ଥମୁନି ଉତ୍ତରପ୍ରଦେଶ ସମ୍ଭଲରେ ଉତ୍ତେଜନା, ଇଣ୍ଟରନେଟ ସେବା ବନ୍ଦ

ଲକ୍ଷ୍ନୌ : ଥମୁନି ଉତ୍ତରପ୍ରଦେଶ ସମ୍ଭଲରେ ଉତ୍ତେଜନା। ମସଜିଦର ସର୍ଭେ କାର୍ଯ୍ଯକୁ ନେଇ ତିନି ଦିନ ଧରି ସେଠାରେ ଥମୁନି... The post ଥମୁନି ଉତ୍ତରପ୍ରଦେଶ ସମ୍ଭଲରେ ଉତ୍ତେଜନା, ଇଣ୍ଟରନେଟ ସେବା ବନ୍ଦ appeared first on .

ଥମୁନି ଉତ୍ତରପ୍ରଦେଶ ସମ୍ଭଲରେ ଉତ୍ତେଜନା, ଇଣ୍ଟରନେଟ ସେବା ବନ୍ଦ

ଲକ୍ଷ୍ନୌ : ଥମୁନି ଉତ୍ତରପ୍ରଦେଶ ସମ୍ଭଲରେ ଉତ୍ତେଜନା। ମସଜିଦର ସର୍ଭେ କାର୍ଯ୍ଯକୁ ନେଇ ତିନି ଦିନ ଧରି ସେଠାରେ ଥମୁନି ହିଂସା। ସର୍ଭେ କାର୍ଯ୍ୟକୁ ବିରୋଧ କରି ହୋଇଛି ଟେକାପଥର ମାଡ। ଉତ୍ତେଜନା ଦୃଷ୍ଟିରୁ ସେଠାରେ ଇଣ୍ଟରନେଟ ସେବା ରଦ୍ଦ କରାଯାଇଛି। ସେପଟେ ଶାନ୍ତି ବଜାୟ ରଖିବା ଲାଗି ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ବୈଠକ କରାଯାଇଛି। ବିଭିନ୍ନ ସ୍ଥାନରେ ରାପିଡ ଆକ୍ସନ ଫୋର୍ସ ମୁତୟନ କରାଯାଇଛି। ବାହାର ନେତାମାନଙ୍କୁ ସମ୍ଭଲ ଯିବା ଉପରେ ଆସନ୍ତା ୩୦ ତାରିଖ ଯାଏ ଜାରି କରାଯାଇଛି କଟକଣା। ହରିହର ମନ୍ଦିରକୁ ଭାଙ୍ଗି ସେଠାରେ ମୋଗଲ ଶାସକ ମସଜିଦ ନିର୍ମାଣ କରିଥିଲେ ବୋଲି ଅଭିଯୋଗ କ୍ରମେ ତାହାର ସର୍ଭେ ଲାଗି କୋର୍ଟ ଦେଇଥିଲେ ନିଷ୍ପତ୍ତି। ଏହାକୁ ନେଇ ଗତ ୧୮ ତାରିଖରୁ ସେଠାରେ ଉତ୍ତେଜନା ବଳବତ୍ତର ରହିଛି। ତେବେ ସମ୍ଭଲରେ ସ୍ଥିତି ନିୟନ୍ତ୍ରଣରେ ଥିବା କହିଛନ୍ତି ମୋରାଦାବାଦ ଡିଭିଜନାଲ କମିଶନର ଅଞ୍ଜୁନେୟ କୁମାର। ଉତ୍ତରପ୍ରଦେଶ ସମ୍ଭଲରେ ପ୍ରତିଷ୍ଠିତ ଏକ ମସଜିଦକୁ ନେଇ କିଛି ଦିନ ଧରି ବିବାଦ ଚାଲିଛି। ସେଠାରେ ମୋଗଲ କାଳରେ ଏକ ମନ୍ଦିର ଭାଙ୍ଗି ସାହି ଜାମା ମସଜିଦ ନିର୍ମାଣ କରାଯାଇଥିଲା ବୋଲି ଅଭିଯୋଗ ଆସିବା ପରେ ତାହାକୁ ନେଇ ଚାଲିଛି ଉତ୍ତେଜନା। ମସଜିଦର ସର୍ଭେ ଲାଗି ଆସିଥିବା ଏକ ଟିମକୁ ସ୍ଥାନୀୟ ଲୋକେ ବିରୋଧ କରିବା ପରେ ସେଠାରେ ପରିସ୍ଥିତି ହୋଇଛି ଗମ୍ଭୀର। ସେପଟେ ହିଂସା ସତ୍ତ୍ବେ ଆଡଭୋକେଟ କମିଶନ ପକ୍ଷରୁ ସର୍ଭେ କାର୍ଯ୍ୟ ସମ୍ପୂର୍ଣ୍ଣ  ହେବା ସହ ମସଜିଦର ଭିଡିଓଗ୍ରାଫି କରାଯାଇଛି ବୋଲି  ଜିଲ୍ଲା ମାଜିଷ୍ଟ୍ରଟ ରାଜେନ୍ଦର ପେନସିୟା କହିଛନ୍ତି। ଆସନ୍ତା ନଭେମ୍ବର ୨୯ରେ କୋର୍ଟ ନିକଟରେ ଏହି କମିଶନ ନିଜ ରିପୋର୍ଟ ଦାଖଲ କରିବ।

The post ଥମୁନି ଉତ୍ତରପ୍ରଦେଶ ସମ୍ଭଲରେ ଉତ୍ତେଜନା, ଇଣ୍ଟରନେଟ ସେବା ବନ୍ଦ appeared first on .