କୁଜଙ୍ଗ ଥାନା IIC ତପନ କୁମାର ନାହାକ ଗିରଫ: ପ୍ରତାରଣା ଅଭିଯୋଗ ଆଣିଛନ୍ତି ମହିଳା ହୋମଗାର୍ଡ

ଜଗତସିଂହପୁର,୨୬ା୨: ବୁଧବାର କୁଜଙ୍ଗ ଥାନାର ପୂର୍ବତନ ଇନସପେକ୍ଟର-ଇନଚାର୍ଜ (ଆଇଆଇସି) ତପନ ନାହାକଙ୍କୁ ଅସଦାଚରଣ ଏବଂ ସରକାରୀ ପଦବୀର ଅପବ୍ୟବହାର ଅଭିଯୋଗ ପରେ ନିଲମ୍ବନ କରାଯାଇଛି।ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଜଣେ ମହିଳା ହୋମଗାର୍ଡଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ତପନ ନାହାକ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ଜନସେବାର ସ୍ୱାର୍ଥ ଏବଂ ତଦନ୍ତରେ ନିରପେକ୍ଷତା ସୁନିଶ୍ଚିତ କରିବା ପାଇଁ କୁଜଙ୍ଗ ପୋଲିସ ଷ୍ଟେସନର ପୂର୍ବତନ ଆଇଆଇସିଙ୍କୁ ତୁରନ୍ତ ନିଲମ୍ବନ କରାଯାଇଛି। ନିଲମ୍ବନ […] The post କୁଜଙ୍ଗ ଥାନା IIC ତପନ କୁମାର ନାହାକ ଗିରଫ: ପ୍ରତାରଣା ଅଭିଯୋଗ ଆଣିଛନ୍ତି ମହିଳା ହୋମଗାର୍ଡ appeared first on Dharitri Odia News.

କୁଜଙ୍ଗ ଥାନା IIC ତପନ କୁମାର ନାହାକ ଗିରଫ: ପ୍ରତାରଣା ଅଭିଯୋଗ ଆଣିଛନ୍ତି ମହିଳା ହୋମଗାର୍ଡ

ଜଗତସିଂହପୁର,୨୬ା୨: ବୁଧବାର କୁଜଙ୍ଗ ଥାନାର ପୂର୍ବତନ ଇନସପେକ୍ଟର-ଇନଚାର୍ଜ (ଆଇଆଇସି) ତପନ ନାହାକଙ୍କୁ ଅସଦାଚରଣ ଏବଂ ସରକାରୀ ପଦବୀର ଅପବ୍ୟବହାର ଅଭିଯୋଗ ପରେ ନିଲମ୍ବନ କରାଯାଇଛି।ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଜଣେ ମହିଳା ହୋମଗାର୍ଡଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ତପନ ନାହାକ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।

ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ଜନସେବାର ସ୍ୱାର୍ଥ ଏବଂ ତଦନ୍ତରେ ନିରପେକ୍ଷତା ସୁନିଶ୍ଚିତ କରିବା ପାଇଁ କୁଜଙ୍ଗ ପୋଲିସ ଷ୍ଟେସନର ପୂର୍ବତନ ଆଇଆଇସିଙ୍କୁ ତୁରନ୍ତ ନିଲମ୍ବନ କରାଯାଇଛି। ନିଲମ୍ବନ ପ୍ରେତାଙ୍କୁ ଗିରଫ କରାଯାଇଥିବା କୁହାଯାଉଛି।

ସୂଚନାଯୋଗ୍ୟ ତପନ ନାହାକ ଜଣେ ମହିଳା ଗୃହରକ୍ଷୀ(ହୋମଗାର୍ଡ)ଙ୍କୁ ପ୍ରେମ ପରେ ପ୍ରତାରଣା କରିଥିଲେ। ଏନେଇ ଜଗତ୍‌ସିଂହପୁର ଥାନାର ପୂର୍ବତନ ଅତିରିକ୍ତ ଆଇଆଇସି ତଥା ବର୍ତ୍ତମାନର କୁଜଙ୍ଗ ଆଇଆଇସି ତପନ ନାହାକଙ୍କ ନାମରେ ଲିଖିତ ଅଭିଯୋଗ ହୋଇଛି। ସମ୍ପୃକ୍ତା ହୋମଗାର୍ଡ ଜଗତ୍‌ସିଂହପୁର ଥାନାରେ କରିଥିତ୍ବା ଅଭିଯୋଗ ଅନୁଯାୟୀ, ଆଇଆଇସି ତପନଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା।

ତପନ ତାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ। ପରବର୍ତ୍ତୀ ସମୟରେ ପ୍ରତାରିତ କରିଥିଲେ। ଅଭିଯୋଗକୁ ଗ୍ରହଣ କରି ଜଗତ୍‌ସିଂହପୁର ପୋଲିସ ଥାନାରେ ମାମଲା (ନଂ. ୧୧୭/୨୫) ରୁଜୁକରି ତଦନ୍ତ ଜାରି ରଖିଛି।

ମଙ୍ଗଳବାର ଏ ସମ୍ପର୍କରେ ଏସ୍‌ପି ଭବାନୀ ଶଙ୍କର ଉଦ୍‌ଗାତାଙ୍କୁ ପଚାରିବାରୁ ସେ କହିଥିଲେ, ପ୍ରସଙ୍ଗର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଆଇଆଇସି ତପନଙ୍କୁ ତତ୍କାଳ ଜିଲା ପୋଲିସ ମୁଖ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ଜଗତ୍‌ସିଂହପୁର ଆଇଆଇସି ପ୍ରଭାସ ଚନ୍ଦ୍ର ସାହୁ ଏହି ମାମଲାର ତଦନ୍ତ କରୁଛନ୍ତି। ଅପରପକ୍ଷେ ଅଭିଯୋଗକାରିଣୀ ମହିଳା ଗୃହରକ୍ଷୀଙ୍କ ଡାକ୍ତର ମାଇନା ପାଇଁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସେ ମନା କରିଦେଇଛନ୍ତି। ତଦନ୍ତ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି କହିଛନ୍ତି।

The post କୁଜଙ୍ଗ ଥାନା IIC ତପନ କୁମାର ନାହାକ ଗିରଫ: ପ୍ରତାରଣା ଅଭିଯୋଗ ଆଣିଛନ୍ତି ମହିଳା ହୋମଗାର୍ଡ appeared first on Dharitri Odia News.