କଂଗ୍ରେସକୁ ଫେରିଲେ ସୁରେଶ ରାଉତରାୟ; ଭାବବିହ୍ୱଳ ହୋଇ କହିଲେ- “କଂଗ୍ରେସ ଭବନ ମୋ ମନ୍ଦିର”

ଭୁବନେଶ୍ୱର: ପୁଣିଥରେ କଂଗ୍ରେସକୁ ଫେରିଲେ ସୁରେଶ ରାଉତରାୟ। ସେ ଦଳକୁ ଫେରି ଭାବବିହ୍ୱଳ ହୋଇଛନ୍ତି। ୯ ମାସ ପରେ ଦଳକୁ ସୁର ରାଉତରାୟ ଫେରିଛନ୍ତି। ସେ ଦଳକୁ ଫେରି ରାହୁଲ ଗାନ୍ଧୀ, ଭକ୍ତ ଦାସଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ସେ ଛାତ୍ର କଂଗ୍ରେସ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଭାବବିହ୍ୱଳ ହୋଇ କହିଛନ୍ତି ଯେ, କଂଗ୍ରେସ ଭବନ ମୋ ପାଇଁ ମନ୍ଦିର। ୨୦୨୪, ଏପ୍ରିଲ ୧୫ ତାରିଖରେ କଂଗ୍ରେସ ଦଳରୁ ବରିଷ୍ଠ ନେତା ସୁରେଶ ରାଉତରାୟଙ୍କୁ ବହିଷ୍କୃତ […]

କଂଗ୍ରେସକୁ ଫେରିଲେ ସୁରେଶ ରାଉତରାୟ; ଭାବବିହ୍ୱଳ ହୋଇ କହିଲେ- “କଂଗ୍ରେସ ଭବନ ମୋ ମନ୍ଦିର”

ଭୁବନେଶ୍ୱର: ପୁଣିଥରେ କଂଗ୍ରେସକୁ ଫେରିଲେ ସୁରେଶ ରାଉତରାୟ। ସେ ଦଳକୁ ଫେରି ଭାବବିହ୍ୱଳ ହୋଇଛନ୍ତି। ୯ ମାସ ପରେ ଦଳକୁ ସୁର ରାଉତରାୟ ଫେରିଛନ୍ତି।

ସେ ଦଳକୁ ଫେରି ରାହୁଲ ଗାନ୍ଧୀ, ଭକ୍ତ ଦାସଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ସେ ଛାତ୍ର କଂଗ୍ରେସ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଭାବବିହ୍ୱଳ ହୋଇ କହିଛନ୍ତି ଯେ, କଂଗ୍ରେସ ଭବନ ମୋ ପାଇଁ ମନ୍ଦିର।

୨୦୨୪, ଏପ୍ରିଲ ୧୫ ତାରିଖରେ କଂଗ୍ରେସ ଦଳରୁ ବରିଷ୍ଠ ନେତା ସୁରେଶ ରାଉତରାୟଙ୍କୁ ବହିଷ୍କୃତ କରାଯାଇଥିଲା। ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା।

ନିଜ ସାନ ପୁଅ ବିଜେଡିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପାଇଁ ପ୍ରଚାର କରିବା ତାଙ୍କ ପାଇଁ ମହଙ୍ଗା ପଡ଼ିଥିଲା। ଏ ନେଇ ତାଙ୍କୁ ପ୍ରଥମେ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିଲା। ପରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ବର୍ତ୍ତମାନ ନିଲମ୍ବନ ହଟିବା ପରେ, ସେ ଦଳକୁ ଫେରିଛନ୍ତି।