କଂଗ୍ରେସରେ ଯୋଗଦେବା ପୂର୍ବରୁ ବଡ଼ ନିଷ୍ପତ୍ତି ନେଲେ ଭିନେଶ, ଛାଡିଲେ ଏହି ସରକାରୀ ଚାକିରି
ନୂଆଦିଲ୍ଲୀ,୬।୯: ଭେଟେରାନ ରେସଲର ଭିନେଶ ଫୋଗଟ କଂଗ୍ରେସରେ ଯୋଗଦେବା ପୂର୍ବରୁ ରେଳବାଇରେ ଚାକିରି ଛାଡିଛନ୍ତି। ଉତ୍ତର ରେଳବାଇରେ ଭିନେଶ ଫୋଗଟଙ୍କୁ ଓଏସ୍ଡି / ସ୍ପୋର୍ଟସ ଭାବରେ ନିଯୁକ୍ତି କରାଯାଇଥିଲା। ଭିନେଶ ଏକ୍ସରେ ଲେଖିଛନ୍ତି, ଭାରତୀୟ ରେଳବାଇରେ ସେବା ମୋ ଜୀବନର ଏକ ସ୍ମରଣୀୟ ତଥା ଗର୍ବିତ ସମୟ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ମୋ ଜୀବନର ଏହି ସମୟରେ ମୁଁ ରେଳ ସେବା ଠାରୁ ନିଜକୁ ଅଲଗା କରିବାକୁ ନିଷ୍ପତ୍ତି ନେଇଛି ଏବଂ ଭାରତୀୟ […] The post କଂଗ୍ରେସରେ ଯୋଗଦେବା ପୂର୍ବରୁ ବଡ଼ ନିଷ୍ପତ୍ତି ନେଲେ ଭିନେଶ, ଛାଡିଲେ ଏହି ସରକାରୀ ଚାକିରି appeared first on Dharitri Odia News.
ନୂଆଦିଲ୍ଲୀ,୬।୯: ଭେଟେରାନ ରେସଲର ଭିନେଶ ଫୋଗଟ କଂଗ୍ରେସରେ ଯୋଗଦେବା ପୂର୍ବରୁ ରେଳବାଇରେ ଚାକିରି ଛାଡିଛନ୍ତି। ଉତ୍ତର ରେଳବାଇରେ ଭିନେଶ ଫୋଗଟଙ୍କୁ ଓଏସ୍ଡି / ସ୍ପୋର୍ଟସ ଭାବରେ ନିଯୁକ୍ତି କରାଯାଇଥିଲା। ଭିନେଶ ଏକ୍ସରେ ଲେଖିଛନ୍ତି, ଭାରତୀୟ ରେଳବାଇରେ ସେବା ମୋ ଜୀବନର ଏକ ସ୍ମରଣୀୟ ତଥା ଗର୍ବିତ ସମୟ ବୋଲି ସେ କହିଛନ୍ତି।
ସେ କହିଛନ୍ତି ଯେ ମୋ ଜୀବନର ଏହି ସମୟରେ ମୁଁ ରେଳ ସେବା ଠାରୁ ନିଜକୁ ଅଲଗା କରିବାକୁ ନିଷ୍ପତ୍ତି ନେଇଛି ଏବଂ ଭାରତୀୟ ରେଳବାଇର ଦକ୍ଷ ଅଧିକାରୀଙ୍କ ନିକଟରେ ମୋର ଇସ୍ତଫା ପତ୍ର ଦାଖଲ କରିଛି। ଦେଶ ସେବା କରିବା ପାଇଁ ରେଳବାଇ ମୋତେ ଦେଇଥିବା ଏହି ସୁଯୋଗ ପାଇଁ ମୁଁ ଭାରତୀୟ ରେଳ ପରିବାରକୁ ସର୍ବଦା କୃତଜ୍ଞ ରହିବି।
भारतीय रेलवे की सेवा मेरे जीवन का एक यादगार और गौरवपूर्ण समय रहा है।
जीवन के इस मोड़ पर मैंने स्वयं को रेलवे सेवा से पृथक करने का निर्णय लेते हुए अपना त्यागपत्र भारतीय रेलवे के सक्षम अधिकारियों को सौप दिया है। राष्ट्र की सेवा में रेलवे द्वारा मुझे दिये गये इस अवसर के लिए मैं… pic.twitter.com/HasXLH5vBP
— Vinesh Phogat (@Phogat_Vinesh) September 6, 2024
ତାଙ୍କ ସହ ରେସଲର ବଜରଙ୍ଗ ପୁନିଆ ମଧ୍ୟ ରେଳ ଚାକିରିରୁ ଇସ୍ତଫା ଦେଇଛନ୍ତି। ଉଭୟ ଖେଳାଳି ଶୁକ୍ରବାର କଂଗ୍ରେସରେ ଯୋଗଦେବେ ବୋଲି କୁହାଯାଉଛି। ଦଳ ତାଙ୍କୁ ହରିୟାଣା ବିଧାନସଭା ନିର୍ବାଚନରେ ଟିକେଟ ଦେଇପାରେ। ବଜରଙ୍ଗ ପୁନିଆ ଉତ୍ତର ରେଳବାଇରେ ଓଏସ୍ଡି ସ୍ପୋର୍ଟସ ପଦରେ ଥିଲେ। ସେ ୧୩ ସେପ୍ଟେମ୍ବର ୨୦୧୪ରେ ନିଯୁକ୍ତ ହୋଇଥିଲେ।
The post କଂଗ୍ରେସରେ ଯୋଗଦେବା ପୂର୍ବରୁ ବଡ଼ ନିଷ୍ପତ୍ତି ନେଲେ ଭିନେଶ, ଛାଡିଲେ ଏହି ସରକାରୀ ଚାକିରି appeared first on Dharitri Odia News.