କଂଗ୍ରେସକୁ ମମତାଙ୍କ କଟାକ୍ଷ, ‘ଏତେ ଅହଙ୍କାର କାହିଁକି? ନିର୍ବାଚନରେ ୪୦ଟି ଆସନ ଜିତି ପାରିବ କି ନାହିଁ ସନ୍ଦେହ’

ନୂଆଦିଲ୍ଲୀ,୨।୨: ଆସନ ବୁଝାମଣାକୁ ନେଇ ଇଣ୍ଡିଆ ମେଣ୍ଟରେ ସୃଷ୍ଟି ହୋଇଛି ଫାଟ। ପ୍ରଥମେ ତୃଣମୂଳ କଂଗ୍ରେସ ପରେ ଏଏପି ଓ ଜେଡିୟୁ ମିଳିତମେଣ୍ଟରୁ ଅଲଗା ହୋଇଛି। ତେବେ ଟିଏମସି ମୁଖିଆ ମମତା ବାର୍ନାଜୀ ପଶ୍ଚିମବଙ୍ଗରେ ଏକାକୀ ଲଢିବା ନେଇ ଘୋଷଣା କରିଛନ୍ତି। ଘୋଷଣା କରିବା ପରେ ସେ ଲଗାତାର କଂଗ୍ରେସକୁ ଟାର୍ଗେଟ କରୁଛନ୍ତି। ଶୁକ୍ରବାର ମମତା କଂଗ୍ରେସକୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ଆଗାମୀ ଲୋକସଭା ନିର୍ବାଚନରେ କଂଗ୍ରେସ ୪୦ଟି ଆସନ ଜିତି ପାରିବ କି ନାହିଁ […] The post କଂଗ୍ରେସକୁ ମମତାଙ୍କ କଟାକ୍ଷ, ‘ଏତେ ଅହଙ୍କାର କାହିଁକି? ନିର୍ବାଚନରେ ୪୦ଟି ଆସନ ଜିତି ପାରିବ କି ନାହିଁ ସନ୍ଦେହ’ appeared first on Dharitri Odia News.

କଂଗ୍ରେସକୁ ମମତାଙ୍କ କଟାକ୍ଷ, ‘ଏତେ ଅହଙ୍କାର କାହିଁକି? ନିର୍ବାଚନରେ ୪୦ଟି ଆସନ ଜିତି ପାରିବ କି ନାହିଁ ସନ୍ଦେହ’

ନୂଆଦିଲ୍ଲୀ,୨।୨: ଆସନ ବୁଝାମଣାକୁ ନେଇ ଇଣ୍ଡିଆ ମେଣ୍ଟରେ ସୃଷ୍ଟି ହୋଇଛି ଫାଟ। ପ୍ରଥମେ ତୃଣମୂଳ କଂଗ୍ରେସ ପରେ ଏଏପି ଓ ଜେଡିୟୁ ମିଳିତମେଣ୍ଟରୁ ଅଲଗା ହୋଇଛି। ତେବେ ଟିଏମସି ମୁଖିଆ ମମତା ବାର୍ନାଜୀ ପଶ୍ଚିମବଙ୍ଗରେ ଏକାକୀ ଲଢିବା ନେଇ ଘୋଷଣା କରିଛନ୍ତି। ଘୋଷଣା କରିବା ପରେ ସେ ଲଗାତାର କଂଗ୍ରେସକୁ ଟାର୍ଗେଟ କରୁଛନ୍ତି। ଶୁକ୍ରବାର ମମତା କଂଗ୍ରେସକୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ଆଗାମୀ ଲୋକସଭା ନିର୍ବାଚନରେ କଂଗ୍ରେସ ୪୦ଟି ଆସନ ଜିତି ପାରିବ କି ନାହିଁ ସନ୍ଦେହ ଆସୁଛି। ମମତାଙ୍କ ବୟାନ ଏହି ସମୟରେ ଆସୁଛି ଯେତେବେଳେ ଟିଏମସି ପଶ୍ଚିମବଙ୍ଗରେ ଏକାକୀ ନିର୍ବାଚନ ଲଢିବା ନେଇ ନିଷ୍ପତ୍ତି ନେଇଛି।

ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଶୁକ୍ରବାର ଏକ ସାର୍ବଜନୀକ ସଭାରେ ସମ୍ବୋଧିତ କରି ଟିଏମସି ମୁଖିଆ ମମତା କଂଗ୍ରେସ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଆଗାମୀ ନିର୍ବାଚନରେ କଂଗ୍ରେସ ୩୦୦ରୁ ୪୦ଯି ଆସନ ଜିତି ପାରିବ କି ନାହିଁ ସନ୍ଦେହ ଲାଗୁଛି। ତେବେ ଏହି ଅହଙ୍କାର କାହିଁକି? ଯଦି ସାହାସ ଅଛି ବାରାଣାସୀରେ ଭାଜପାକୁ ହରାଇ ଦେଖାଇ ଦିଅନ୍ତୁ।

The post କଂଗ୍ରେସକୁ ମମତାଙ୍କ କଟାକ୍ଷ, ‘ଏତେ ଅହଙ୍କାର କାହିଁକି? ନିର୍ବାଚନରେ ୪୦ଟି ଆସନ ଜିତି ପାରିବ କି ନାହିଁ ସନ୍ଦେହ’ appeared first on Dharitri Odia News.