।ଖବର ଅନୁଯାୟୀ, ଜଗତସିଂପୁରର ଜଣେ ଟାଣୁଆ ତଥା ପୁରୁଖା ନେତା ଭାବେ ଜଣାଶୁଣା ଚିରଞ୍ଜୀବ ବିଶ୍ୱାଳ । କଂଗ୍ରେସ ଟିକେଟରୁ ଚିରଞ୍ଜୀବ ବିଶ୍ବାଳ ୨୦୧୪ରୁ ୨୦୧୯ ଯାଏଁ ଜଗତସିଂହପୁର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।  ପିସିସିର ପୂର୍ବତନ କାର୍ଯ୍ୟକାରୀ ସଭାପତି ଦାୟିତ୍ୱରେ ମଧ୍ୟ ଥିଲେ ଚିରଞ୍ଜୀବ। ଏହାବାଦ୍‌ ମଧ୍ୟ ଓଡିଶା ବିଧାନସଭାର ବିରୋଧୀ ଦଳ ନେତାର ଦାୟିତ୍ୱ ତୁଲାଇଥିଲେ । ତେବେ କଂଗ୍ରେସରୁ ଇସ୍ତଫା ଦେବା ପଛର କାରଣ ଏବେ ଯାଏଁ ଅସ୍ପଷ୍ଟ ରହିଛି ।  ସୂଚନାଯୋଗ୍ୟ ଯେ, ୨୦୨୩ ମସିହା ଜୁଲାଇ ମାସ ୧୫ ତାରିଖରେ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ କଂଗ୍ରେସ ସସପେଣ୍ଡ କରିଥିଲା । ହେଲେ ପରେ ପିସିସି ଶୃଙ୍ଖଳା କମିଟି ଘଟଣାର ତଦନ୍ତ କରି ଚିରଞ୍ଜୀବ ବିଶ୍ୱାଳଙ୍କ ଉପରୁ ସସ୍‌ପେଣ୍ଡ ଆଦେଶକୁ ପ୍ରତ୍ୟାହାର କରିଥିଲେ । ହେସେ ଗତ କିଛି ଦିନ ହେଲା କଂଗ୍ରେସ ନେତୃତ୍ୱ ପ୍ରତି ଅସନ୍ତୋଷ ରହିଥିଲେ । ତେଣୁ ଏହାହିଁ ଇସ୍ତଫା ପଛର କା

କଂଗ୍ରେସ ଛାଡିଲେ ଚିରଞ୍ଜୀବ ବିଶ୍ୱାଳ, ପିସିସି ସଭାପତିଙ୍କୁ ପଠାଇଲେ ଇସ୍ତଫା ପତ୍ର

ଭୁବନେଶ୍ୱର ୩୦।୦୩ : ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟ୍‌କା । ଗୋଟିଏ ପଟେ ଦଳୀୟ ନେତା ବୁଲି ବୁଲି କହୁଛନ୍ତି । ଆମ ଦଳ ଏକ୍‌ ଅଛି, ଆଉ ଏବେ ଏକାଠି ହୋଇ ନିର୍ବାଚନ ଲଢିବୁ । ହେଲେ ନିର୍ବାଚନ ପୂର୍ବରୁ ଲାଗିଛି ଝଟ୍‌କା । ହାତ ଛାଡିଛନ୍ତି କଂଗ୍ରେସ ବରିଷ୍ଠ ତଥା ପୁରୁଖା ନେତା ଚିରଞ୍ଜୀବ ବିଶ୍ୱାଳ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି ଚିରଞ୍ଜୀବ ବିଶ୍ୱାଳ।

ଖବର ଅନୁଯାୟୀ, ଜଗତସିଂପୁରର ଜଣେ ଟାଣୁଆ ତଥା ପୁରୁଖା ନେତା ଭାବେ ଜଣାଶୁଣା ଚିରଞ୍ଜୀବ ବିଶ୍ୱାଳ । କଂଗ୍ରେସ ଟିକେଟରୁ ଚିରଞ୍ଜୀବ ବିଶ୍ବାଳ ୨୦୧୪ରୁ ୨୦୧୯ ଯାଏଁ ଜଗତସିଂହପୁର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।  ପିସିସିର ପୂର୍ବତନ କାର୍ଯ୍ୟକାରୀ ସଭାପତି ଦାୟିତ୍ୱରେ ମଧ୍ୟ ଥିଲେ ଚିରଞ୍ଜୀବ। ଏହାବାଦ୍‌ ମଧ୍ୟ ଓଡିଶା ବିଧାନସଭାର ବିରୋଧୀ ଦଳ ନେତାର ଦାୟିତ୍ୱ ତୁଲାଇଥିଲେ । ତେବେ କଂଗ୍ରେସରୁ ଇସ୍ତଫା ଦେବା ପଛର କାରଣ ଏବେ ଯାଏଁ ଅସ୍ପଷ୍ଟ ରହିଛି ।  

ସୂଚନାଯୋଗ୍ୟ ଯେ, ୨୦୨୩ ମସିହା ଜୁଲାଇ ମାସ ୧୫ ତାରିଖରେ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ କଂଗ୍ରେସ ସସପେଣ୍ଡ କରିଥିଲା । ହେଲେ ପରେ ପିସିସି ଶୃଙ୍ଖଳା କମିଟି ଘଟଣାର ତଦନ୍ତ କରି ଚିରଞ୍ଜୀବ ବିଶ୍ୱାଳଙ୍କ ଉପରୁ ସସ୍‌ପେଣ୍ଡ ଆଦେଶକୁ ପ୍ରତ୍ୟାହାର କରିଥିଲେ । ହେସେ ଗତ କିଛି ଦିନ ହେଲା କଂଗ୍ରେସ ନେତୃତ୍ୱ ପ୍ରତି ଅସନ୍ତୋଷ ରହିଥିଲେ । ତେଣୁ ଏହାହିଁ ଇସ୍ତଫା ପଛର କାରଣ ବୋଲି ଅନୁମାନ କରାଯାଉଛି । ଏହାପରେ ସେ କେଉଁ ଦଳ ସହିତ ସାମିଲ ହେଉଛନ୍ତି । ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି ।