ହାତୀ ଉପଦ୍ରବ: କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲେ ଅଧିକାରୀ
ରାଇକିଆ,୧।୫(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଇନ୍ଦ୍ରାଗଡ଼ ପଞ୍ଚାୟତରେ ମଙ୍ଗଳବାର ରାତିରେ ଗାନ୍ଧାରିଭୁଇଁ ଗ୍ରାମରେ ୨୬ ଟିକିଆ ହାତୀପଲ ପଶି ବ୍ୟାପକ ଉପଦ୍ରବ କରିବା ସହ ୪ଜଣଙ୍କ ଘର ଭାଙ୍ଗିବା ସହ ଧାନ, ଚାଉଳ ଖାଇ ନଡ଼ିଆ ଗଛ, କଦଳୀ ଗଛ ଆଦି ଭାଙ୍ଗି ନଷ୍ଟ କରି ଦେଇଥିଲେ। ଗୁରୁବାର ରାଇକିଆ ବ୍ଲକ ପ୍ରଶାସନ ପକ୍ଷରୁ ରୁରାଲ ହାଉସିଂ ବିପିଏମ୍ କମଲ ନାୟକ, ପିଇଓ ବସନ୍ତ ପଣ୍ଡା ଗ୍ରାମରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଛନ୍ତି। କ୍ଷତିଗ୍ରସ୍ତଙ୍କୁ […] The post ହାତୀ ଉପଦ୍ରବ: କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲେ ଅଧିକାରୀ appeared first on Dharitri Odia News.
ରାଇକିଆ,୧।୫(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଇନ୍ଦ୍ରାଗଡ଼ ପଞ୍ଚାୟତରେ ମଙ୍ଗଳବାର ରାତିରେ ଗାନ୍ଧାରିଭୁଇଁ ଗ୍ରାମରେ ୨୬ ଟିକିଆ ହାତୀପଲ ପଶି ବ୍ୟାପକ ଉପଦ୍ରବ କରିବା ସହ ୪ଜଣଙ୍କ ଘର ଭାଙ୍ଗିବା ସହ ଧାନ, ଚାଉଳ ଖାଇ ନଡ଼ିଆ ଗଛ, କଦଳୀ ଗଛ ଆଦି ଭାଙ୍ଗି ନଷ୍ଟ କରି ଦେଇଥିଲେ।
ଗୁରୁବାର ରାଇକିଆ ବ୍ଲକ ପ୍ରଶାସନ ପକ୍ଷରୁ ରୁରାଲ ହାଉସିଂ ବିପିଏମ୍ କମଲ ନାୟକ, ପିଇଓ ବସନ୍ତ ପଣ୍ଡା ଗ୍ରାମରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଛନ୍ତି। କ୍ଷତିଗ୍ରସ୍ତଙ୍କୁ ଭେଟିବା ସହ ସେମାନଙ୍କୁ ପ୍ରାଥମିକତା ଭିତ୍ତିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ଅନ୍ତୋଦୟ ଯୋଜନାରେ ସାମିଲ କରାଯିବା ପାଇଁ ସର୍ଭେ କରଯାଇଥିଲା। ଏପରି କି ତହସିଲଦାରଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରାଥମିକ ରିପୋର୍ଟ ପ୍ରସ୍ତୁତ କରଯାଇଥିଲା।
The post ହାତୀ ଉପଦ୍ରବ: କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲେ ଅଧିକାରୀ appeared first on Dharitri Odia News.