କଂଗ୍ରେସର ଗ୍ୟାରେଣ୍ଟି ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିବ: ଏଭଳି କିଛି ପ୍ରତିଶ୍ରୁତି ଦେଲେ ସୋନିଆ

ନୂଆଦିଲ୍ଲୀ,୧୩ା୫ : ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସର ଇସ୍ତାହାରରେ ଦିଆଯାଇଥିବା ଗ୍ୟାରେଣ୍ଟିଗୁଡ଼ିକ ଲୋକମାନଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବ ବୋଲି ଦଳର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସୋମବାର ପ୍ରତିଶ୍ରୁତି ଦେଇଛନ୍ତି। କଂଗ୍ରେସ ପକ୍ଷରୁ ସୋସିଆଲ ମିଡିଆରେ ଶେୟାର ହୋଇଥିବା ଏକ ଭିଡିଓ ବାର୍ତ୍ତାରେ ସୋନିଆ କହିଛନ୍ତି, ଗୁରୁତର ସଙ୍କଟ ସମୟରେ ଦେଶର ମହିଳାମାନେ କଠିନ ସମୟର ସମ୍ମୁଖୀନ ହେଉଛନ୍ତି। କଂଗ୍ରେସର ମହାଲକ୍ଷ୍ମୀ ଯୋଜନା ସେମାନଙ୍କର ଜୀବନ ଧାରଣ ମାନରେ ପରିବର୍ତ୍ତନ ଆଣିବାରେ ସହାୟକ ହେବ। ସ୍ବାଧୀନତା […] The post କଂଗ୍ରେସର ଗ୍ୟାରେଣ୍ଟି ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିବ: ଏଭଳି କିଛି ପ୍ରତିଶ୍ରୁତି ଦେଲେ ସୋନିଆ appeared first on Dharitri Odia News.

କଂଗ୍ରେସର ଗ୍ୟାରେଣ୍ଟି ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିବ: ଏଭଳି କିଛି ପ୍ରତିଶ୍ରୁତି ଦେଲେ ସୋନିଆ

ନୂଆଦିଲ୍ଲୀ,୧୩ା୫ : ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସର ଇସ୍ତାହାରରେ ଦିଆଯାଇଥିବା ଗ୍ୟାରେଣ୍ଟିଗୁଡ଼ିକ ଲୋକମାନଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବ ବୋଲି ଦଳର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସୋମବାର ପ୍ରତିଶ୍ରୁତି ଦେଇଛନ୍ତି। କଂଗ୍ରେସ ପକ୍ଷରୁ ସୋସିଆଲ ମିଡିଆରେ ଶେୟାର ହୋଇଥିବା ଏକ ଭିଡିଓ ବାର୍ତ୍ତାରେ ସୋନିଆ କହିଛନ୍ତି, ଗୁରୁତର ସଙ୍କଟ ସମୟରେ ଦେଶର ମହିଳାମାନେ କଠିନ ସମୟର ସମ୍ମୁଖୀନ ହେଉଛନ୍ତି। କଂଗ୍ରେସର ମହାଲକ୍ଷ୍ମୀ ଯୋଜନା ସେମାନଙ୍କର ଜୀବନ ଧାରଣ ମାନରେ ପରିବର୍ତ୍ତନ ଆଣିବାରେ ସହାୟକ ହେବ। ସ୍ବାଧୀନତା ସଂଗ୍ରାମଠାରୁ ଆରମ୍ଭ କରି ଆଧୁନିକ ଭାରତ ଗଠନ ପର୍ଯ୍ୟନ୍ତ ସବୁଥିରେ ମହିଳାମାନଙ୍କର ବଡ଼ ଅବଦାନ ରହିଛି। ତେବେ ବର୍ତ୍ତମାନ ଆକାଶଛୁଆଁ ଦରଦାମ୍‌ ବୃଦ୍ଧି ଯୋଗୁ ସେମାନେ ସଙ୍କଟର ସମ୍ମୁ୍‌ୀନ ହୋଇଛନ୍ତି। ସେମାନଙ୍କ କଠିନ ପରିଶ୍ରମକୁ ନ୍ୟାୟ ଦେବା ପାଇଁ କଂଗ୍ରେସ କ୍ରାନ୍ତିକାରୀ ଗ୍ୟାରେଣ୍ଟି ଆଣିଥିବା ସୋନିଆ କହିଛନ୍ତି। ମହାଲକ୍ଷ୍ମୀ ଯୋଜନାରେ ଗରିବ ପରିବାରର ମହିଳାମାନଙ୍କୁ ପ୍ରତିବର୍ଷ ୧ ଲକ୍ଷ ଟଙ୍କା ଲେଖାଏ ଯୋଗାଇ ଦିଆଯିବ। କଠିନ ସମୟରେ ଏହା ସେମାନଙ୍କୁ ସହାୟକ ହୋଇପାରିବ। କଂଗ୍ରେସ ମହିଳାମାନଙ୍କ ସହ ରହିଛି ଓ ସେମାନଙ୍କ ସ୍ଥିତିରେ ଉନ୍ନତି ଆଣିବାକୁ ପ୍ରତିବଦ୍ଧ ବୋଲି ସୋନିଆ କହିଛନ୍ତି।

 

 

The post କଂଗ୍ରେସର ଗ୍ୟାରେଣ୍ଟି ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିବ: ଏଭଳି କିଛି ପ୍ରତିଶ୍ରୁତି ଦେଲେ ସୋନିଆ appeared first on Dharitri Odia News.