କଂଗ୍ରେସରୁ ବିଦା ହେବା ପରେ ସୁର କହିଲେ…
ଭୁବନେଶ୍ୱର,୧୫।୪: କଂଗ୍ରେସ ନେତା ସୁର ରାଉତରାୟ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି। ଏଆଇସିସି ସୋମବାର ତାଙ୍କୁ ୬ ବର୍ଷ ପାଇଁ ବହିଷ୍କାର କରିଛି। ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ପାଇଁ ସୁରଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡିଛି। ଦଳରୁ ୬ ବର୍ଷ ପାଇଁ ବହିଷ୍କୃତ ହେବା ପରେ ସୁର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୁଁ ପୁଅ ପାଇଁ ପ୍ରଚାର କରିନି। ଏଆଇସିସିର ପ୍ରେସିଡେଣ୍ଟ ଅତି ଖୁସି ହୋଇ ମୋତେ ୬ ବର୍ଷ ପାଇଁ […] The post କଂଗ୍ରେସରୁ ବିଦା ହେବା ପରେ ସୁର କହିଲେ… appeared first on Dharitri Odia News.
ଭୁବନେଶ୍ୱର,୧୫।୪: କଂଗ୍ରେସ ନେତା ସୁର ରାଉତରାୟ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି। ଏଆଇସିସି ସୋମବାର ତାଙ୍କୁ ୬ ବର୍ଷ ପାଇଁ ବହିଷ୍କାର କରିଛି। ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ପାଇଁ ସୁରଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡିଛି।
ଦଳରୁ ୬ ବର୍ଷ ପାଇଁ ବହିଷ୍କୃତ ହେବା ପରେ ସୁର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୁଁ ପୁଅ ପାଇଁ ପ୍ରଚାର କରିନି। ଏଆଇସିସିର ପ୍ରେସିଡେଣ୍ଟ ଅତି ଖୁସି ହୋଇ ମୋତେ ୬ ବର୍ଷ ପାଇଁ ଯେଉଁ ବାସନ୍ଦ କରିଛନ୍ତି, ସେଥିପାଇଁ ତାଙ୍କୁ ଅଭିନନ୍ଦନ। ସେ ମୋତେ ୬ ବର୍ଷ ପାଇଁ କାହିଁକି ବହିଷ୍କାର କଲେ, ସେ ନେଇ ମୁଁ ତାଙ୍କୁ ନୋଟିସ ଜରିଆରେ ପଚାରିବି। ମୁଁ ମଲା ଯାଏ କଂଗ୍ରେସରେ ରହିବି। ମୁଁ କଂଗ୍ରେସ ପାଇଁ କାମ କରିବି। ମୋ ଜୀବନଟା କଂଗ୍ରେସ। ଯେଉଁମାନେ ଏବେ ଓ କଂଗ୍ରେସରେ ଅଛନ୍ତି ସତେ ଯେମିତି ଭାରି ନୀତି ଓ ଆଦର୍ଶରେ ଅଛନ୍ତି। ୫୦ ବର୍ଷରୁ ଅଧିକ ସମୟ ଧରି ମୁଁ କଂଗ୍ରେସ ପାଇଁ କାମ କରିଛି। ଯଦି ମୋ ପୁଅ ଅଲଗା ଦଳରୁ ଟିକେଟ୍ ପାଇଲା ବୋଲି ମୋତେ ବାହାର କରି ଦିଆଗଲା, ତା’ହେଲେ କିଛି ଆପତ୍ତି ନାହିଁ। ଏନେଇ କୌଣସି ପ୍ରକାର ଦୁଃଖ ବି ନାହିଁ।
The post କଂଗ୍ରେସରୁ ବିଦା ହେବା ପରେ ସୁର କହିଲେ… appeared first on Dharitri Odia News.