ଭାଜପାର ମାଷ୍ଟର ଗେମ୍‌: ପାର୍ବଣରେ ନୂଆ ପ୍ଲାନ୍‌, ହାତେଇ ନେବକି…

ଭୁବନେଶ୍ୱର,୨୮।୯: ଧରାପୃଷ୍ଠକୁ ଆସୁଛନ୍ତି ମା’ ଜଗତଜନନୀ ଦୁର୍ଗା। ଏନେଇ ଚଳଚଞ୍ଚଳ ହୋଇଉଠୁଛି ପୂଜା ମଣ୍ଡପ। ଏହି ପରିପ୍ରେକ୍ଷୀରେ ଭାଜପା ଏକ ବଡ଼ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରିଛି। ପାର୍ବଣରେ ସମସ୍ତ ପୂଜା ପେଣ୍ଡାଲରେ ଭାଜପା କ୍ୟାମ୍ପ ପକାଇବ। ଏନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ଭାଜପା ସଙ୍ଗଠନକୁ ସୁଦୃଢ଼ କରିବା ସହ ଯୁବବର୍ଗଙ୍କୁ ଆକୃଷ୍ଟ କରି ନୂତନ ସଦସ୍ୟତା ସଂଗ୍ରହ କରିବ। ତେବେ କେବଳ ପୂଜ ମଣ୍ଡପ ନୁହେଁ, ଭାଜପା ସମସ୍ତ କଲେଜ, […] The post ଭାଜପାର ମାଷ୍ଟର ଗେମ୍‌: ପାର୍ବଣରେ ନୂଆ ପ୍ଲାନ୍‌, ହାତେଇ ନେବକି… appeared first on Dharitri Odia News.

ଭାଜପାର ମାଷ୍ଟର ଗେମ୍‌: ପାର୍ବଣରେ ନୂଆ ପ୍ଲାନ୍‌, ହାତେଇ ନେବକି…

ଭୁବନେଶ୍ୱର,୨୮।୯: ଧରାପୃଷ୍ଠକୁ ଆସୁଛନ୍ତି ମା’ ଜଗତଜନନୀ ଦୁର୍ଗା। ଏନେଇ ଚଳଚଞ୍ଚଳ ହୋଇଉଠୁଛି ପୂଜା ମଣ୍ଡପ। ଏହି ପରିପ୍ରେକ୍ଷୀରେ ଭାଜପା ଏକ ବଡ଼ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରିଛି। ପାର୍ବଣରେ ସମସ୍ତ ପୂଜା ପେଣ୍ଡାଲରେ ଭାଜପା କ୍ୟାମ୍ପ ପକାଇବ। ଏନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ଭାଜପା ସଙ୍ଗଠନକୁ ସୁଦୃଢ଼ କରିବା ସହ ଯୁବବର୍ଗଙ୍କୁ ଆକୃଷ୍ଟ କରି ନୂତନ ସଦସ୍ୟତା ସଂଗ୍ରହ କରିବ।

ତେବେ କେବଳ ପୂଜ ମଣ୍ଡପ ନୁହେଁ, ଭାଜପା ସମସ୍ତ କଲେଜ, ବିଶ୍ବବିଦ୍ୟାଳୟ ଆଗରେ ମଧ୍ୟ ଷ୍ଟଲ ପକାଇବ। ଏଥିରେ ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ସହ ସଦସ୍ୟତା ସଂଗ୍ରହ କରିବ। ଏପରିକି ସଦସ୍ୟତା ସଂଗ୍ରହ ନେଇ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ କର୍ମଶାଳାର ମଧ୍ୟ ଆୟୋଜନ କରାଯାଉଛି।

ଏହି ପରିପ୍ରେକ୍ଷୀରେ ଶନିବାର ଭାଜପା ପକ୍ଷରୁ ସମ୍ବଲପୁର, ବରଗଡ଼ରେ ସଦସ୍ୟତା ସଂଗ୍ରହ ଅଭିଯାନକୁ ବ୍ୟାପକ କରାଯାଇଛି। ଏଥିରେ ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଏମ୍‌ପି ବୈଜୟନ୍ତ ପଣ୍ଡା ଯୋଗ ଦେଇ ଯୁବବର୍ଗଙ୍କୁ ଭାଜପାର ସଦସ୍ୟତା ଗ୍ରହଣ କରିବାକୁ ଉତ୍ସାହିତ କରୁଛନ୍ତି। ସେ ଭାଜପା କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିବା ସହ ସଙ୍ଗଠନକୁ ମଜଭୂତ କରିବାକୁ ଗୁରୁମନ୍ତ୍ର ଦେଉଛନ୍ତି।

The post ଭାଜପାର ମାଷ୍ଟର ଗେମ୍‌: ପାର୍ବଣରେ ନୂଆ ପ୍ଲାନ୍‌, ହାତେଇ ନେବକି… appeared first on Dharitri Odia News.