‘କଂଗ୍ରେସ ଦେବ ଗରିବଙ୍କୁ ଲାଇଫ୍‌ଲାଇନ୍‌’

ନୂଆଦିଲ୍ଲୀ,୧୪।୫: ଲୋକ ସଭା ନିର୍ବାଚନକୁ ନେଇ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ପରସ୍ପରକୁ କଟାକ୍ଷ କରିବା ଜାରି ରହିଛି। ଦଳଗୁଡ଼ିକ ନିଜର ଯୋଜନାଗୁଡ଼ିକର ପ୍ରଚାର ପ୍ରସାର ଲାଗି ନୂଆ ଉପାୟ ଆପଣାଉଛନ୍ତି। ଏମିତିରେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧି ଏକ ଭିଡିଓ ଶେୟାର କରି ଦଳର ମହାଲକ୍ଷ୍ମୀ ଯୋଜନାର ପ୍ରଚାର କରିବା ସହ ଭାଜପା ଏବଂ ସ୍ମୃତି ଇରାନୀଙ୍କୁ କଟାକ୍ଷ କରିଛନ୍ତି। ଭିଡିଓ ଶେୟାର କରି ରାହୁଲ କହିଛନ୍ତି, ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ନୋଟବନ୍ଦୀ ଲାଇନ୍‌ରେ ରଖି କଷ୍ଟ […] The post ‘କଂଗ୍ରେସ ଦେବ ଗରିବଙ୍କୁ ଲାଇଫ୍‌ଲାଇନ୍‌’ appeared first on Dharitri Odia News.

‘କଂଗ୍ରେସ ଦେବ ଗରିବଙ୍କୁ ଲାଇଫ୍‌ଲାଇନ୍‌’

ନୂଆଦିଲ୍ଲୀ,୧୪।୫: ଲୋକ ସଭା ନିର୍ବାଚନକୁ ନେଇ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ପରସ୍ପରକୁ କଟାକ୍ଷ କରିବା ଜାରି ରହିଛି। ଦଳଗୁଡ଼ିକ ନିଜର ଯୋଜନାଗୁଡ଼ିକର ପ୍ରଚାର ପ୍ରସାର ଲାଗି ନୂଆ ଉପାୟ ଆପଣାଉଛନ୍ତି। ଏମିତିରେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧି ଏକ ଭିଡିଓ ଶେୟାର କରି ଦଳର ମହାଲକ୍ଷ୍ମୀ ଯୋଜନାର ପ୍ରଚାର କରିବା ସହ ଭାଜପା ଏବଂ ସ୍ମୃତି ଇରାନୀଙ୍କୁ କଟାକ୍ଷ କରିଛନ୍ତି।

ଭିଡିଓ ଶେୟାର କରି ରାହୁଲ କହିଛନ୍ତି, ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ନୋଟବନ୍ଦୀ ଲାଇନ୍‌ରେ ରଖି କଷ୍ଟ ଦେଇଥିଲେ, ଅକ୍ସିଜେନ୍‌ ସିଲିଣ୍ଡର ଲାଗି କନ୍ଦାଇଥିଲେ, ପ୍ରତିଯୋଗିତାମୂଳକ ପରୀକ୍ଷା ଦେଉଥିବା ଯୁବଗୋଷ୍ଠୀଙ୍କୁ କୋର୍ଟ କଚେରୀରେ ଲାଇନ୍‌ରେ ଫସାଇଥିଲେ। ହେଲେ କଂଗ୍ରେସ କେବଳ ଗୋଟିଏ ଲାଇନ୍‌ରେ ଛିଡ଼ା କରିବ- ୧ଲକ୍ଷର ଲାଇନ୍‌। ଏଭଳି ଲାଇନ୍‌ ଯେଉଁଠି ଛିଡ଼ା ହେମାର ଅପେକ୍ଷା ପ୍ରତିଟି ଗରିବ ମହିଳା କରୁଛନ୍ତି। ମହାଲକ୍ଷ୍ମୀ ଯୋଜନା ଗରିବ ପରିବାରର ଲାଇଫ୍‌ ଲାଇନ ହେବାକୁ ଯାଉଛି।

The post ‘କଂଗ୍ରେସ ଦେବ ଗରିବଙ୍କୁ ଲାଇଫ୍‌ଲାଇନ୍‌’ appeared first on Dharitri Odia News.