ଗୋଡ଼, ହାତକୁ ହାଣି ମରଣାନ୍ତକ ଆକ୍ରମଣ: ବନ୍ଧା ହେଲେ ଫେରାର ମୁଖ୍ୟ ଅଭିଯୁକ୍ତ
ଦିଗପହଣ୍ଡି,୫।୯(ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ଉଦ୍ୟମ ମାମଲାରେ ଦିଗପହଣ୍ଡି ଥାନା ପୋଲିସ ଗୁରୁବାର ମହୁଡ଼ା ନିକଟ ଚାଞ୍ଚଡାପଲ୍ଲି ଗ୍ରାମର ନିତିକି ଓରଫ ନିତିକେଶନ ବିଷୋୟୀଙ୍କୁ ଗିରଫ କରି ବ୍ରହ୍ମପୁର ସଦର କୋର୍ଟ ଚାଲାଣ କରିଛି। ଜାମିନ ନାଁ ମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି। ଏନେଇ ଥାନା ଏକ ମାମଲା(ନଂ.୩୦୬/୨୪) ରୁଜୁ ହୋଇଛି। ମିଳିଥିବା ସୂଚନା ମୁତାବକ, ଗତ ୬ ତାରିଖ ସା ପ୍ରାୟ ସାଢେ ୬ଟାରେ […] The post ଗୋଡ଼, ହାତକୁ ହାଣି ମରଣାନ୍ତକ ଆକ୍ରମଣ: ବନ୍ଧା ହେଲେ ଫେରାର ମୁଖ୍ୟ ଅଭିଯୁକ୍ତ appeared first on Dharitri Odia News.
ଦିଗପହଣ୍ଡି,୫।୯(ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ଉଦ୍ୟମ ମାମଲାରେ ଦିଗପହଣ୍ଡି ଥାନା ପୋଲିସ ଗୁରୁବାର ମହୁଡ଼ା ନିକଟ ଚାଞ୍ଚଡାପଲ୍ଲି ଗ୍ରାମର ନିତିକି ଓରଫ ନିତିକେଶନ ବିଷୋୟୀଙ୍କୁ ଗିରଫ କରି ବ୍ରହ୍ମପୁର ସଦର କୋର୍ଟ ଚାଲାଣ କରିଛି। ଜାମିନ ନାଁ ମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି। ଏନେଇ ଥାନା ଏକ ମାମଲା(ନଂ.୩୦୬/୨୪) ରୁଜୁ ହୋଇଛି।
ମିଳିଥିବା ସୂଚନା ମୁତାବକ, ଗତ ୬ ତାରିଖ ସା ପ୍ରାୟ ସାଢେ ୬ଟାରେ ସନ୍ତୋଷ ପ୍ରଧାନ ଗାଁରେ ଥିବା ଚୈତନ୍ୟ ଆଖଡ଼ାକୁ ଯାଉଥିଲେ। ସେତିକିବେଳେ ଅଭିଯୁକ୍ତ ନିତିକେଶନ, ନନ୍ଦନ ବେହେରା, ଟୁଲୁ ଭୁଁୟା ଏବଂ ଅନ୍ୟ ୨ଜଣ ତାଙ୍କୁ ରାସ୍ତାରେ ଅଟକାଇ ଗାଳି ଗୁଲଜ କରିବା ସହ ତାଙ୍କ ମୋବାଇଲ ଫୋନ ଛଡାଇ ଫିଙ୍ଗି ଦେଇଥିଲେ।
ଏନେଇ ସନ୍ତୋଷ ପ୍ରତିବାଦ କରିଥିଲେ। ଫଳରେ ଅଭିଯୁକ୍ତମାନେ ଖଣ୍ଡାରେ ତାଙ୍କ ୨ ହାତ ଏବଂ ୨ ଗୋଡ଼କୁ ହାଣି ଦେଇଥିଲେ। ଫଳରେ ସନ୍ତୋଷ ଅଚେତ ହୋଇ ତଳେ ପଡିଯାଇଥିଲେ। ଫଳରେ ସନ୍ତୋଷ ମରିଯାଇଥିବା ଭାବି ଅଭିଯୁକ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ। ପରିବାର ଲୋକେ ଗ୍ରାମବାସୀଙ୍କ ସହାୟତାରେ ସନ୍ତୋଷଙ୍କୁ ରକ୍ତ ଜୁଡୁବୁଡୁୁ ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ସେଠାରେ ଚିକିତ୍ସା ହୋଇ ଫେରିବା ପରେ ସନ୍ତୋଷ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ପୋଲିସ ଅଭିଯୁକ୍ତମାନଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ହେଲେ ଗିରଫ ଭୟରେ ଅଭିଯୁକ୍ତ ନିତିକେଶନଙ୍କ ସମେତ ଅନ୍ୟମାନେ ଘଟଣା ଦିନଠାରୁ ଫେରାର ହୋଇଯାଇଥିଲେ।
ହେଲେ ଅଭିଯୁକ୍ତ ନିତିକେଶନ ଘରକୁ ଫେରିଥିବା ଖବରପାଇ ଗୁରୁବାର ସକାଳେ ତଦନ୍ତକାରୀ ଅଧିକାରୀ ଏସ୍ଆଇ ଜ୍ୟୋତି ରଞ୍ଜନ ବେହେରା ସଦଳ ବଳେ ଗାଁରେ ଚଢାଉ କରି ତାଙ୍କୁ ଗିରଫ କରିଥିଲେ। ଏପରି କି ଆକ୍ରମଣରେ ବ୍ୟବହୃତ ଖଣ୍ଡାକୁ ପୋଲିସ ଜବତ କରିଛି।
The post ଗୋଡ଼, ହାତକୁ ହାଣି ମରଣାନ୍ତକ ଆକ୍ରମଣ: ବନ୍ଧା ହେଲେ ଫେରାର ମୁଖ୍ୟ ଅଭିଯୁକ୍ତ appeared first on Dharitri Odia News.