କଂଗ୍ରେସକୁ ବଡ଼ ଝଟ୍‌କା: ରାହୁଲଙ୍କ ଖାସ୍‌ ରବନୀତ୍‌ ସିଂ ଭାଜପାରେ ସାମିଲ

ଚଣ୍ଡିଗଡ଼,୨୬।୩: ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ପଞ୍ଜାବ କଂଗ୍ରେସର ବରିଷ୍ଠ ନେତା ତଥା ଏମ୍‌ପି ରବନୀତ୍‌ ସିଂ ବିଟୁ ଭାଜପାରେ ସାମିଲ ହୋଇଛନ୍ତି। ରାହୁଲ ଗାନ୍ଧୀଙ୍କ ଅତି ନିକଟତର ଥିବାରୁ କଂଗ୍ରେସର ଏକ ବଡ଼ ଚେହେରା ଭାବେ ତାଙ୍କୁ ବିବେଚନା କରାଯାଏ। ଏଣୁ ତାଙ୍କର ଭାଜପାରେ ଯୋଗଦାନ ରାହୁଲଙ୍କ ପାଇଁ ଝଟ୍‌କା ବୋଲି କୁହାଯାଉଛି। ମଙ୍ଗଳବାର ସାରେ ପାର୍ଟି ମୁଖ୍ୟାଳୟରେ ଭାଜପା ନେତା ବିନୋଦ ତାୱଡେଙ୍କ ଉପସ୍ଥିତିରେ ରବନୀତ୍‌ ଭାଜପାର ସଦସ୍ୟତା […] The post କଂଗ୍ରେସକୁ ବଡ଼ ଝଟ୍‌କା: ରାହୁଲଙ୍କ ଖାସ୍‌ ରବନୀତ୍‌ ସିଂ ଭାଜପାରେ ସାମିଲ appeared first on Dharitri Odia News.

କଂଗ୍ରେସକୁ ବଡ଼ ଝଟ୍‌କା: ରାହୁଲଙ୍କ ଖାସ୍‌ ରବନୀତ୍‌ ସିଂ ଭାଜପାରେ ସାମିଲ

ଚଣ୍ଡିଗଡ଼,୨୬।୩: ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ପଞ୍ଜାବ କଂଗ୍ରେସର ବରିଷ୍ଠ ନେତା ତଥା ଏମ୍‌ପି ରବନୀତ୍‌ ସିଂ ବିଟୁ ଭାଜପାରେ ସାମିଲ ହୋଇଛନ୍ତି। ରାହୁଲ ଗାନ୍ଧୀଙ୍କ ଅତି ନିକଟତର ଥିବାରୁ କଂଗ୍ରେସର ଏକ ବଡ଼ ଚେହେରା ଭାବେ ତାଙ୍କୁ ବିବେଚନା କରାଯାଏ। ଏଣୁ ତାଙ୍କର ଭାଜପାରେ ଯୋଗଦାନ ରାହୁଲଙ୍କ ପାଇଁ ଝଟ୍‌କା ବୋଲି କୁହାଯାଉଛି।

ମଙ୍ଗଳବାର ସାରେ ପାର୍ଟି ମୁଖ୍ୟାଳୟରେ ଭାଜପା ନେତା ବିନୋଦ ତାୱଡେଙ୍କ ଉପସ୍ଥିତିରେ ରବନୀତ୍‌ ଭାଜପାର ସଦସ୍ୟତା ଗ୍ରହଣ କରିଛନ୍ତି। ଏହି ସମୟରେ ପଞ୍ଜାବ ଭାଜପାର ଅନେକ ବଡ଼ ନେତା ଉପସ୍ଥିତ ଥିଲେ। ସେ ୩ ଥର କଂଗ୍ରେସ ଏମ୍‌ପି ଭାବରେ ନିର୍ବାଚିତ ହୋଇଛନ୍ତି। ଆଗାମୀ ନିର୍ବାଚନରେ ଦଳରୁ ତାଙ୍କ ଟିକେଟ୍‌ ପକ୍କା ବୋଲି କୁହାଯାଉଥିଲା। ବର୍ତ୍ତମାନ ସମୟରେ ସେ ଲୁଧିଆନା କଂଗ୍ରେସରୁ ପ୍ରତିନିଧିତ୍ୱ କରୁଥିଲେ।

ରବନୀତ୍‌ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ବେଅନ୍ତ ସିଂଙ୍କ ନାତି, ଯିଏକି ଚଣ୍ଡିଗଡ଼ରେ ପଞ୍ଜାବର ସିଭିଲ୍‌ ସଚିବାଳୟରେ ଏକ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିଲେ। ତେବେ ଭାଜପାରେ ଯୋଗଦେବା ପରେ ରବନୀତ୍‌ ପ୍ରଧାନମନ୍ତ୍ରୀ ମୋଦି-ଶାହାଙ୍କୁ କୃତଜ୍ଞତା ଜଣାଇଛନ୍ତି। ଗତ ୧୦ ବର୍ଷ ଧରି ଅମିତ୍‌ ଶାହା ଏବଂ ଜେ ପି ନଡ୍ଡାଙ୍କ ସହ ସମ୍ପର୍କ ରହିଆସିଛି। ବର୍ତ୍ତମାନ ସମୟରେ ପଞ୍ଜାବର ପରିସ୍ଥିତିକୁ ବିଚାର କରି ସେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି। ଏହାଛଡ଼ା ସେ ସରକାର ଏବଂ ପଞ୍ଜାବ ମଧ୍ୟରେ ଏକ ସେତୁ ଭାବରେ କାର୍ଯ୍ୟ କରିବେ ବୋଲି କହିଛନ୍ତି।

The post କଂଗ୍ରେସକୁ ବଡ଼ ଝଟ୍‌କା: ରାହୁଲଙ୍କ ଖାସ୍‌ ରବନୀତ୍‌ ସିଂ ଭାଜପାରେ ସାମିଲ appeared first on Dharitri Odia News.