ଶ୍ରୀମନ୍ଦିରରେ ଆଜି ଘୋଡ଼ ଲାଗି ନୀତି

ପୁରୀ : ଶ୍ରୀମନ୍ଦିରରେ ଆଜି ଘୋଡ଼ ଲାଗି ନୀତି। ମାର୍ଗଶିର ଶୁକ୍ଳ ଷଷ୍ଠୀରେ ପବିତ୍ର ଓଢଣୀ ଷଷ୍ଠୀ ଅବସରରେ ଅନୁଷ୍ଠିତ... The post ଶ୍ରୀମନ୍ଦିରରେ ଆଜି ଘୋଡ଼ ଲାଗି ନୀତି appeared first on .

ଶ୍ରୀମନ୍ଦିରରେ ଆଜି ଘୋଡ଼ ଲାଗି ନୀତି

ପୁରୀ : ଶ୍ରୀମନ୍ଦିରରେ ଆଜି ଘୋଡ଼ ଲାଗି ନୀତି। ମାର୍ଗଶିର ଶୁକ୍ଳ ଷଷ୍ଠୀରେ ପବିତ୍ର ଓଢଣୀ ଷଷ୍ଠୀ ଅବସରରେ ଅନୁଷ୍ଠିତ ହେବ ଘୋଡ଼ ଲାଗି ନୀତି। ଶ୍ରୀଜୀଉ ମାନେ ଶୀତର ପ୍ରକୋପରୁ ବର୍ତ୍ତିବା ପାଇଁ ଶୀତବସ୍ତ୍ର ପରିଧାନ କରିବାର ବିଧି ରହିଛି। ମାର୍ଗଶିର ଶୁକ୍ଳ ଷଷ୍ଠୀ ଠାରୁ ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ମହାପ୍ରଭୁଙ୍କର ପ୍ରତ୍ୟହ ଏହି ଘୋଡ଼ ଲାଗି ନୀତି ସମ୍ପନ୍ନ ହେବ। ତେବେ ଏ ନେଇ ଗତକାଲି ଶ୍ରୀମନ୍ଦିରରେ ଘୋଡା ଅଧିବାସ ନୀତି ସମ୍ପାଦନା କରାଯାଇଥିଲା । ଶ୍ରୀଜୀଉ ମାନଙ୍କ ପାଇଁ ୪ଗୋଟି ଘୋଡ଼ ସହ ଘୋଡ଼ ଲାଗି ବେଶ ପାଇଁ ଖଟ ପାଛୋଡ଼ି, ତୁଳିପଟା, ଥୋଡ଼ ପାହାଡିଆ, ଫୁଲଛେଦା ଆଦି ପ୍ରସ୍ତୁତ କରାଯାଇଛି । ପରମ୍ପରା ଅନୁସାରେ ଗତକାଲିଠୁ ଶ୍ରୀମନ୍ଦିରରେ ରାତ୍ର ସମୟରେ ଚନ୍ଦନ ଲାଗି ନୀତି ପରେ ସମସ୍ତ ପ୍ରସ୍ତୁତ ଘୋଡ଼କୁ ଅଧିବାସ ହୋଇ ରଖାଯାଇଛି। ଆଜି ଏହି ଅଧିବାସିତ ଘୋଡ଼ ଲାଗି କରାଯିବ।

The post ଶ୍ରୀମନ୍ଦିରରେ ଆଜି ଘୋଡ଼ ଲାଗି ନୀତି appeared first on .