ରାଶିଫଳ: ବୁଧବାର, ଅକ୍ଟୋବର ୨ ତାରିଖ – Daily Horoscope

ମେଷ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ କିନ୍ତୁ ମାନସିକ ସ୍ତରରେ ବ୍ୟସ୍ତତା ଲାଗିରହିବ। ଈର୍ଷା ପରାୟଣ ବ୍ୟକ୍ତି ପ୍ରତିଷ୍ଠା ଓ ପ୍ରଶଂସାକୁ ସହି ନ ପାରି କଟୁ ମନ୍ତବ୍ୟ ଦେଇ ପାରନ୍ତି। ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ କିନ୍ତୁ ଏଥିପାଇଁ ବହୁତ କଷ୍ଟ ସ୍ବୀକାର କରିବାକୁ ପଡ଼ିପାରେ। ପଡ଼ୋଶୀଙ୍କ ସହାୟତାରେ ପାରିବାରିକ ତିକ୍ତତାର ସମାପ୍ତି ଘଟାଇପାରନ୍ତି। ବୃଷ ପାରିବାରିକ କ୍ଷେତ୍ରରେ ଭାରସାମ୍ୟ ରକ୍ଷା କରି ଚଳିବା କାରଣରୁ ସାଂସାରିକ ଜୀବନ ସୁଖମୟ ହୋଇପାରେ। ହଠାତ୍‌ […] The post ରାଶିଫଳ: ବୁଧବାର, ଅକ୍ଟୋବର ୨ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ବୁଧବାର, ଅକ୍ଟୋବର ୨ ତାରିଖ – Daily Horoscope
ମେଷ
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ କିନ୍ତୁ ମାନସିକ ସ୍ତରରେ ବ୍ୟସ୍ତତା ଲାଗିରହିବ। ଈର୍ଷା ପରାୟଣ ବ୍ୟକ୍ତି ପ୍ରତିଷ୍ଠା ଓ ପ୍ରଶଂସାକୁ ସହି ନ ପାରି କଟୁ ମନ୍ତବ୍ୟ ଦେଇ ପାରନ୍ତି। ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ କିନ୍ତୁ ଏଥିପାଇଁ ବହୁତ କଷ୍ଟ ସ୍ବୀକାର କରିବାକୁ ପଡ଼ିପାରେ। ପଡ଼ୋଶୀଙ୍କ ସହାୟତାରେ ପାରିବାରିକ ତିକ୍ତତାର ସମାପ୍ତି ଘଟାଇପାରନ୍ତି।
ବୃଷ
ବୃଷ
ପାରିବାରିକ କ୍ଷେତ୍ରରେ ଭାରସାମ୍ୟ ରକ୍ଷା କରି ଚଳିବା କାରଣରୁ ସାଂସାରିକ ଜୀବନ ସୁଖମୟ ହୋଇପାରେ। ହଠାତ୍‌ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ। ବହୁତ ଦିନରୁ ହୃତ୍‌ ସମ୍ପର୍କ ପୁନଃ ବନ୍ଧୁଙ୍କ ମଧ୍ୟସ୍ଥତାରେ ପ୍ରତିଷ୍ଠିତ ହେବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାଧାରଣ ବଚସାରୁ ମନୋମାଳିନ୍ୟ ଘଟିପାରେ।
ମିଥୁନ
ମିଥୁନ
ଶାରୀରିକ ଅବସ୍ଥାରେ ଉନ୍ନତି କାରଣରୁ ମାନସିକ ଆଶ୍ୱସ୍ତି ଲଭିବେ। ଘରର ବରାଦି ଅନୁସାରେ ଆଜିର ଫେରନ୍ତା ସମୟରେ ସୌଖୀନ ଦ୍ରବ୍ୟ କ୍ରୟକରି ପାରନ୍ତି। ପରିବାରର ସମର୍ଥନ ଲାଭ କରି ଅଭିଳଷିତ କାମକୁ ଅଗ୍ରଗାମୀ କରାଇପାରିବେ। କ୍ରୀଡ଼ା, ଚଳଚିତ୍ର ଓ ସଙ୍ଗୀତାଦି କ୍ଷେତ୍ରରୁ ସୁନାମ ଅର୍ଜନ କରିବାର ସୁଯୋଗ ରହିଛି।
କର୍କଟ
କର୍କଟ
ବନ୍ଧୁଙ୍କ ସହାୟତାରେ ଅଟକି ରହିଥିବା କାମ ଗୁଡ଼ିକ ତ୍ୱରାନ୍ବିତ ହୋଇପାରିବ। ସାମାଜିକ ସ୍ତରରେ ଦୂରଦର୍ଶିତା ଅଭାବରୁ ସଙ୍ଗଦୋଷଜନିତ ସମାଲୋଚିତ ହୋଇପାରନ୍ତି। ସକାଳ ସମୟଟି ପ୍ରାୟତଃ ଭଲ ରହିବ ଓ ଆର୍ଥିକ ଦିଗରୁ ଉପକୃତ ହେବେ। କୌଣସି ସ୍ଥଗିତ କାମପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିପାରେ।
ସି˚ହ
ସି˚ହ
ଧୈର୍ଯ୍ୟର ସହ ସମସ୍ୟାର ମୁକାବିଲା କରିପାରିଲେ ଯାହା ଚିନ୍ତା କରୁଛନ୍ତି ତାହା ପାଇବେ। ଜମିଜମା କ୍ରୟବିକ୍ରୟ କଥା ଅଗ୍ରଗତି କରିଥିଲେ ଅବହେଳା ଯୋଗୁ ତାହା ହାତଛଡ଼ା ହୋଇପାରେ। ସାମାଜିକ ସ୍ତରରେ ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ। କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇ ଖୁସି ହେବେ।
କନ୍ୟା
ଆଜି ନକାରାତ୍ମକ ଚିନ୍ତାଧାରା ମନକୁ ବେଶି ବିବ୍ରତ କରିପାରିବ ନାହିଁ। ଆର୍ଥିକ ଅନଟନ ଯୋଗୁ କାମଗୁଡ଼ିକ ସାମୟିକ ବାଧାପ୍ରାପ୍ତ ହୋଇପାରେ। ଆତ୍ମୀୟସ୍ବଜନମାନେ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ। କର୍ମକ୍ଷେତ୍ରରେ ଫାଇଲ୍‌ କାମ ବୃଦ୍ଧି ପାଇବା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ।
ତୁଳା
ତୁଳା
ନିଜ ଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିବେ, ଏଣୁ ସତର୍କ ରହିବା ଭଲ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ। ପରିବାରରେ ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଭ୍ରମଣ ସୁଯୋଗ ଲାଭ କରିବା ସହିତ ଅଭିଳଷିତ ଜିନିଷ ପାଇପାରିବେ।
ବିଛା
ବିଛା
ନିଜ ଉପରେ ନ୍ୟସ୍ତ ଥିବା କାର୍ଯ୍ୟକୁ ଏକାଗ୍ରତାର ସହ ତୁଲାଇ ପ୍ରଶଂସା ପାଇବେ। ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ସହ ବୁଦ୍ଧିଜୀବୀଙ୍କ ଦ୍ୱାରା ପ୍ରଶଂସିତ ହେବେ। ନିର୍ମାଣାଧୀନ କାମରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ। ଆର୍ଥିକ ସ୍ଥିତି ଭଲ ରହିଥିଲେ ମଧ୍ୟ କେତେକ କାରଣକୁ ନେଇ ଅନୁରାଧାର ମାନସିକ ସ୍ଥିତି ଭଲ ରହି ନ ପାରେ।
ଧନୁ
ଧନୁ
ବନ୍ଧୁମାନେ ନିଜର ଫାଇଦା ହାସଲ ପାଇଁ ଫନ୍ଦିଫିକର କରିବା ଲାଗି ମନ ବଳାଇବେ। ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡ଼ିପାରନ୍ତି। ସାଧାରଣ କଥାକୁ କେନ୍ଦ୍ରକରି ଗୃହରେ କଳହ ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ଲାଭକରି ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ।
ମକର
ମକର
ନିଃସହାୟ ଲୋକଙ୍କୁ ସାହାଯ୍ୟ କରି ଆମତ୍ସନ୍ତୋଷ ଲାଭ କରିବେ। ପରିବାରରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ କିନ୍ତୁ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। କାର୍ଯ୍ୟଦକ୍ଷତା ଓ ସମୟାନୁବର୍ତ୍ତିତା କାରଣରୁ ଚାକିରିରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ।
କୁମ୍ଭ
କୁମ୍ଭ
କୌଣସି ସନ୍ଦେହଜନକ ସ୍ଥିତିରେ ନୀରବତା ଅବଲମ୍ବନ କରି କଥାର ସତ୍ୟତାକୁ ଉପଲବ୍‌ଧି କରିବେ। ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବେ ଓ ବିଜୟୀ ମଧ୍ୟ ହେବେ। କ୍ରନିକ୍‌ ରୋଗପୀଡ଼ା କାରଣରୁ ବାରମ୍ବାର ଡାକ୍ତରଙ୍କ ପରାମର୍ଶ ପାଇଁ ଦୌଡ଼ିବାକୁ ପଡ଼ିପାରେ। ଆଗାମୀ ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିପାରନ୍ତି।
ମୀନମୀନ

ବନ୍ଧୁଙ୍କୁ ନ୍ୟାୟୋଚିତ ପରାମର୍ଶ ଏବଂ ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଆଜିର ପ୍ରତ୍ୟୁଷ ଯାତ୍ରାରୁ ସୁଫଳ ପାଇବେ ଏବଂ ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ। ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ। ସାଂସ୍କୃତିକ କାର୍ଯ୍ୟକ୍ରମରେ କିମ୍ବା ପ୍ରତିଯୋଗିତାରେ ଭାଗନେଲେ ସଫଳତା ପାଇବା ସହ ପ୍ରଶଂସିତ ହେବେ।

The post ରାଶିଫଳ: ବୁଧବାର, ଅକ୍ଟୋବର ୨ ତାରିଖ – Daily Horoscope appeared first on Dharitri Odia News.