କଂଗ୍ରେସ ଫିକ୍ସ କଲା ପ୍ରାର୍ଥୀ ତାଲିକା; ବାଲେଶ୍ୱରରୁ ଶ୍ରୀକାନ୍ତ, ପୁରୀରେ ନୂଆ ମୁହଁ!

ଭୁବନେଶ୍ୱର,୪।୪: ମୁଣ୍ଡ ଉପରେ ନିର୍ବାଚନ। ରାଜ୍ୟରେ ବଢୁଥିବା ତାପମାତ୍ରର ପରି ରାଜ୍ୟ ରାଜନୀତି ମଧ୍ୟ ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି। ବିଜେଡି ଓ ଭାଜପାର ପ୍ରାର୍ଥୀ ଘୋଷଣା ପରେ କଂଗ୍ରେସ ମଧ୍ୟ ୪୯ ବିଧାନସଭା ଓ ୮ ଲୋକ ସଭା ପ୍ରାର୍ଥୀ ଘୋଷଣା କରିଛି। ତେବେ ଦଳ ଏଯାଏଁ କେତେକ ପ୍ରମୁଖ ଅଞ୍ଚଳରେ ପ୍ରାର୍ଥୀ ଘୋଷଣା କରିନାହିଁ। ଟିକେଟ୍‌ ନ ପାଇପାରୁ ଦଳ ଛାଡ଼ୁଥିବା ବିଦ୍ରୋହୀଙ୍କ ପାଇଁ ଟିକେଟ୍‌ ଘୋଷଣା ବିଳମ୍ବ ହେଉଛି। ଏପଟେ ଦଳୀୟ […] The post କଂଗ୍ରେସ ଫିକ୍ସ କଲା ପ୍ରାର୍ଥୀ ତାଲିକା; ବାଲେଶ୍ୱରରୁ ଶ୍ରୀକାନ୍ତ, ପୁରୀରେ ନୂଆ ମୁହଁ! appeared first on Dharitri Odia News.

କଂଗ୍ରେସ ଫିକ୍ସ କଲା ପ୍ରାର୍ଥୀ ତାଲିକା; ବାଲେଶ୍ୱରରୁ ଶ୍ରୀକାନ୍ତ, ପୁରୀରେ ନୂଆ ମୁହଁ!

ଭୁବନେଶ୍ୱର,୪।୪: ମୁଣ୍ଡ ଉପରେ ନିର୍ବାଚନ। ରାଜ୍ୟରେ ବଢୁଥିବା ତାପମାତ୍ରର ପରି ରାଜ୍ୟ ରାଜନୀତି ମଧ୍ୟ ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି। ବିଜେଡି ଓ ଭାଜପାର ପ୍ରାର୍ଥୀ ଘୋଷଣା ପରେ କଂଗ୍ରେସ ମଧ୍ୟ ୪୯ ବିଧାନସଭା ଓ ୮ ଲୋକ ସଭା ପ୍ରାର୍ଥୀ ଘୋଷଣା କରିଛି। ତେବେ ଦଳ ଏଯାଏଁ କେତେକ ପ୍ରମୁଖ ଅଞ୍ଚଳରେ ପ୍ରାର୍ଥୀ ଘୋଷଣା କରିନାହିଁ। ଟିକେଟ୍‌ ନ ପାଇପାରୁ ଦଳ ଛାଡ଼ୁଥିବା ବିଦ୍ରୋହୀଙ୍କ ପାଇଁ ଟିକେଟ୍‌ ଘୋଷଣା ବିଳମ୍ବ ହେଉଛି। ଏପଟେ ଦଳୀୟ କନ୍ଦଳ ପିଛା ଛାଡ଼ୁନାହିଁ।

ତେବେ ଏହାରି ଭିତରେ ରାଜନୈତିକ ବିଶାରଦମାନେ ଅନୁମାନ କରୁଛନ୍ତି କି, କଂଗ୍ରେସ ବାଲେଶ୍ୱର ଲୋକ ସଭା ଆସନରୁ ଶ୍ରୀକାନ୍ତ ଜେନାଙ୍କୁ ଫିକ୍ସ କରି ସାରିଛି। ଲୋକ ସଭା ପ୍ରାର୍ଥୀ ଆଶାୟୀ ନବଜ୍ୟୋତି ପଟ୍ଟନାୟକଙ୍କ ଟିକେଟ୍‌ କଟିଥିବା କୁହାଯାଉଛି। ସେହପରି ପୁରୀ ଲୋକ ସଭା ସିଟ୍‌ ପାଇଁ ସୁଚରିତା ମହାନ୍ତିଙ୍କୁ ଟିକେଟ୍‌ ମିଳିଛି। ସୁଚରିତା ୨୦୧୪ ଲୋକ ସଭା ଆସନରେ ୨୩୩,୩୬୧ ଭୋଟ୍‌ ବ୍ୟବଧାନରେ ପିନାକୀ ମିଶ୍ରଙ୍କ ଠାରୁ ପରାଜିତ ହୋଇଥିଲେ। ସୁଚରିତା ଯଦି ଟିକେଟ୍‌ ପାଆନ୍ତି ତେବେ ଭାଜପାର ସମ୍ବିତ ପାତ୍ର ଓ ବିଜେଡିର ଅରୂପ ପଟ୍ଟନାୟକଙ୍କ ସହ ତାଙ୍କର ଲଢେଇ ହେବ।

ଏହିକ୍ରମରେ ପୁରୀ ବିଧାନସଭା ଟିକେଟ୍‌ ନେଇ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନାଁ ଆଗରେ ରହିଛି। ପୂର୍ବଥର ସେ ସତ୍ୟବାଦୀରୁ ଲଢିଥିଲେ। ଏଥର ଦଳ ତାଙ୍କୁ ପୁରୀ ବିଧାନସଭା ଟିକେଟ୍‌ ଦେଇପାରେ ବୋଲି ଚର୍ଚ୍ଚା ହେଉଛି। ସେହିପରି ଭୁବନେଶ୍ୱର ସିଟ୍‌ ପାଇଁ ଛାତ୍ର କଂଗ୍ରେସ ନେତା ୟସିର ନଓ୍ବାଜଙ୍କ ନାଁ ଚର୍ଚ୍ଚା ହେଉଛି।

The post କଂଗ୍ରେସ ଫିକ୍ସ କଲା ପ୍ରାର୍ଥୀ ତାଲିକା; ବାଲେଶ୍ୱରରୁ ଶ୍ରୀକାନ୍ତ, ପୁରୀରେ ନୂଆ ମୁହଁ! appeared first on Dharitri Odia News.