ଦେବଦମ୍ପତି ଙ୍କ ବିବାହ ସମ୍ପନ୍ନ, ଚାଲିଛି ଯୁଗଳ ଦର୍ଶନ
ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଗତକାଲି ରାତିରେ ସରିଛି ଦେବ ଦମ୍ପତ୍ତି ବିବାହ। ଆଜି ରାମକୃଷ୍ଣ ନଗରରେ ଥିବା ଗୋପାଳ ପ୍ରସାଦ ଓ ଅନିତା ଭୂତ୍ ଙ୍କ ହିମାଦ୍ରୀ ନଗର ହୋଇଥିବା ଘରେ ଯୁଗଳ ମୂର୍ତ୍ତି ଙ୍କୁ ଦର୍ଶନ କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ ଓ ଚାଲିଛି ପ୍ରସାଦ ସେବନ। ପୁଣି ସେଠାରେ ବିରାଜମାନ ୧୦୮ ଭରି ସୁନାର ନାଗ ସହ ସ୍ୱୟଂ ଅଷ୍ଟ ଶମ୍ଭୁ ଏବଂ ଅଷ୍ଟ ବିଷ୍ଣୁ। ସୁବର୍ଣ୍ଣପୁର ର ପ୍ରସିଦ୍ଧ […] The post ଦେବଦମ୍ପତି ଙ୍କ ବିବାହ ସମ୍ପନ୍ନ, ଚାଲିଛି ଯୁଗଳ ଦର୍ଶନ appeared first on Odisha.News.
ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଗତକାଲି ରାତିରେ ସରିଛି ଦେବ ଦମ୍ପତ୍ତି ବିବାହ। ଆଜି ରାମକୃଷ୍ଣ ନଗରରେ ଥିବା ଗୋପାଳ ପ୍ରସାଦ ଓ ଅନିତା ଭୂତ୍ ଙ୍କ ହିମାଦ୍ରୀ ନଗର ହୋଇଥିବା ଘରେ ଯୁଗଳ ମୂର୍ତ୍ତି ଙ୍କୁ ଦର୍ଶନ କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ ଓ ଚାଲିଛି ପ୍ରସାଦ ସେବନ। ପୁଣି ସେଠାରେ ବିରାଜମାନ ୧୦୮ ଭରି ସୁନାର ନାଗ ସହ ସ୍ୱୟଂ ଅଷ୍ଟ ଶମ୍ଭୁ ଏବଂ ଅଷ୍ଟ ବିଷ୍ଣୁ। ସୁବର୍ଣ୍ଣପୁର ର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଗତ ୭ ତାରିଖ ଠାରୁ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପାଳନ ହେଉଛି। ଏଥିପାଇଁ ସମଗ୍ର ସହର ଏକ ଭକ୍ତି ଓ ଭକ୍ତ ଙ୍କ ଭାବ ସହ ଏକାଗ୍ରତା ରଖି ଏକ ଉତ୍ସବ ମୁଖରିତ ହୋଇଛି। ଗତକାଲି ସଂଧ୍ୟାରେ ବରପିତାଙ୍କ ପ୍ରତିନିଧି ସ୍ଵରୂପ ରେ ଥିବା ପ୍ରଭାତ ଓ ଶିବାନୀ ବକ୍ସି ଙ୍କ ବାସଭବନରୁ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଦେବଦେବ ମହାଦେବ ୧୦୮ତୋଳା ସୁନା ନାଗ ଙ୍କ ସହ ବରଯାତ୍ରୀ ଭାବରେ ସହର ର ଅଷ୍ଟଶମ୍ଭୁ, ଅଷ୍ଟବିଷ୍ଣୁଙ୍କ ସହ ସମସ୍ତ ଦେବତା ଙ୍କ ଏକ ବିରାଟ ପଟୁଆର ନାମ ସଙ୍କୀର୍ତ୍ତନ, ଘଣ୍ଟ ଘଣ୍ଟା, ପାରଂପାରିକ ଦୁଲଦୁଲି ବାଦ୍ୟ ଡିଜେ ସହ ହଜାର ସଂଖ୍ୟାରେ ଜନସାଧାରଣ କନ୍ୟାପିତା ଙ୍କ ସ୍ଵରୂପରେ ଏଥର ଧାର୍ଯ୍ୟ ଥିବା ରାମକୃଷ୍ଣ ନଗର ର ଗୋପାଳ ପ୍ରସାଦ ଓ ଅନୀତା ଭୂତ ଙ୍କ ବାସଭବନ ହିମାଦ୍ରୀ ନଗରରେ ପହଞ୍ଚିଥିଲେ। ସେଠାରେ ସମସ୍ତ ବରଯାତ୍ରୀଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ସହ ସମସ୍ତ ଦେବତାଙ୍କୁ ପୂଜାର୍ଚ୍ଚନା ସହ ମହାଦେବ ଙ୍କ ପାର୍ଶ୍ୱରେ ସ୍ଥାପନା କରି ପରେ ସମସ୍ତ ପୂଜାବିଧି ସହ ଦେବାଧିଦେବ ମହାଦେବଙ୍କ ସହ ମାତା ପାର୍ବତୀଙ୍କ ବିବାହ ପାଣିଗ୍ରହଣ କାର୍ଯ୍ୟ ସମସ୍ତ ବିଧି ପୂର୍ବକ ସମାପନ ହୋଇଥିଲା। ଦେବାଧିଦେବ ମହାଦେବ ଓ ଜଗତଜନନୀ ମାତା ପାର୍ବତୀଙ୍କ ବିବାହ ଉତ୍ସ କୁ ସଂପୂର୍ଣ୍ଣ ରୀତିନୀତି ସହ ପାଳନ ପାଇଁ ଶୀତଳଷଷ୍ଠୀ ଯାତ୍ରା କମିଟି, ଦେବୋତ୍ତର ବିଭାଗ ସମସ୍ତ ଦାୟିତ୍ଵ ନିଭେଇ ଥିବାବେଳେ ଯାତ୍ରା ରେ ଶାନ୍ତିଶୃଙ୍ଖଳା ରକ୍ଷାପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଏହି ଅବସରରେ ହଜାର ଶ୍ରଦ୍ଧାଳୁମାନେ ମହାପ୍ରଭୁ ଶିବ ପାର୍ବତୀ ଙ୍କ ଆଶୀର୍ବାଦ ଲାଭ କରିଛନ୍ତି । ଆଜି ମଧ୍ୟରାତ୍ରିରେ ଧୂମଧାମ୍ ରେ ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରାରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଦେବ ଦମ୍ପତି ଶିବପାର୍ବତୀ ଓ ଅଷ୍ଟ ଶମ୍ଭୁ ଅଷ୍ଟ ବିଷ୍ଣୁ ଙ୍କ ନଗର ପରିକ୍ରମା ଓ ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା ଅନୁଷ୍ଠିତ ହେବ।
The post ଦେବଦମ୍ପତି ଙ୍କ ବିବାହ ସମ୍ପନ୍ନ, ଚାଲିଛି ଯୁଗଳ ଦର୍ଶନ appeared first on Odisha.News.