କଂଗ୍ରେସକୁ ଫେରିଲେ ଶ୍ରୀକାନ୍ତ ଜେନା, ୬ ବର୍ଷ ପରେ ହେଲା ଘର ବାହୁଡ଼ା
ଭୁବନେଶ୍ୱର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ଘର ବାହୁଡା l ଛଅ ବର୍ଷ ପରେ ପୁଣି ଥରେ କଂଗ୍ରେସକୁ ଫେରିଛନ୍ତି ଏହି ବରିଷ୍ଠ ନେତା । ପାର୍ଟି ପ୍ରଭାରୀ ଅଜୟ କୁମାରଙ୍କୁ ଉପସ୍ଥିତିରେ ସେ କଂଗ୍ରେସରେ ସାମିଲ ହୋଇଛନ୍ତି । ୨୦୧୯ ଜାନୁଆରୀ ୨୦ରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ଆଗାମୀ ସାଧାରଣ ନିର୍ବାଚନକୁ ଆଉ କମ ଦିନ ଥିବା ବେଳେ କଂଗ୍ରେସ ପୁଣି ଥରେ ନିଜ ଦଳକୁ ସଜାଡ଼ିବାରେ ଲାଗିଛି । ଏଥିପାଇଁ ପୁରୁଣା ଏବଂ ବରିଷ୍ଠ ନେତାଙ୍କୁ ଦଳରେ ସାମିଲ କରାଉଛି । ଏହି କ୍ରମରେ ବୁଧବାର ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କ କଂଗ୍ରେସକୁ ପ୍ରତ୍ୟାବର୍ତନ ହୋଇଛି । ପଢନ୍ତୁ: ଗୁଜରାଟରେ କଂଗ୍ରେସକୁ ଶକ୍ତ ଝଟକା, ଦଳ ଛାଡ଼ିଲେ ବରିଷ୍ଠ ନେତା ମୋଢଓ୍ଵାଡ଼ିଆ ଓ କାର୍ଯ୍ୟକାରୀ ସଭାପତି ଅମ୍ବ୍ରିସ ଦେର ଶ୍ରୀକାନ୍ତ ଜେନା ଚାରିଥର ସାଂସଦ ତଥା ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୯ ଲୋକସଭା ନିର୍ବାଚନରେ ସେ ବାଲେଶ୍ୱର ସଂସଦୀୟ ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିଲେ । ୟୁପିଏ ସରକାରରେ ସେ ରାସାୟନିକ ପଦାର୍ଥ ଏବଂ ସାର ଏବଂ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ପାଇଁ ରାଜ୍ୟ ମନ୍ତ୍ରୀ ଥିଲେ ।
ଭୁବନେଶ୍ୱର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ଘର ବାହୁଡା l ଛଅ ବର୍ଷ ପରେ ପୁଣି ଥରେ କଂଗ୍ରେସକୁ ଫେରିଛନ୍ତି ଏହି ବରିଷ୍ଠ ନେତା । ପାର୍ଟି ପ୍ରଭାରୀ ଅଜୟ କୁମାରଙ୍କୁ ଉପସ୍ଥିତିରେ ସେ କଂଗ୍ରେସରେ ସାମିଲ ହୋଇଛନ୍ତି । ୨୦୧୯ ଜାନୁଆରୀ ୨୦ରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା।
ଆଗାମୀ ସାଧାରଣ ନିର୍ବାଚନକୁ ଆଉ କମ ଦିନ ଥିବା ବେଳେ କଂଗ୍ରେସ ପୁଣି ଥରେ ନିଜ ଦଳକୁ ସଜାଡ଼ିବାରେ ଲାଗିଛି । ଏଥିପାଇଁ ପୁରୁଣା ଏବଂ ବରିଷ୍ଠ ନେତାଙ୍କୁ ଦଳରେ ସାମିଲ କରାଉଛି । ଏହି କ୍ରମରେ ବୁଧବାର ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କ କଂଗ୍ରେସକୁ ପ୍ରତ୍ୟାବର୍ତନ ହୋଇଛି ।
ପଢନ୍ତୁ: ଗୁଜରାଟରେ କଂଗ୍ରେସକୁ ଶକ୍ତ ଝଟକା, ଦଳ ଛାଡ଼ିଲେ ବରିଷ୍ଠ ନେତା ମୋଢଓ୍ଵାଡ଼ିଆ ଓ କାର୍ଯ୍ୟକାରୀ ସଭାପତି ଅମ୍ବ୍ରିସ ଦେର
ଶ୍ରୀକାନ୍ତ ଜେନା ଚାରିଥର ସାଂସଦ ତଥା ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୯ ଲୋକସଭା ନିର୍ବାଚନରେ ସେ ବାଲେଶ୍ୱର ସଂସଦୀୟ ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିଲେ । ୟୁପିଏ ସରକାରରେ ସେ ରାସାୟନିକ ପଦାର୍ଥ ଏବଂ ସାର ଏବଂ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ପାଇଁ ରାଜ୍ୟ ମନ୍ତ୍ରୀ ଥିଲେ ।