କୋଲକାତା ବଳାତ୍କାର ହତ୍ୟା ଘଟଣା ନେଲା ନୂଆ ମୋଡ, ଜେଲ ଗାର୍ଡଙ୍କୁ ନୂଆ କାହାଣୀ କହିଲେ ସଞ୍ଜୟ
କୋଲକାତା,୨୫।୮: କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କର ରବିବାର ସମ୍ପୂର୍ଣ୍ଣ ପଲିଗ୍ରାଫ ଟେଷ୍ଟ କରାଯିବ। ଲାଇ ଡିଟେକ୍ଟର ଟେଷ୍ଟ ପୂର୍ବରୁ ଅଭିଯୁକ୍ତ ଏହି ଜଘନ୍ୟ ହତ୍ୟାକାଣ୍ଡର ସ୍ବୀକାରକୁ ପ୍ରତ୍ୟାହାର କରିନେଇଛନ୍ତି ଏବଂ ସେ ନିର୍ଦ୍ଦୋଷ ବୋଲି କହିଥିଲେ। ସୂଚନାଯୋଗ୍ୟ, ସଞ୍ଜୟ ରୟଙ୍କ ପଲିଗ୍ରାଫ ଟେଷ୍ଟ ପୂର୍ବରୁ ଶନିବାର (୨୪ ଅଗଷ୍ଟ) ରେ କରାଯାଇଥିଲା, କିନ୍ତୁ କିଛି ବୈଷୟିକ ଏବଂ […] The post କୋଲକାତା ବଳାତ୍କାର ହତ୍ୟା ଘଟଣା ନେଲା ନୂଆ ମୋଡ, ଜେଲ ଗାର୍ଡଙ୍କୁ ନୂଆ କାହାଣୀ କହିଲେ ସଞ୍ଜୟ appeared first on Dharitri Odia News.
କୋଲକାତା,୨୫।୮: କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କର ରବିବାର ସମ୍ପୂର୍ଣ୍ଣ ପଲିଗ୍ରାଫ ଟେଷ୍ଟ କରାଯିବ। ଲାଇ ଡିଟେକ୍ଟର ଟେଷ୍ଟ ପୂର୍ବରୁ ଅଭିଯୁକ୍ତ ଏହି ଜଘନ୍ୟ ହତ୍ୟାକାଣ୍ଡର ସ୍ବୀକାରକୁ ପ୍ରତ୍ୟାହାର କରିନେଇଛନ୍ତି ଏବଂ ସେ ନିର୍ଦ୍ଦୋଷ ବୋଲି କହିଥିଲେ। ସୂଚନାଯୋଗ୍ୟ, ସଞ୍ଜୟ ରୟଙ୍କ ପଲିଗ୍ରାଫ ଟେଷ୍ଟ ପୂର୍ବରୁ ଶନିବାର (୨୪ ଅଗଷ୍ଟ) ରେ କରାଯାଇଥିଲା, କିନ୍ତୁ କିଛି ବୈଷୟିକ ଏବଂ ଜେଲ ପ୍ରଶାସନର କିଛି ବ୍ୟବସ୍ଥା ଯୋଗୁଁ ପଲିଗ୍ରାଫ ଟେଷ୍ଟ ହୋଇପାରିଲା ନାହିଁ। ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଏବଂ ଅନ୍ୟ ଚାରିଜଣ ଡାକ୍ତରଙ୍କ ସମେତ ୬ଜଣଙ୍କ ଉପରେ ଲାଇ ଡିଟେକ୍ଟର ଟେଷ୍ଟ କରାଯାଇଥିଲା।
ଏହି ମାମଲା ସହ ପରିଚିତ ଜେଲ ଅଧିକାରୀଙ୍କ ଏକ ସୂତ୍ରର ରିପୋର୍ଟ ଅନୁଯାୟୀ, ସଞ୍ଜ ରୟ ଜେଲର ସୁରକ୍ଷାକର୍ମୀଙ୍କୁ କହିଛନ୍ତି କି ବଳାତ୍କାର ଓ ହତ୍ୟା ସମ୍ପର୍କରେ ସେ କିଛି ଜାଣନ୍ତି ନାହିଁ। ଶୁକ୍ରବାର ସେ ସିୟଲଦାସ୍ଥିତ ଅତିରିକ୍ତ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ (ଏସିଜେଏମ) କୋର୍ଟରେ ସମାନ ଦାବି କରିଛନ୍ତି। ସେ ବିଚାରପତିଙ୍କୁ କହିଥିଲେ ଯେ ସେ ନିଜର ନିର୍ଦ୍ଦୋଷତା ପ୍ରମାଣ କରିବାକୁ ଏକ ଶୁଣାଣିରେ ସହମତି ପ୍ରକାଶ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ସେ ଏହି ମାମଲା ବିଷୟରେ କିଛି ଜାଣି ନାହାଁନ୍ତି। ଏଥିସହ କୋଲକାତା ପୋଲିସର ସୂଚନାନୁସାରେ, ସଞ୍ଜୟ ରୟ ସରକାରୀ ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ସେମିନାର ହଲ ଭିତରେ ୩୧ବର୍ଷ ବୟସ୍କା ଟ୍ରେନି ଡାକ୍ତରାଣୀଙ୍କୁ ବଳାତ୍କାର ଓ ହତ୍ୟା କରିଥିବା ସ୍ବୀକାର କରିଛନ୍ତି।
The post କୋଲକାତା ବଳାତ୍କାର ହତ୍ୟା ଘଟଣା ନେଲା ନୂଆ ମୋଡ, ଜେଲ ଗାର୍ଡଙ୍କୁ ନୂଆ କାହାଣୀ କହିଲେ ସଞ୍ଜୟ appeared first on Dharitri Odia News.