କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ହେଲେ ସୋନିଆ

ନୂଆଦିଲ୍ଲୀ,୮ା୬: ୨୦୨୪ ଲୋକ ସଭା ନିର୍ବାଚନର ଫଳାଫଳ କଂଗ୍ରେସ ଦଳକୁ ନୂଆ ଜୀବନ ଦେଇଛି। ଦଳର ନେତାଙ୍କଠାରୁ ଆରମ୍ଭ କରି କର୍ମୀଙ୍କଠାରେ ନୂଆ ଉତ୍ସାହ ଦେଖିବାକୁ ମିଳିଛି। କଂଗ୍ରେସ ପକ୍ଷରୁ ଘନଘନ ବୈଠକ ଅନୁଷ୍ଠିତ ହେଉଛି। ଶନିବାର ସନ୍ଧ୍ୟାରେ ଉଭୟ ଲୋକ ସଭା ଓ ରାଜ୍ୟ ସଭାର ଦଳର ଏମ୍‌ପିଙ୍କ ବୈଠକରେ  ନେତା ଭାବରେ ନିର୍ବାଚିତ ହେବା ପରେ ସୋନିଆ ଗାନ୍ଧୀ କଂଗ୍ରେସ ସଂସଦୀୟ ଦଳ (ସିପିପି) ଅଧ୍ୟକ୍ଷା ଭାବରେ ନିଜର ପଦବୀ ବଜାୟ ରଖିବାକୁ ଯାଉଛନ୍ତି। […] The post କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ହେଲେ ସୋନିଆ appeared first on Dharitri Odia News.

କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ହେଲେ ସୋନିଆ

ନୂଆଦିଲ୍ଲୀ,୮ା୬: ୨୦୨୪ ଲୋକ ସଭା ନିର୍ବାଚନର ଫଳାଫଳ କଂଗ୍ରେସ ଦଳକୁ ନୂଆ ଜୀବନ ଦେଇଛି। ଦଳର ନେତାଙ୍କଠାରୁ ଆରମ୍ଭ କରି କର୍ମୀଙ୍କଠାରେ ନୂଆ ଉତ୍ସାହ ଦେଖିବାକୁ ମିଳିଛି। କଂଗ୍ରେସ ପକ୍ଷରୁ ଘନଘନ ବୈଠକ ଅନୁଷ୍ଠିତ ହେଉଛି। ଶନିବାର ସନ୍ଧ୍ୟାରେ ଉଭୟ ଲୋକ ସଭା ଓ ରାଜ୍ୟ ସଭାର ଦଳର ଏମ୍‌ପିଙ୍କ ବୈଠକରେ  ନେତା ଭାବରେ ନିର୍ବାଚିତ ହେବା ପରେ ସୋନିଆ ଗାନ୍ଧୀ କଂଗ୍ରେସ ସଂସଦୀୟ ଦଳ (ସିପିପି) ଅଧ୍ୟକ୍ଷା ଭାବରେ ନିଜର ପଦବୀ ବଜାୟ ରଖିବାକୁ ଯାଉଛନ୍ତି। ଦଳୀୟ ଏମ୍‌ପିମାନଙ୍କ ଏକ ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋନିଆଙ୍କୁ ସଂସଦୀୟ ଦଳ ଅଧ୍ୟକ୍ଷ ପଦ ପାଇଁ ପ୍ରସ୍ତାବ ଦେଇଥିଲେ। ଏହାକୁ ଗୌରବ ଗୋଗୋଇ, କେ. ସୁଧାକରନ ଏବଂ ତାରିକ୍‌ ଅନ୍‌ଓ୍ବର ସମର୍ଥନ ଜଣାଇଥିଲେ। ୭୭ ବର୍ଷୀୟା ସୋନିଆ ଗତ ଫେବୃଆରୀରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ।

ସୂତ୍ରରୁ ପ୍ରକାଶ ଯେ, ଲୋକ ସଭାରେ କଂଗ୍ରେସ ଏହାର ନେତାଙ୍କ ନାଁ ସ୍ଥିର କରିବା ସହିତ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ଏକ ପ୍ରମୁଖ ଭୂମିକା ହସ୍ତାନ୍ତର କରିବାର ଦାବି ବଢ଼ିବାରେ ଲାଗିଛି। ବାସ୍ତବରେ କଂଗ୍ରେସ ଓ୍ବାର୍କିଂ କମିଟି (ସିଡବ୍ଲ୍ୟୁଡିସି)ର ଦିନିକିଆ ବୈଠକରେ ଏକ ସଂକଳ୍ପ ପାରିତ ହୋଇଛି ଯେ, ରାହୁଲ ଗାନ୍ଧୀଙ୍କୁ ଲୋକ ସଭାରେ ବିରୋଧୀ ଦଳର ନେତା ଭାବରେ ଉପସ୍ଥାପନ କରାଯିବା ଉଚିତ।

ରାହୁଲ ବିରୋଧୀ ଦଳର ନେତା ହେବା ନେଇ କଂଗ୍ରେସ ନେତା କେ.ସି ବେଣୁଗୋପାଳ କହିଛନ୍ତି, ତାଙ୍କୁ ବିରୋଧୀ ଦଳର ନେତା ଭାବରେ ଦାୟିତ୍ୱ ଗ୍ରହଣ କରିବାକୁ ପଡ଼ିବ। ସର୍ବଶେଷରେ ଲୋକମାନେ ତାଙ୍କୁ ସେମିତି ଦେଖିବାକୁ ଚାହାନ୍ତି। ଇଣ୍ଡିଆ ଦଳ ଏବଂ କଂଗ୍ରେସ ଲୋକମାନେ ମଧ୍ୟ ସେହି ପଦବୀରେ ରାହୁଲଙ୍କୁ ଦେଖିବାକୁ ଚାହାନ୍ତି।

The post କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ହେଲେ ସୋନିଆ appeared first on Dharitri Odia News.