ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି
ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି ଜ୍ୟୋତିର୍ମୟ ପାଲଙ୍କ ସମେତ ଯୁବନେତା ସାରଦା ବେହେରା, ପ୍ରଦ୍ୟୁମ୍ନ ସାହୁ, ସଙ୍କେତ କୁମାର ରାଉତ, ସର୍ବେଶ୍ୱର ବେହେରା, ଟିଲୁ ମହାପାତ୍ର, ସତ୍ୟାନନ୍ଦ ଖଟୁଆ, ଅବିନାଶ ଦାସ, ମହମ୍ମଦ ଆରିଫ୍, ମହମ୍ମଦ ଇସମାଇଲ, ପ୍ରଶାନ୍ତ କୁମାର ସାହୁ, ପରମଜିତ ପ୍ରୀୟଦର୍ଶୀ ଓ ଦେବୀ ପ୍ରସାଦ ସାହୁଙ୍କ ସମେତ ଶତାଧିକ ଯୁବ କଂଗ୍ରେସ […] The post ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି appeared first on Dharitri Odia News.
ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି ଜ୍ୟୋତିର୍ମୟ ପାଲଙ୍କ ସମେତ ଯୁବନେତା ସାରଦା ବେହେରା, ପ୍ରଦ୍ୟୁମ୍ନ ସାହୁ, ସଙ୍କେତ କୁମାର ରାଉତ, ସର୍ବେଶ୍ୱର ବେହେରା, ଟିଲୁ ମହାପାତ୍ର, ସତ୍ୟାନନ୍ଦ ଖଟୁଆ, ଅବିନାଶ ଦାସ, ମହମ୍ମଦ ଆରିଫ୍, ମହମ୍ମଦ ଇସମାଇଲ, ପ୍ରଶାନ୍ତ କୁମାର ସାହୁ, ପରମଜିତ ପ୍ରୀୟଦର୍ଶୀ ଓ ଦେବୀ ପ୍ରସାଦ ସାହୁଙ୍କ ସମେତ ଶତାଧିକ ଯୁବ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଥିଲେ। ବିଜେଡି ବିଧାୟକ ପ୍ରାର୍ଥୀ ବିଧାୟକ ସୁଧୀର କୁମାର ସାମଲ, ଏମ୍ପି ପ୍ରାର୍ଥୀ ଡା. ଅବିନାଶ ସାମଲଙ୍କ ଉପସ୍ଥିତିରେ ସମ୍ପୃକ୍ତ ନେତୃବୃନ୍ଦ ବିଜେଡିରେ ଯୋଗ ଦେଇଥିଲେ। ବିଧାୟକ ଓ ଏମ୍ପି ପ୍ରାର୍ଥୀ ସମସ୍ତଙ୍କୁ ସ୍ବାଗତ କରିଥିଲେ। ବିଜେଡି ଯୁବନେତା କୁମାର ଗୌରବ ସାମଲ ଓ ବାପୁନ ଜେନାଙ୍କ ତତ୍ତ୍ୱାବଧାନରେ ଏହି ମିଶ୍ରଣପର୍ବ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ବିଜେଡି ପକ୍ଷରୁ ନିଯୁକ୍ତ ପର୍ଯ୍ୟବେକ୍ଷକ ଅମରଜିତ୍ ସେନାପତି, ସ୍ମୃତି ରଞ୍ଜନ ସିଂହ, ବିଜେଡି ଜିଲା ସମ୍ପାଦକ ରଞ୍ଜନ ନାୟକ, ମାନସ ମହାରଣା, ଗଙ୍ଗାଧର ରାଉତ, ଯୁବନେତା ଷ୍ଟାଲିମ ମହାନ୍ତିଙ୍କ ସମେତ ନେତୃବୃନ୍ଦ ଓ କର୍ମୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଏକ ଶୋଭାଯାତ୍ରା ବାଜିଚୌକଠାରୁ ବାହାରି ହନୁମାନ ବାଟିକାଠାରେ ପହଞ୍ଚିଥିଲା। ସେଠାରେ ପୂଜାର୍ଚ୍ଚନା ପରେ ପଦଯାତ୍ରାରେ ଯାଇ ଗଣେଶ ମଣ୍ଡପଠାରେ ମିଶ୍ରଣପର୍ବରେ ସାମିଲ ହୋଇଥିଲେ।
The post ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି appeared first on Dharitri Odia News.