କଂଗ୍ରେସରୁ ୬ ବର୍ଷ ପାଇଁ ସୁର ବିଦା
ଭୁବନେଶ୍ୱର,୧୫।୪: କଂଗ୍ରେସ ନେତା ସୁର ରାଉତରାୟ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି। ଏଆଇସିସି ସୋମବାର ସୁରଙ୍କୁ ୬ ବର୍ଷ ପାଇଁ ବହିଷ୍କାର କରିଛି। ଏଆଇସିସି ପକ୍ଷରୁ ପ୍ରେସ ରିଲିଜ୍ ଜରିଆରେ ଏହି ସୂଚନା ମିଳିଛି। ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ପାଇଁ ସୁରଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କ ଦ୍ୱାରା ଜାରି ପ୍ରେସ ରିଲିଜ ଅନୁଯାୟୀ, ସୁରେଶ କୁମାର ରାଉତରାୟଙ୍କୁ ବିଶୃଙ୍ଖଳିତ ଓ ଦଳବିରୋଧୀ କାର୍ଯ୍ୟ ପାଇଁ ତତ୍କାଳ […] The post କଂଗ୍ରେସରୁ ୬ ବର୍ଷ ପାଇଁ ସୁର ବିଦା appeared first on Dharitri Odia News.
ଭୁବନେଶ୍ୱର,୧୫।୪: କଂଗ୍ରେସ ନେତା ସୁର ରାଉତରାୟ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି। ଏଆଇସିସି ସୋମବାର ସୁରଙ୍କୁ ୬ ବର୍ଷ ପାଇଁ ବହିଷ୍କାର କରିଛି। ଏଆଇସିସି ପକ୍ଷରୁ ପ୍ରେସ ରିଲିଜ୍ ଜରିଆରେ ଏହି ସୂଚନା ମିଳିଛି। ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ପାଇଁ ସୁରଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କ ଦ୍ୱାରା ଜାରି ପ୍ରେସ ରିଲିଜ ଅନୁଯାୟୀ, ସୁରେଶ କୁମାର ରାଉତରାୟଙ୍କୁ ବିଶୃଙ୍ଖଳିତ ଓ ଦଳବିରୋଧୀ କାର୍ଯ୍ୟ ପାଇଁ ତତ୍କାଳ ପ୍ରଭାବରୁ ୬ବର୍ଷ ନିମନ୍ତେ ବହିଷ୍କାର କରାଯାଇଛି । ଏହା ସୁରଙ୍କ ପାଇଁ ଶକ୍ତଧକ୍କା ହୋଇଛି । କଂଗ୍ରେସରେ ରହି ନିଜ ପୁଅ ବିଜେଡି ପ୍ରାର୍ଥୀ ମନ୍ମଥଙ୍କ ସପକ୍ଷରେ ଭୋଟ ସଂଗ୍ରହ କରିବାର ଫର୍ମୂଲା ମଧ୍ୟ ସୁରଙ୍କ ଫେଲ ମାରିଛି ।
The post କଂଗ୍ରେସରୁ ୬ ବର୍ଷ ପାଇଁ ସୁର ବିଦା appeared first on Dharitri Odia News.