ଭଡ଼ାଘରେ ଚାଲିଥିଲା ସେକ୍ସ ର଼୍ୟାକେଟ: ଧରାପଡ଼ିଲେ ଗ୍ରାହକଙ୍କ ସହ ୨ ଯୁବତୀ

ବ୍ରହ୍ମପୁର,୨୩।୬(ସୁବାସ ଚନ୍ଦ୍ର ପାଢ଼ୀ): ବୈଦ୍ୟନାଥପୁର ଥାନା ଅଧୀନ ଅଶୋକନଗର ୯ମ ଲାଇନରେ ଏକ ଭଡା ଘରେ ସେକ୍ସ ର଼୍ୟାକେଟ ଠାବ ହୋଇଛି । ପୋଲିସ ହେି ଘରୁ ୨ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ୨ଜଣ ଗ୍ରାହକଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଅଞ୍ଚଳର ସ୍ବାଧୀନ ବେହେରା ଏବଂ ପାଟପୁର ଅଞ୍ଚଳର ମଙ୍ଗୁଳୁ ଜେନା। ଅଶୋକନଗର ୯ମ ଲାଇନସ୍ଥିତ ଏକ ଭଡା ଘରେ କିଛିଦିନ ହେବ ସେକ୍ସ ର଼୍ୟାକେଟ ଚାଲୁଥିବା ପୋଲିସକୁ ଖବର […] The post ଭଡ଼ାଘରେ ଚାଲିଥିଲା ସେକ୍ସ ର଼୍ୟାକେଟ: ଧରାପଡ଼ିଲେ ଗ୍ରାହକଙ୍କ ସହ ୨ ଯୁବତୀ appeared first on Dharitri Odia News.

ଭଡ଼ାଘରେ ଚାଲିଥିଲା ସେକ୍ସ ର଼୍ୟାକେଟ: ଧରାପଡ଼ିଲେ ଗ୍ରାହକଙ୍କ ସହ ୨ ଯୁବତୀ

ବ୍ରହ୍ମପୁର,୨୩।୬(ସୁବାସ ଚନ୍ଦ୍ର ପାଢ଼ୀ): ବୈଦ୍ୟନାଥପୁର ଥାନା ଅଧୀନ ଅଶୋକନଗର ୯ମ ଲାଇନରେ ଏକ ଭଡା ଘରେ ସେକ୍ସ ର଼୍ୟାକେଟ ଠାବ ହୋଇଛି । ପୋଲିସ ହେି ଘରୁ ୨ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ୨ଜଣ ଗ୍ରାହକଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଅଞ୍ଚଳର ସ୍ବାଧୀନ ବେହେରା ଏବଂ ପାଟପୁର ଅଞ୍ଚଳର ମଙ୍ଗୁଳୁ ଜେନା।

ଅଶୋକନଗର ୯ମ ଲାଇନସ୍ଥିତ ଏକ ଭଡା ଘରେ କିଛିଦିନ ହେବ ସେକ୍ସ ର଼୍ୟାକେଟ ଚାଲୁଥିବା ପୋଲିସକୁ ଖବର ମିଳିଥିଲା। ବୈଦ୍ୟନାଥପୁର ଥାନାର ଏକ ଟିମ ଚଢାଉ କରି ୨ ଯୁବତୀ ଓ ୨ ଗ୍ରାହକ ଅସଂଯତ ଅବସ୍ଥାରେ ଥିବା ଦେଖିଥିଲା। ଉକ୍ତ ଘରୁ କିଛି ଆପତ୍ତିଜନକ ଜିନିଷ ମଧ୍ୟ ଜବତ କରିଥିଲା। ବିଭିନ୍ନ ଅଞ୍ଚଳର ଯୁବତୀ ଓ ଗ୍ରାହକଙ୍କୁ ଆଣି ସେଠାରେ ସେକ୍ସ କାରବାର ଚାଲୁଥିଲା। ଉଦ୍ଧାର ଯୁବତୀଙ୍କୁ ସୁଧାର ଗୃହକୁ ପଠାଯାଇଥିବା ବେଳେ ଗ୍ରାହକଙ୍କୁ କୋର୍ଟ ଚାଲାଣ କରାଯାଇଛି ।

The post ଭଡ଼ାଘରେ ଚାଲିଥିଲା ସେକ୍ସ ର଼୍ୟାକେଟ: ଧରାପଡ଼ିଲେ ଗ୍ରାହକଙ୍କ ସହ ୨ ଯୁବତୀ appeared first on Dharitri Odia News.