କଂଗ୍ରେସର ଚିନ୍ତା ବଢ଼ିଲା: ଇଣ୍ଡିଆରୁ ଦୂରେଇଲେ ମେହବୁବା…

ଶ୍ରୀନଗର,୧୯।୨ : ଜମ୍ମୁ-କଶ୍ମୀରରେ ଇଣ୍ଡିଆ ଆଉ ଏକ ଅସୁବିଧାର ସମ୍ମୁଖୀନ ହୋଇଛି। ନ୍ୟାଶନାଲ କନଫରେନ୍ସ (ଏନସି) ପରେ ବର୍ତ୍ତମାନ ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ମଧ୍ୟ ଲୋକସଭା ନିର୍ବାଚନରେ ପୃଥକ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଛି। ଦଳର ସଂସଦୀୟ କମିଟି ଖୁବ ଶୀଘ୍ର ପ୍ରାର୍ଥୀଙ୍କ ନାମ ଘୋଷଣା କରିବ। ଏହାପୂର୍ବରୁ ଏନସି ନିର୍ବାଚନରେ ଅଲଗା ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଥିଲା। ଲୋକସଭା ନିର୍ବାଚନ ପାଇଁ ପିଡିପିର ପ୍ରସ୍ତୁତି ସମ୍ପର୍କରେ କେନ୍ଦ୍ରୀୟ କଶ୍ମୀରରେ ଅନୁଷ୍ଠିତ ବୈଠକ ପରେ ଦଳର […] The post କଂଗ୍ରେସର ଚିନ୍ତା ବଢ଼ିଲା: ଇଣ୍ଡିଆରୁ ଦୂରେଇଲେ ମେହବୁବା… appeared first on Dharitri Odia News.

କଂଗ୍ରେସର ଚିନ୍ତା ବଢ଼ିଲା: ଇଣ୍ଡିଆରୁ ଦୂରେଇଲେ ମେହବୁବା…

ଶ୍ରୀନଗର,୧୯।୨ : ଜମ୍ମୁ-କଶ୍ମୀରରେ ଇଣ୍ଡିଆ ଆଉ ଏକ ଅସୁବିଧାର ସମ୍ମୁଖୀନ ହୋଇଛି। ନ୍ୟାଶନାଲ କନଫରେନ୍ସ (ଏନସି) ପରେ ବର୍ତ୍ତମାନ ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ମଧ୍ୟ ଲୋକସଭା ନିର୍ବାଚନରେ ପୃଥକ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଛି। ଦଳର ସଂସଦୀୟ କମିଟି ଖୁବ ଶୀଘ୍ର ପ୍ରାର୍ଥୀଙ୍କ ନାମ ଘୋଷଣା କରିବ। ଏହାପୂର୍ବରୁ ଏନସି ନିର୍ବାଚନରେ ଅଲଗା ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଥିଲା।

ଲୋକସଭା ନିର୍ବାଚନ ପାଇଁ ପିଡିପିର ପ୍ରସ୍ତୁତି ସମ୍ପର୍କରେ କେନ୍ଦ୍ରୀୟ କଶ୍ମୀରରେ ଅନୁଷ୍ଠିତ ବୈଠକ ପରେ ଦଳର ମୁଖ୍ୟ ମେହବୁବା ମୁଫତି କହିଛନ୍ତି ଦେଶରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ତାଙ୍କ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଖୁବ ଶୀଘ୍ର ରାଜ୍ୟରେ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ସ୍ଥିର ହେବ। ମହମ୍ମଦ ସରତାଜ ମଦାନୀଙ୍କ ନେତୃତ୍ୱରେ ଦଳର ସଂସଦୀୟ ବୋର୍ଡ ଖୁବ ଶୀଘ୍ର ପ୍ରାର୍ଥୀଙ୍କୁ ଚୂଡାନ୍ତ କରିବ।

ଦଳର ବରିଷ୍ଠ ଉପସଭାପତି ଅବଦୁଲ ରେହମାନ ଭେରୀ, ସାଧାରଣ ସଚିବ ଡକ୍ଟର ମେହବୁବ ବାଇଗ ଏବଂ ଗୁଲାମ ନବୀ ଲୋନ ହଞ୍ଜୁରା, ଅତିରିକ୍ତ ସାଧାରଣ ସଚିବ ଆଶିୟା ନାକାଶ, ପୂର୍ବତନ ମନ୍ତ୍ରୀ ନୟମ ଅଖତର ଏବଂ ଜାହୋର ଅହମ୍ମଦ ମୀରଙ୍କ ସହ ଜିଲା ସଭାପତି, ନିର୍ବାଚନମଣ୍ଡଳୀ ଦାୟିତ୍ୱ ଏବଂ ଆଞ୍ଚଳିକ ସଭାପତି ଉପସ୍ଥିତ ଥିଲେ।

ସର୍ବପ୍ରଥମେ ଏନସି ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା କହିଥିଲେ ଏନସି ପାଖରେଥିବା ଆସନ ବ୍ୟତୀତ ଅନ୍ୟ ଆସନରେ ମିଳିତ ମଞ୍ଚକୁ ବିଚାର କରାଯିବ। ଏହା ପରେ ତାଙ୍କ ଦଳ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଥିଲେ। ଏହା ପରେ ପିଡିପି କହିଛି ମେଣ୍ଟର ଉଦ୍ଦେଶ୍ୟ ଏକତା, କିନ୍ତୁ ଏନସି ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ଉପଯୁକ୍ତ ସମୟରେ ନିଷ୍ପତ୍ତି ନିଆଯିବ। ଏହାକୁ ନେଇ ଇଣ୍ଡିଆର ମୁଖ୍ୟ ଦଳ କଂଗ୍ରେସର ଚିନ୍ତା ବଢ଼ିବାରେ ଲାଗିଛି।

The post କଂଗ୍ରେସର ଚିନ୍ତା ବଢ଼ିଲା: ଇଣ୍ଡିଆରୁ ଦୂରେଇଲେ ମେହବୁବା… appeared first on Dharitri Odia News.