କଂଗ୍ରେସର ନୂଆ ଠିକଣା- ‘ଇନ୍ଦିରା ଭବନ’

ନୂଆଦିଲ୍ଲୀ,୧୫।୧: କଂଗ୍ରେସ ଦଳର ନୂଆ ଠିକଣା ’ଇନ୍ଦିରା ଭବନ’। ବୁଧବାର ଦଳର ନୂତନ ମୁଖ୍ୟାଳୟ ଉଦ୍‌ଘାଟିତ ହୋଇଛି। କଂଗ୍ରେସ ସଂସଦୀୟ ଦଳ ନେତା ସୋନିଆ ଗାନ୍ଧୀ ଫିତା କାଟି ନୂତନ ମୁଖ୍ୟାଳୟର ଉଦଘାଟନ କରିଛନ୍ତି। ସେହିଭଳି ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖାର୍ଗେ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, କେସି ଭେନୁଗୋପାଳଙ୍କ ସମେତ ବହୁ ଦଳୀୟ ନେତା ଉପସ୍ଥିତ ଥିଲେ। ଆପଣଙ୍କୁ ଜଣାଇ ଦେଉଛୁ ଯେ କଂଗ୍ରେସ ମୁଖ୍ୟାଳୟର ନୂତନ ଠିକଣା […] The post କଂଗ୍ରେସର ନୂଆ ଠିକଣା- ‘ଇନ୍ଦିରା ଭବନ’ appeared first on Dharitri Odia News.

କଂଗ୍ରେସର ନୂଆ ଠିକଣା- ‘ଇନ୍ଦିରା ଭବନ’

ନୂଆଦିଲ୍ଲୀ,୧୫।୧: କଂଗ୍ରେସ ଦଳର ନୂଆ ଠିକଣା ’ଇନ୍ଦିରା ଭବନ’। ବୁଧବାର ଦଳର ନୂତନ ମୁଖ୍ୟାଳୟ ଉଦ୍‌ଘାଟିତ ହୋଇଛି। କଂଗ୍ରେସ ସଂସଦୀୟ ଦଳ ନେତା ସୋନିଆ ଗାନ୍ଧୀ ଫିତା କାଟି ନୂତନ ମୁଖ୍ୟାଳୟର ଉଦଘାଟନ କରିଛନ୍ତି। ସେହିଭଳି ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖାର୍ଗେ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, କେସି ଭେନୁଗୋପାଳଙ୍କ ସମେତ ବହୁ ଦଳୀୟ ନେତା ଉପସ୍ଥିତ ଥିଲେ। ଆପଣଙ୍କୁ ଜଣାଇ ଦେଉଛୁ ଯେ କଂଗ୍ରେସ ମୁଖ୍ୟାଳୟର ନୂତନ ଠିକଣା ଏବେ ’ଇନ୍ଦିରା ଭବନ’ 9A କୋଟ୍‌ଲା ରୋଡ, ଯାହା ପୂର୍ବରୁ 24, ଆକବର ରୋଡ ଥିଲା। ଏହି କୋଠାର ଭିତ୍ତିପ୍ରସ୍ତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ସୋନିଆ ଗାନ୍ଧୀ ସ୍ଥାପନ କରିଥିଲେ। ପାଞ୍ଚ ମହଲା ବିଶିଷ୍ଟ ଏହି କୋଠାଟି ପରିବେଶ ଅନୁକୂଳ।ଏହାର ନିର୍ମାଣ କାର୍ଯ୍ୟ ୨୦୧୬ରେ ଆରମ୍ଭ ହୋଇଥିଲା ଏବଂ ୨୦୨୫ରେ ଶେଷ ହୋଇଥିଲା।

ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଇନ୍ଦିରା ଭବନକୁ ଦେଶ ପାଇଁ ଗଣତନ୍ତ୍ରର ପାଠଶାଳା ବୋଲି ଅବିହିତ କରିଛନ୍ତି। ସେହିଭଳି ଲୋକ ସଭାରେ ବିରୋଧୀ ଦଳ ନେତା ଏବଂ ରାୟବରେଲି ଏମ୍‌ପି ରାହୁଲ ଗାନ୍ଧୀ ଇନ୍ଦିରା ଭବନକୁ ତ୍ୟାଗ ଏବଂ କଠିନ ପରିଶ୍ରମର ପ୍ରତୀକ ଭାବରେ ବର୍ଣ୍ଣନା କରିଛନ୍ତି।
ନୂତନ ମୁଖ୍ୟାଳୟର ଉଦଘାଟନ ପାଇଁ ଦଳୀୟ ନେତାମାନଙ୍କୁ ସମ୍ବୋଧିତ କରିବା ସମୟରେ, ରାହୁଲ ଗାନ୍ଧୀ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଏବଂ ଭାଜପାକୁ କଡ଼ା ଟାର୍ଗେଟ କରିଥିଲେ। ସେ ମହାରାଷ୍ଟ୍ର ଏବଂ ହରିୟାଣାର ନିର୍ବାଚନ ଫଳାଫଳ ବିଷୟରେ ମଧ୍ୟ କହିଥିଲେ। ସେ କହିଥିଲେ ଯେ ନିର୍ବାଚନରେ ସୱଚ୍ଛତା ସୁନିଶ୍ଚିତ କରିବା ନିର୍ବାଚନ କମିଶନର କର୍ତ୍ତବ୍ୟ, ଆମର ନିର୍ବାଚନ ବ୍ୟବସ୍ଥାରେ ଏକ ଗମ୍ଭୀର ସମସ୍ୟା ରହିଛି। ସେ କହିଛନ୍ତି ଯେ ମହାରାଷ୍ଟ୍ର, ହରିୟାଣା ବିଧାନସଭା ର୍ନିବାଚନର ତଥ୍ୟ ଆମକୁ ପ୍ରଦାନ କରିବା ର୍ନିବାଚନ କମିଶନର କର୍ତ୍ତବ୍ୟ, କିନ୍ତୁ ଏହା କରିବାକୁ ମନା କରୁଛି।

The post କଂଗ୍ରେସର ନୂଆ ଠିକଣା- ‘ଇନ୍ଦିରା ଭବନ’ appeared first on Dharitri Odia News.