କଂଗ୍ରେସ ଛାଡିଲେ ବିଜୟ ପଟ୍ଟନାୟକ, ମେଲ୍‌ ଯୋଗେ AICCକୁ ପଠାଇଲେ ଇସ୍ତଫା ପତ୍ର

ଭୁବନେଶ୍ବର : କଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକ । ମେଲ୍‌ ଯୋଗେ AICCକୁ ବିଜୟ ପଟ୍ଟନାୟକ ତାଙ୍କର ଇସ୍ତଫା ପତ୍ର ପଠାଇଥିବା ଜଣାପଡିଛି। ପ୍ରଶାସନିକ ଅଧିକାରୀରୁ କଂଗ୍ରେସ ନେତା ସାଜିଥିବା ବିଜୟ ପଟ୍ଟନାୟକ ଚଳିତ ନିର୍ବାଚନରେ ପାରଳାଖେମୁଣ୍ଡିରୁ ବିଧାନସଭା ନିର୍ବାଚନ ଲଢି ପରାଜିତ ହୋଇଥିଲେ। ତେବେ କଂଗ୍ରେସରୁ ଇସ୍ତଫା ଦେବାପରେ ବିଜୟ କହିଛନ୍ତି ଦଳରେ ମୋର କୌଣସି ଆବଶ୍ୟକତା ନଥିବା ଅନୁଭବ କଲି। ଦଳରେ କୌଣସି ପ୍ରେଷ୍ଟିଜ୍‌  ନାହିଁ। ମୁଁ କଂଗ୍ରେସ ପାଇଁ ୟୁଜ୍‌ଫୁଲ ନୁହେଁ, […]

କଂଗ୍ରେସ ଛାଡିଲେ ବିଜୟ ପଟ୍ଟନାୟକ, ମେଲ୍‌ ଯୋଗେ AICCକୁ ପଠାଇଲେ ଇସ୍ତଫା ପତ୍ର
Bijay Patnaik left Congress, sent resignation letter to AICC by mail

ଭୁବନେଶ୍ବର : କଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକ । ମେଲ୍‌ ଯୋଗେ AICCକୁ ବିଜୟ ପଟ୍ଟନାୟକ ତାଙ୍କର ଇସ୍ତଫା ପତ୍ର ପଠାଇଥିବା ଜଣାପଡିଛି। ପ୍ରଶାସନିକ ଅଧିକାରୀରୁ କଂଗ୍ରେସ ନେତା ସାଜିଥିବା ବିଜୟ ପଟ୍ଟନାୟକ ଚଳିତ ନିର୍ବାଚନରେ ପାରଳାଖେମୁଣ୍ଡିରୁ ବିଧାନସଭା ନିର୍ବାଚନ ଲଢି ପରାଜିତ ହୋଇଥିଲେ।

ତେବେ କଂଗ୍ରେସରୁ ଇସ୍ତଫା ଦେବାପରେ ବିଜୟ କହିଛନ୍ତି ଦଳରେ ମୋର କୌଣସି ଆବଶ୍ୟକତା ନଥିବା ଅନୁଭବ କଲି। ଦଳରେ କୌଣସି ପ୍ରେଷ୍ଟିଜ୍‌  ନାହିଁ। ମୁଁ କଂଗ୍ରେସ ପାଇଁ ୟୁଜ୍‌ଫୁଲ ନୁହେଁ, ଏଣୁ ମୁଁ ସେ ଦଳ ଛାଡିଲି। ଏଥି ସହିତ ଅନ୍ୟ ଦଳରେ ଯୋଗଦେବା ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ବିଜୟ କହିଛନ୍ତି ଆଉ କୌଣସି ଦଳରେ ଯୋଗଦେବାର ନାହିଁ। ଲୋକଙ୍କ ପାଖକୁ ଯିବି, ଲୋକଙ୍କ ପାଇଁ କାମ କରିବି।

Screenshot 3 5

ସୂଚନାଯୋଗ୍ୟ ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ୨୦୨୩ ଫେବୃଆରୀ ୧୩ରେ କଂଗ୍ରେସରେ ଯୋଗଦେଇଥିଲେ। ଦିଲ୍ଲୀ ଏଆଇସିସି କାର୍ଯ୍ୟାଳୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ଉପସ୍ଥିତିରେ ପିସିସି ସଭାପତି ଶରତ ପଟ୍ଟନାୟକ,ସେହି ସମୟର ପ୍ରଭାରୀ ଚେଲ୍ଲା କୁମାର, କଂଗ୍ରେସ ସାଧାରଣ ସମ୍ପାଦକ କେ.ସି ବେନୁଗୋପାଲ ପ୍ରମୁଖ ଉପସ୍ଥିତରେ ବିଜୟ କଂଗ୍ରେସରେ ଯୋଗଦେଇଥିଲେ।

୧୯୭୬ ବ୍ୟାଚ୍‌ର ଆଇଏଏସ ଅଫିସର ବିଜୟ ପଟ୍ଟନାୟକ। ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରି ୨୦୧୩ରେ ଅବସର ନେଇଥିଲେ। ପୂର୍ବରୁ ଜଙ୍ଗଲ ଓ ଜଳସମ୍ପଦ ବିଭାଗ ସଚିବ ଭାବେ କାର୍ଯ୍ୟ କରିଥିଲେ। ମୁ୍‌ଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିିବ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।