କଂଗ୍ରେସକୁ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ, ଦେଶର ଏକତା ଏବଂ ଅଖଣ୍ଡତାକୁ ଦୁର୍ବଳ କରିଛ...
ନୂଆଦିଲ୍ଲୀ ୩୧।୦୩ : କଂଗ୍ରେସକୁ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ । ସୋସିଆଲ ମିଡିଆରେ ଏକ ପୋଷ୍ଟ କରି କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । ଭାରତର ଦ୍ୱୀପକୁ ସେତେବେଳର କଂଗ୍ରେସ ସରକାର କିପରି ବିକି ଦେଇଛନ୍ତି । ସେ ବିଷୟରେ କହିଛନ୍ତି ପ୍ରଧାନମନ୍ତ୍ରୀ ଭାରତର ଗୁରୁତ୍ୱପୂର୍ଣ୍ଣ ଦ୍ୱୀପ କଚାତିବୁ । ଏହି ଦ୍ୱୀପକୁ ଶ୍ରୀଲଙ୍କାକୁ ଟେକି ଦେଇଛି କଂଗ୍ରେସ । ସୋସିଆଲ ମିଡିଆରେ କଟାକ୍ଷ ପୋଷ୍ଟ କରି କଂଗ୍ରେସକୁ ଘେରିଛନ୍ତି ପିଏମ୍ ।୧୯୭୪ ମସିହାରେ କଂଗ୍ରେସର ଇନ୍ଦିରା ଗାନ୍ଧି ସରକାର ଏହି ଗୁରୁତ୍ୱପୂର୍ଣ୍ଣ ଦ୍ୱୀପକୁ ଶ୍ରୀଲଙ୍କାକୁ ଟେକି ଦେଇଥିବା ଅଭିଯୋଗ ଆସିଛି । କଂଗ୍ରେସ ଦେଶର ଏକତା ଅଖଣ୍ଡତା ଓ ସ୍ୱାର୍ଥକୁ ଦୁର୍ବଳ କରୁଛି ବୋଲି ଲେଖିଛନ୍ତି ମୋଦି । ଇନ୍ଦିରା ଗାନ୍ଧି ପ୍ରଧାନମନ୍ତ୍ରୀ ଥିବା ବେଳେ ୧୯୭୪ ମସିହାରେ ଭାରତର କଚାତିବୁ ଦ୍ୱୀପକୁ ଶ୍ରୀଲଙ୍କାକୁ ଟେକି ଦେଇଥିଲେ ବୋଲି RTI ତଥ୍ୟରେ ସୂଚନା ମିଳିଛି ।ପୂର୍ବରୁ ଏହି ପ୍ରସଙ୍ଗ ଲୋକସଭାରେ ଉଠାଇ କଂଗ୍ରେସକୁ ଘେରିଥିଲେ ପ୍ରଧାନମନ୍ତ୍ରୀ । ନିଜ ରାଜନୈତିକ ସ୍ୱାର୍ଥ ପାଇଁ କଂଗ୍ରେସ ଦେଶକୁ ୩ ଭାଗରେ ଭାଙ୍ଗି ଦେଇଥିବା କହିଥିଲେ ମୋଦି । ଭାରତ ପାଇଁ ବେଶ୍ ଗୁରୁତ୍ୱବହନ କରେ କଚାତିବୁ ଦ୍ୱୀପ । ରାମେଶ୍ୱରମ ଦ୍ୱୀପର ବେଶ୍ ନିକଟତର ରହିଛି ଏହି ଦ୍ୱୀପ । ଦେଶ ସ୍ୱାଧୀନ ହେବା ପୂର୍ବରୁ ଏହି ଦ୍ୱୀପକୁ ଉଭୟ ଭାରତ ଓ ଶ୍ରୀଲଙ୍କା ନିଜର ବୋଲି ଦାବି କରୁଥିଲେ । ତ
ନୂଆଦିଲ୍ଲୀ ୩୧।୦୩ : କଂଗ୍ରେସକୁ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ । ସୋସିଆଲ ମିଡିଆରେ ଏକ ପୋଷ୍ଟ କରି କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । ଭାରତର ଦ୍ୱୀପକୁ ସେତେବେଳର କଂଗ୍ରେସ ସରକାର କିପରି ବିକି ଦେଇଛନ୍ତି । ସେ ବିଷୟରେ କହିଛନ୍ତି ପ୍ରଧାନମନ୍ତ୍ରୀ
ଭାରତର ଗୁରୁତ୍ୱପୂର୍ଣ୍ଣ ଦ୍ୱୀପ କଚାତିବୁ । ଏହି ଦ୍ୱୀପକୁ ଶ୍ରୀଲଙ୍କାକୁ ଟେକି ଦେଇଛି କଂଗ୍ରେସ । ସୋସିଆଲ ମିଡିଆରେ କଟାକ୍ଷ ପୋଷ୍ଟ କରି କଂଗ୍ରେସକୁ ଘେରିଛନ୍ତି ପିଏମ୍ ।
୧୯୭୪ ମସିହାରେ କଂଗ୍ରେସର ଇନ୍ଦିରା ଗାନ୍ଧି ସରକାର ଏହି ଗୁରୁତ୍ୱପୂର୍ଣ୍ଣ ଦ୍ୱୀପକୁ ଶ୍ରୀଲଙ୍କାକୁ ଟେକି ଦେଇଥିବା ଅଭିଯୋଗ ଆସିଛି । କଂଗ୍ରେସ ଦେଶର ଏକତା ଅଖଣ୍ଡତା ଓ ସ୍ୱାର୍ଥକୁ ଦୁର୍ବଳ କରୁଛି ବୋଲି ଲେଖିଛନ୍ତି ମୋଦି । ଇନ୍ଦିରା ଗାନ୍ଧି ପ୍ରଧାନମନ୍ତ୍ରୀ ଥିବା ବେଳେ ୧୯୭୪ ମସିହାରେ ଭାରତର କଚାତିବୁ ଦ୍ୱୀପକୁ ଶ୍ରୀଲଙ୍କାକୁ ଟେକି ଦେଇଥିଲେ ବୋଲି RTI ତଥ୍ୟରେ ସୂଚନା ମିଳିଛି ।

ପୂର୍ବରୁ ଏହି ପ୍ରସଙ୍ଗ ଲୋକସଭାରେ ଉଠାଇ କଂଗ୍ରେସକୁ ଘେରିଥିଲେ ପ୍ରଧାନମନ୍ତ୍ରୀ । ନିଜ ରାଜନୈତିକ ସ୍ୱାର୍ଥ ପାଇଁ କଂଗ୍ରେସ ଦେଶକୁ ୩ ଭାଗରେ ଭାଙ୍ଗି ଦେଇଥିବା କହିଥିଲେ ମୋଦି । ଭାରତ ପାଇଁ ବେଶ୍ ଗୁରୁତ୍ୱବହନ କରେ କଚାତିବୁ ଦ୍ୱୀପ । ରାମେଶ୍ୱରମ ଦ୍ୱୀପର ବେଶ୍ ନିକଟତର ରହିଛି ଏହି ଦ୍ୱୀପ । ଦେଶ ସ୍ୱାଧୀନ ହେବା ପୂର୍ବରୁ ଏହି ଦ୍ୱୀପକୁ ଉଭୟ ଭାରତ ଓ ଶ୍ରୀଲଙ୍କା ନିଜର ବୋଲି ଦାବି କରୁଥିଲେ । ତାମିଲନାଡ଼ୁର ମତ୍ସଜୀବୀ ମାନେ ଏହା ଉପରେ ବେଶ୍ ନିର୍ଭରଶୀଳ ।
ଦେଶ ସ୍ୱାଧୀନ ହେବା ପୂର୍ବରୁ ରାମନାଥ ସାମ୍ରାଜ୍ୟରେ ଥିଲା କଚାତିବୁ । ଏପରିକି ୧୯୨୧ ମସିହାରେ ଏହାକୁ ମାଡ୍ରାସ୍ ପ୍ରେସିଡେନସି ଅଧିନରେ ରଖାଯାଇଥିଲା । ପରେ ଏହାକୁ ନେଇ ଉଭୟ ଦେଶ ମଧ୍ୟରେ ଦେଖାଦେଇଥିଲା ବିବାଦ । ତେବେ ୧୯୭୪ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଭାରତ-ଶ୍ରୀଲଙ୍କା ସୀମା ଚୁକ୍ତିରେ ଏହି ଦ୍ୱୀପକୁ ଶ୍ରୀଲଙ୍କାକୁ ହସ୍ତାନ୍ତର କରିଥିଲେ । ଭାରତୀୟ ମୁଖ୍ୟ ଭୂଖଣ୍ଡଠାରୁ ମାତ୍ର ୨୦ କିଲୋମିଟର ଦୂରରେ କଚାତିବୁ ଦ୍ୱୀପ ଅବସ୍ଥିତ । ସମୁଦ୍ର ମଝିରେ କୌଣସି ନିର୍ଦ୍ଦିଷ୍ଟ ସୀମା ନଥିବାରୁ ବହୁ ସମୟରେ ମତ୍ସଜୀବୀମାନେ କଚାତିବୁକୁ ଚାଲି ଯାଆନ୍ତି । ଗତ ୫ ବର୍ଷରେ ୬୦୦ରୁ ଅଧିକ ମତ୍ସଜୀବୀ ଅନୁପ୍ରବେଶ କରିଥିବା ଅଭିଯୋଗରେ ଶ୍ରୀଲଙ୍କାରେ ଗିରଫ ବି ହୋଇଛନ୍ତି ।