କଂଗ୍ରେସକୁ ଆଶ୍ୱସ୍ତି: ନିର୍ବାଚନ ଶେଷ ନ ହେବା ଯାଏ ହେବନି କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ,୧।୪: ଆୟକର ବିଭାଗର ନୋଟିସ ମାମଲାରେ କଂଗ୍ରେସକୁ କିଛି ଦିନ ପାଇଁ ଆଶ୍ୱସ୍ତି ମିଳିଛି। ୩୫୦୦ କୋଟି ଟଙ୍କାର ବକେୟା ଟିକସ ମାମଲାରେ ଆୟକର ବିଭାଗ ନିର୍ବାଚନ ଶେଷ ନ ହେବା ଯାଏ କଂଗ୍ରେସ ବିରୋଧରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନାହିଁ। ଆଜି ଏ ନେଇ ଆୟକର ବିଭାଗ ବିଧିବଦ୍ଧ ଭାବେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି। କଂଗ୍ରେସ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରିଥିଲା। ଜଷ୍ଟିସ ଭି.ବି ନାଗରତ୍ନାଙ୍କ ବେଞ୍ଚ ଏହି […] The post କଂଗ୍ରେସକୁ ଆଶ୍ୱସ୍ତି: ନିର୍ବାଚନ ଶେଷ ନ ହେବା ଯାଏ ହେବନି କାର୍ଯ୍ୟାନୁଷ୍ଠାନ appeared first on Dharitri Odia News.
ନୂଆଦିଲ୍ଲୀ,୧।୪: ଆୟକର ବିଭାଗର ନୋଟିସ ମାମଲାରେ କଂଗ୍ରେସକୁ କିଛି ଦିନ ପାଇଁ ଆଶ୍ୱସ୍ତି ମିଳିଛି। ୩୫୦୦ କୋଟି ଟଙ୍କାର ବକେୟା ଟିକସ ମାମଲାରେ ଆୟକର ବିଭାଗ ନିର୍ବାଚନ ଶେଷ ନ ହେବା ଯାଏ କଂଗ୍ରେସ ବିରୋଧରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନାହିଁ। ଆଜି ଏ ନେଇ ଆୟକର ବିଭାଗ ବିଧିବଦ୍ଧ ଭାବେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି।
କଂଗ୍ରେସ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରିଥିଲା। ଜଷ୍ଟିସ ଭି.ବି ନାଗରତ୍ନାଙ୍କ ବେଞ୍ଚ ଏହି ଶୁଣାଣି କରିଛନ୍ତି। ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଆୟକର ବିଭାଗ ପକ୍ଷରୁ ଯୁକ୍ତି ଉପସ୍ଥାପନ କରିଥିଲେ। ବର୍ତ୍ତମାନ ଏହି ମାମଲା ଜୁଲାଇ ୨୪ରେ କୋର୍ଟରେ ଶୁଣାଣି ହେବ।
ମାମଲାର ଶୁଣାଣି ସମୟରେ ତୁଷାର ମେହେଟ୍ଟା କହିଛନ୍ତି, ଆମେ ୧୭୦୦କୋଟି ଟଙ୍କାର ନୋଟିସ ପଠାଇଛୁ, କିନ୍ତୁ ଲୋକ ସଭା ନିର୍ବାଚନ ଆସୁଛି। ବର୍ତ୍ତମାନ ସମୟରେ ଆମେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ନାହିଁ।
The post କଂଗ୍ରେସକୁ ଆଶ୍ୱସ୍ତି: ନିର୍ବାଚନ ଶେଷ ନ ହେବା ଯାଏ ହେବନି କାର୍ଯ୍ୟାନୁଷ୍ଠାନ appeared first on Dharitri Odia News.