କଂଗ୍ରେସରେ ଯୋଗଦେଲେ ADGP ପଦରୁ VRS ନେଇଥିବା ଗୁରିନ୍ଦର ସିଂ ଧିଲନ

ନୂଆଦିଲ୍ଲୀ: ପଞ୍ଜାବରେ ଲୋକସଭା ନିର୍ବାଚନର ଭୋଟ୍ ପୂର୍ବରୁ କଂଗ୍ରେସରେ ଯୋଗଦେଲେ ପୂର୍ବତନ ଆଇପିଏସ୍ ଅଧିକାରୀ ତଥା ପଞ୍ଜାବର ଏଡିଜିପି ଗୁରୁନ୍ଦର ସିଂ ଧିଲନ୍। ମଙ୍ଗଳବାର ସେ ନୂଆଦିଲ୍ଲୀରେ କଂଗ୍ରେସ ମୁଖ୍ୟାଳୟରେ ବରିଷ୍ଠ ଦଳର ନେତାଙ୍କ ଉପସ୍ଥିତିରେ କଂଗ୍ରେସର ସଦସ୍ୟତା ଗ୍ରହଣ କରିଥିଲେ। ତାଙ୍କ ସହିତ ରାଜ୍ୟ କଂଗ୍ରେସ ଦାୟିତ୍ୱରେ ଥିବା ଦେବେନ୍ଦ୍ର ଯାଦବ, ଗୁରିନ୍ଦର ସିଂ ଧିଲୋନଙ୍କ ପତ୍ନୀ ଏବଂ ପୁଅ ମଧ୍ୟ ଉପସ୍ଥିତ ଥିଲେ। ଫିରୋଜପୁର ଆସନରୁ ଗୁରିନ୍ଦରଙ୍କୁ କଂଗ୍ରେସରୁ ଟିକେଟ ମିଳିପାରେ ବୋଲି ଏବେ ଚର୍ଚ୍ଚା ହେଉଛି।  ପ୍ରକାଶଥାଉକି- ଗୁରିନ୍ଦର ସିଂ ଧିଲନ୍ ନିକଟରେ VRS ପାଇଁ ଆବେଦନ କରିଥିଲେ, ଯାହା ପଞ୍ଜାବ ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଥିଲା। ସେହି ଦିନଠାରୁ ସେ ଖୁବ ଶୀଘ୍ର ରାଜନୀତିରେ ପ୍ରବେଶ କରିବେ ବୋଲି କଳ୍ପନାଜଳ୍ପନା ଲାଗି ରହିଥିଲା।  VRS ର ମାତ୍ର ୬ ଦିନ ପରେ କଂଗ୍ରେସରେ ଯୋଗ ଦେଇଛନ୍ତି ଗୁରିନ୍ଦର।ଦଳର ସଦସ୍ୟତା ଗ୍ରହଣ କରିବା ପରେ ଗୁରୁନ୍ଦର ସିଂ ଧିଲନ୍ କଂଗ୍ରେସ ହାଇକମାଣ୍ଡକୁ ସ୍ୱାଗତ କରିବା ସହ କହିଛନ୍ତି ଯେ ନେତୃତ୍ୱ ତାଙ୍କୁ ଯାହା ଦାୟିତ୍ୱ, ସେ ତାକୁ ତୁଲାଇବେ। ରାହୁଲ ଗାନ୍ଧୀଙ୍କ ଆଦର୍ଶରେ ସେ ଅନୁପ୍ରାଣିତ ବୋଲି କହିଛନ୍ତି। ପଞ୍ଜାବର ପୂର୍ବତନ ଏଡିଜିପି ଗୁରିନ୍ଦର ସିଂ ଧିଲନ୍ 1997 ବ୍ୟାଚ୍‌ର ଆଇପିଏସ୍ ଅଧିକାରୀ। ସେ ଆତଙ୍କବାଦ ଏବଂ ପଞ୍ଜାବରେ ଅନେକ ଆଇନ୍ ଶୃଙ୍ଖଳା ପରିସ୍ଥିତିରେ କାର୍ଯ୍

କଂଗ୍ରେସରେ ଯୋଗଦେଲେ ADGP ପଦରୁ VRS ନେଇଥିବା ଗୁରିନ୍ଦର ସିଂ ଧିଲନ

ନୂଆଦିଲ୍ଲୀ: ପଞ୍ଜାବରେ ଲୋକସଭା ନିର୍ବାଚନର ଭୋଟ୍ ପୂର୍ବରୁ କଂଗ୍ରେସରେ ଯୋଗଦେଲେ ପୂର୍ବତନ ଆଇପିଏସ୍ ଅଧିକାରୀ ତଥା ପଞ୍ଜାବର ଏଡିଜିପି ଗୁରୁନ୍ଦର ସିଂ ଧିଲନ୍। ମଙ୍ଗଳବାର ସେ ନୂଆଦିଲ୍ଲୀରେ କଂଗ୍ରେସ ମୁଖ୍ୟାଳୟରେ ବରିଷ୍ଠ ଦଳର ନେତାଙ୍କ ଉପସ୍ଥିତିରେ କଂଗ୍ରେସର ସଦସ୍ୟତା ଗ୍ରହଣ କରିଥିଲେ। ତାଙ୍କ ସହିତ ରାଜ୍ୟ କଂଗ୍ରେସ ଦାୟିତ୍ୱରେ ଥିବା ଦେବେନ୍ଦ୍ର ଯାଦବ, ଗୁରିନ୍ଦର ସିଂ ଧିଲୋନଙ୍କ ପତ୍ନୀ ଏବଂ ପୁଅ ମଧ୍ୟ ଉପସ୍ଥିତ ଥିଲେ। ଫିରୋଜପୁର ଆସନରୁ ଗୁରିନ୍ଦରଙ୍କୁ କଂଗ୍ରେସରୁ ଟିକେଟ ମିଳିପାରେ ବୋଲି ଏବେ ଚର୍ଚ୍ଚା ହେଉଛି।  

ପ୍ରକାଶଥାଉକି- ଗୁରିନ୍ଦର ସିଂ ଧିଲନ୍ ନିକଟରେ VRS ପାଇଁ ଆବେଦନ କରିଥିଲେ, ଯାହା ପଞ୍ଜାବ ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଥିଲା। ସେହି ଦିନଠାରୁ ସେ ଖୁବ ଶୀଘ୍ର ରାଜନୀତିରେ ପ୍ରବେଶ କରିବେ ବୋଲି କଳ୍ପନାଜଳ୍ପନା ଲାଗି ରହିଥିଲା।  VRS ର ମାତ୍ର ୬ ଦିନ ପରେ କଂଗ୍ରେସରେ ଯୋଗ ଦେଇଛନ୍ତି ଗୁରିନ୍ଦର।

ଦଳର ସଦସ୍ୟତା ଗ୍ରହଣ କରିବା ପରେ ଗୁରୁନ୍ଦର ସିଂ ଧିଲନ୍ କଂଗ୍ରେସ ହାଇକମାଣ୍ଡକୁ ସ୍ୱାଗତ କରିବା ସହ କହିଛନ୍ତି ଯେ ନେତୃତ୍ୱ ତାଙ୍କୁ ଯାହା ଦାୟିତ୍ୱ, ସେ ତାକୁ ତୁଲାଇବେ। ରାହୁଲ ଗାନ୍ଧୀଙ୍କ ଆଦର୍ଶରେ ସେ ଅନୁପ୍ରାଣିତ ବୋଲି କହିଛନ୍ତି। ପଞ୍ଜାବର ପୂର୍ବତନ ଏଡିଜିପି ଗୁରିନ୍ଦର ସିଂ ଧିଲନ୍ 1997 ବ୍ୟାଚ୍‌ର ଆଇପିଏସ୍ ଅଧିକାରୀ। ସେ ଆତଙ୍କବାଦ ଏବଂ ପଞ୍ଜାବରେ ଅନେକ ଆଇନ୍ ଶୃଙ୍ଖଳା ପରିସ୍ଥିତିରେ କାର୍ଯ୍ୟ କରିଥିଲେ।