କଂଗ୍ରେସରେ ସାମିଲ ହେଲେ ଭିନେଶ ଫୋଗାଟ, ବଜରଙ୍ଗ ପୁନିଆ
ନୂଆଦିଲ୍ଲୀ,୬।୯: ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ରେସଲର ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସରେ ଯୋଗ ଦେଇଛନ୍ତି। ଉଭୟ କଂଗ୍ରେସ ଟିକେଟରେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ବିଶ୍ୱାସ ରହିଛି। ଏହି ଅବସରରେ ଭିନେଶ ଫୋଗାଟ କହିଛନ୍ତି ଯେ ଯେତେବେଳେ ଭାଜପା ଆମକୁ ରାସ୍ତାରେ ଟାଣି ଟାଣି ନେଉଥିଲା, ସେତେବେଳେ ସମସ୍ତ ବିରୋଧୀ ଦଳ ଆମ ସହିତ ଛିଡ଼ା ହୋଇଥିଲେ। ଭିନେଶ କହିଛନ୍ତି, ଆଜି ମୁଁ ଦେଶର ସେବା କରିବାର ସଂକଳ୍ପ ନେଇ କଂଗ୍ରେସରେ […] The post କଂଗ୍ରେସରେ ସାମିଲ ହେଲେ ଭିନେଶ ଫୋଗାଟ, ବଜରଙ୍ଗ ପୁନିଆ appeared first on Dharitri Odia News.
ନୂଆଦିଲ୍ଲୀ,୬।୯: ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ରେସଲର ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସରେ ଯୋଗ ଦେଇଛନ୍ତି। ଉଭୟ କଂଗ୍ରେସ ଟିକେଟରେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ବିଶ୍ୱାସ ରହିଛି। ଏହି ଅବସରରେ ଭିନେଶ ଫୋଗାଟ କହିଛନ୍ତି ଯେ ଯେତେବେଳେ ଭାଜପା ଆମକୁ ରାସ୍ତାରେ ଟାଣି ଟାଣି ନେଉଥିଲା, ସେତେବେଳେ ସମସ୍ତ ବିରୋଧୀ ଦଳ ଆମ ସହିତ ଛିଡ଼ା ହୋଇଥିଲେ।
ଭିନେଶ କହିଛନ୍ତି, ଆଜି ମୁଁ ଦେଶର ସେବା କରିବାର ସଂକଳ୍ପ ନେଇ କଂଗ୍ରେସରେ ଯୋଗ ଦେଉଛି। ଯାହା ଆମ ହାତରେ ଅଛି, ଆମେ ଆମ ଲୋକଙ୍କ ପାଇଁ ଭଲ କରିବୁ। ସେ କହିଛନ୍ତି ଯେ ଯେତେବେଳେ ଆମେ ଜନ୍ତର ମନ୍ତରରେ ବିରୋଧ କରୁଥିଲୁ, ଭାଜପା ଆମକୁ ଅଦରକାରୀ ବୋଲି ବିବେଚନା କରିଥିଲା । ଏହାକୁ ପ୍ରମାଣ କରିବାକୁ ଭାଜପା ଆଇଟି ସେଲ କ୍ରମାଗତ ଭାବରେ ଚେଷ୍ଟା କରୁଥିଲା। କିନ୍ତୁ ଆମେ ଅଲିମ୍ପିକ୍ସରେ ନିଜକୁ ପ୍ରମାଣିତ କରିଥିଲୁ ।
The post କଂଗ୍ରେସରେ ସାମିଲ ହେଲେ ଭିନେଶ ଫୋଗାଟ, ବଜରଙ୍ଗ ପୁନିଆ appeared first on Dharitri Odia News.