କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ
କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ ଭାଜପା ସହ ହାତ ମିଳାଇଛନ୍ତି। କଂଗ୍ରେସ ଓ ସିପିଆଇଏମ ସପକ୍ଷରେ ଭୋଟ ନ ଦେବାକୁ ମଧ୍ୟ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି। ମୁର୍ଶିଦାବାଦରେ ଗୋଟିଏ ନିର୍ବାଚନ ରାଲିକୁ ସମ୍ବୋଧନ କରି ମମତା କହିଛନ୍ତି, ପଶ୍ଚିମବଙ୍ଗରେ କୌଣସି ପ୍ରକାରର ଇଣ୍ଡିଆ ମେଣ୍ଟ ନାହିଁ। ବିରୋଧୀ ମେଣ୍ଟ ଇଣ୍ଡିଆ ଗଠନ କରିବାରେ ମୁଁ […] The post କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ appeared first on Dharitri Odia News.
କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ ଭାଜପା ସହ ହାତ ମିଳାଇଛନ୍ତି। କଂଗ୍ରେସ ଓ ସିପିଆଇଏମ ସପକ୍ଷରେ ଭୋଟ ନ ଦେବାକୁ ମଧ୍ୟ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି।
ମୁର୍ଶିଦାବାଦରେ ଗୋଟିଏ ନିର୍ବାଚନ ରାଲିକୁ ସମ୍ବୋଧନ କରି ମମତା କହିଛନ୍ତି, ପଶ୍ଚିମବଙ୍ଗରେ କୌଣସି ପ୍ରକାରର ଇଣ୍ଡିଆ ମେଣ୍ଟ ନାହିଁ। ବିରୋଧୀ ମେଣ୍ଟ ଇଣ୍ଡିଆ ଗଠନ କରିବାରେ ମୁଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲି। ଏପରି କି ମେଣ୍ଟର ନାଁ ମୁଁ ଦେଇଥିଲି। କିନ୍ତୁ ପଶ୍ଚିମବଙ୍ଗରେ ସିପିଆଇଏମ ଓ କଂଗ୍ରେସ ମିଳିତ ଭାବେ ଭାଜପା ପାଇଁ କାମ କରୁଛନ୍ତି। ଯଦି ଆପଣମାନେ ଭାଜପାକୁ ହରାଇବା ପାଇଁ ଚାହୁଁଛନ୍ତି, ତେବେ କଂଗ୍ରେସ ଓ ସିପିଆଇଏମକୁ ଭୋଟ ଦିଅନ୍ତୁ ନାହିଁ। ସେମାନଙ୍କୁ ଭୋଟ ଦେଇ ନିଜର ଭୋଟକୁ ଅଯଥା ନଷ୍ଟ କରନ୍ତୁ ନାହିଁ।
The post କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ appeared first on Dharitri Odia News.