କଂଗ୍ରେସକୁ ଫେରିଲେ ସୁର ରାଉତରାୟ, ବିରାଟ ପଟୁଆରରେ ଆସି ପୁଣି ଦଳରେ ହେଲେ ସାମିଲ

ଭୁବନେଶ୍ୱର : ସୁରଙ୍କ ଘର ବାହୁଡ଼ା । ପୁଣି କଂଗ୍ରେସକୁ ଫେରିଲେ ସୁର ରାଉତରାୟ । କଂଗ୍ରେସରେ ସାମିଲ ହେଲେ । ବିରାଟ ପଟୁଆରରେ ଆସି ପୁଣି ଦଳରେ ସାମିଲ ହୋଇଛନ୍ତି । ଏହି ସମୟରେ ସୁର ବେଶ ଭାବବିହ୍ବଳ ହୋଇପଡ଼ିଥିଲେ । ଆଖିରେ ଲୁହ ଛଳ ଛଳ ହୋଇଯାଇଥିଲେ । ଗତ ସାଧାରଣ ନିର୍ବାଚନ ବେଳେ ଦଳ ବିରୋଧୀ କାର୍ଯ୍ୟ ପାଇଁ ୬ ବର୍ଷ ପାଇଁ ବହିଷ୍କୃତ ହୋଇଥିଲେ ସୁର। ଗତକାଲି କଂଗ୍ରେସର ନିଲମ୍ବିତ କିମ୍ବା […] The post କଂଗ୍ରେସକୁ ଫେରିଲେ ସୁର ରାଉତରାୟ, ବିରାଟ ପଟୁଆରରେ ଆସି ପୁଣି ଦଳରେ ହେଲେ ସାମିଲ appeared first on KNews Odisha.

କଂଗ୍ରେସକୁ ଫେରିଲେ ସୁର ରାଉତରାୟ, ବିରାଟ ପଟୁଆରରେ ଆସି ପୁଣି ଦଳରେ ହେଲେ ସାମିଲ
sura

ଭୁବନେଶ୍ୱର : ସୁରଙ୍କ ଘର ବାହୁଡ଼ା । ପୁଣି କଂଗ୍ରେସକୁ ଫେରିଲେ ସୁର ରାଉତରାୟ । କଂଗ୍ରେସରେ ସାମିଲ ହେଲେ । ବିରାଟ ପଟୁଆରରେ ଆସି ପୁଣି ଦଳରେ ସାମିଲ ହୋଇଛନ୍ତି । ଏହି ସମୟରେ ସୁର ବେଶ ଭାବବିହ୍ବଳ ହୋଇପଡ଼ିଥିଲେ । ଆଖିରେ ଲୁହ ଛଳ ଛଳ ହୋଇଯାଇଥିଲେ । ଗତ ସାଧାରଣ ନିର୍ବାଚନ ବେଳେ ଦଳ ବିରୋଧୀ କାର୍ଯ୍ୟ ପାଇଁ ୬ ବର୍ଷ ପାଇଁ ବହିଷ୍କୃତ ହୋଇଥିଲେ ସୁର। ଗତକାଲି କଂଗ୍ରେସର ନିଲମ୍ବିତ କିମ୍ବା ବହିଷ୍କୃତ ନେତାଙ୍କ ଉପରୁ ଆଦେଶ ହଟିଥିଲା । ପିସିସି ସଭାପତି ଭକ୍ତଚରଣ ଦାସ ନିଲମ୍ବନ -ବହିଷ୍କୃତ ଆଦେଶକୁ ହଟାଇଥିଲେ ।

ଯେଉଁମାନଙ୍କୁ କୌଣସି ନା କୌଣସି ପରିସ୍ଥିତିରେ ଦଳରୁ ନିଲମ୍ବିତ କିମ୍ବା ବହିଷ୍କୃତ ହୋଇଛନ୍ତି ସେମାନଙ୍କ ଉପରୁ ଆଦେଶ ପ୍ରତ୍ୟାହାର କରାଯାଇଛି । ଏହାସହ ଯେଉଁମାନେ କୌଣସି କାରଣରୁ ଦଳ ଛାଡ଼ିଛନ୍ତି ସେମାନଙ୍କୁ ମଧ୍ୟ କଂଗ୍ରେସକୁ ଫେରିଆସିବାକୁ ନିବେଦନ କରାଯାଇଛି । ପୂର୍ବରୁ ସୁର ୬ଥର ଜଟଣୀରୁ ବିଧାୟକ ହୋଇଥିବା ବେଳେ ବହୁ ଥର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ।

 

ଆହୁରି ପଢନ୍ତୁ : ବଦଳିଲେ ଓଡ଼ିଶା କଂଗ୍ରେସ ପ୍ରଭାରୀ, ଅଜୟ କୁମାର ଲଲ୍ଲୁଙ୍କୁ ଦାୟିତ୍ବ ଦେଲା ଦଳ

The post କଂଗ୍ରେସକୁ ଫେରିଲେ ସୁର ରାଉତରାୟ, ବିରାଟ ପଟୁଆରରେ ଆସି ପୁଣି ଦଳରେ ହେଲେ ସାମିଲ appeared first on KNews Odisha.