କଂଗ୍ରେସରେ ସାମିଲ ହେବେ ଭିନେଶ ଫୋଗଟ! ଭୁପେନ୍ଦ୍ର ସିଂ ହୁଡା କହିଲେ…
ନୂଆଦିଲ୍ଲୀ,୨୪।୮: ଭାରତୀୟ ମହିଳା ରେସଲର ଭିନେଶ ଫୋଗଟ କ୍ରମାଗତ ଭାବରେ ଖବରରେ ଅଛନ୍ତି। ପ୍ୟାରିସ ଅଲିମ୍ପିକ୍ସରେ ଫାଇନାଲ କୁସ୍ତି ମ୍ୟାଚ ପୂର୍ବରୁ ୧୦୦ ଗ୍ରାମ ଓଜନ ବୃଦ୍ଧି ହେତୁ ଭିନେଶଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଏହାପୂର୍ବରୁ ଭିନେଶ ତିନୋଟି ମ୍ୟାଚ ଜିତିଥିଲେ। ଭାରତ ଫେରିବା ପରେ ତାଙ୍କୁ ମଧ୍ୟ ସ୍ବାଗତ କରାଯାଇଥିଲା। ଶୁକ୍ରବାର ଭିନେଶ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଥିଲେ। ଏହା ପରେ ନିରନ୍ତର ଆଲୋଚନା ହେଉଛି ଯେ ଭିନେଶ କଂଗ୍ରେସରେ ଯୋଗଦେବାକୁ ଯାଉଛନ୍ତି। […] The post କଂଗ୍ରେସରେ ସାମିଲ ହେବେ ଭିନେଶ ଫୋଗଟ! ଭୁପେନ୍ଦ୍ର ସିଂ ହୁଡା କହିଲେ… appeared first on Dharitri Odia News.
ନୂଆଦିଲ୍ଲୀ,୨୪।୮: ଭାରତୀୟ ମହିଳା ରେସଲର ଭିନେଶ ଫୋଗଟ କ୍ରମାଗତ ଭାବରେ ଖବରରେ ଅଛନ୍ତି। ପ୍ୟାରିସ ଅଲିମ୍ପିକ୍ସରେ ଫାଇନାଲ କୁସ୍ତି ମ୍ୟାଚ ପୂର୍ବରୁ ୧୦୦ ଗ୍ରାମ ଓଜନ ବୃଦ୍ଧି ହେତୁ ଭିନେଶଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଏହାପୂର୍ବରୁ ଭିନେଶ ତିନୋଟି ମ୍ୟାଚ ଜିତିଥିଲେ। ଭାରତ ଫେରିବା ପରେ ତାଙ୍କୁ ମଧ୍ୟ ସ୍ବାଗତ କରାଯାଇଥିଲା।
ଶୁକ୍ରବାର ଭିନେଶ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଥିଲେ। ଏହା ପରେ ନିରନ୍ତର ଆଲୋଚନା ହେଉଛି ଯେ ଭିନେଶ କଂଗ୍ରେସରେ ଯୋଗଦେବାକୁ ଯାଉଛନ୍ତି। ଯାହା ଉପରେ ପୂର୍ବତନ ହରିୟାଣା ସିଏମ ଭୁପେନ୍ଦ୍ର ସିଂ ହୁଡାଙ୍କ ପ୍ରତିକ୍ରିୟା ଆସିଛି।
ଯେତେବେଳେ ଭୁପେନ୍ଦ୍ର ସିଂଙ୍କୁ ପଚରାଯାଇଥିଲା ଯେ ଭିନେଶ ଫୋଗଟ କଂଗ୍ରେସରେ ଯୋଗ ଦେଉଛନ୍ତି କି? ଯାହାପରେ ସେ କହିଛନ୍ତି, ଏହା ଏକ କଳ୍ପନିକ ପ୍ରଶ୍ନ। ଖେଳାଳିମାନେ କୌଣସି ଦଳର ନୁହଁନ୍ତି, ସେମାନେ ସମଗ୍ର ଦେଶର ଅଟନ୍ତି। ଯଦି କେହି ପାର୍ଟିରେ ଯୋଗ ଦିଅନ୍ତି, ତେବେ ଆମେ ତାଙ୍କୁ ସ୍ବାଗତ କରିବୁ। ଆସିବା ନ ଆସିବା ତାଙ୍କ ତାଙ୍କ ଇଚ୍ଛା। ସେ ଆମ ଦେଶର ଜଣେ ଖେଳାଳୀ, ତାଙ୍କୁ ପୂର୍ଣ୍ଣ ସମ୍ମାନ ଦିଆଯିବା ଉଚିତ୍।
କଂଗ୍ରେସ ନେତା ହୁଡା ଭିନେଶଙ୍କୁ ସ୍ବର୍ଣ୍ଣ ପଦକ ସମ୍ମାନ ଦେବାକୁ ଦାବି କରିଛନ୍ତି। ସେ କହିଛନ୍ତି, ମୁଁ ଏହା ପୂର୍ବରୁ କହିଥିଲି ଯେ ଭିନେଶଙ୍କୁ ସମାନ ସମ୍ମାନ ଦିଆଯିବା ଉଚିତ୍। ତାଙ୍କୁ ଏହି ସମ୍ମାନ ଦିଆଯାଇ ନାହିଁ।
The post କଂଗ୍ରେସରେ ସାମିଲ ହେବେ ଭିନେଶ ଫୋଗଟ! ଭୁପେନ୍ଦ୍ର ସିଂ ହୁଡା କହିଲେ… appeared first on Dharitri Odia News.