କଙ୍ଗନାଙ୍କ ବିବାଦୀୟ ମନ୍ତବ୍ୟରୁ ନିଜକୁ ପୃଥକ କଲା ବିଜେପି, ଜାଣନ୍ତୁ କହିଲା କ’ଣ?
ନୂଆଦିଲ୍ଲୀ : ବିଜେପି ସୋମବାର ଏକ ବୟାନ ଜାରି କରି କଙ୍ଗନା ରଣାୱତଙ୍କ ବାଂଲାଦେଶ ଅଶାନ୍ତିକୁ ୨୦୨୦ କୃଷକ ଆନ୍ଦୋଳନ ସହ ସଂଯୁକ୍ତ କରୁଥିବା ବୟାନକୁ ନେଇ ଏକ ମନ୍ତବ୍ୟ ଦେଇଛି। ଏଥିରେ ବିଜେପି କହିଛି ଯେ ୨୦୨୦ ଭାରତ କୃଷକ ଆନ୍ଦୋଳନକୁ ନେଇ ରଣାୱତ ଯାହା କହିଛନ୍ତି ସେଥିରେ ଦଳ ସହମତ ନୁହେଁ। ପାର୍ଟି କହିଛି ଯେ କୌଣସି ନୀତିଗତ ପ୍ରସଙ୍ଗରେ କହିବାକୁ କଙ୍ଗନା ଦଳ ଲାଗି ଅଧିକୃତ ନୁହନ୍ତି। ଏଣୁ ଏପରି ବୟାନବଜୀ କରିବା ତାଙ୍କ ଅଧିକାର ବାହାରେ। ବୟାନରେ କୁହାଯାଇଛି ଯେ ଚାଷୀଙ୍କ ବିକ୍ଷୋଭକୁ ନେଇ କଙ୍ଗନା ଦେଇଥିବା ବୟାନ ଏହି ମାମଲାରେ ପାର୍ଟିର ରାୟ ଅନୁରୂପ ନୁହେଁ। ପାର୍ଟି ସୁଶ୍ରୀ କଙ୍ଗନାଙ୍କ ମନ୍ତବ୍ୟରେ ଅସହମତ। ଏହା ଛଡା ପାର୍ଟି କହିଛି ଯେ ଭବିଷ୍ୟତରେ ସେ ଯେମିତି ଏପରି କୌଣସି ବୟାନ ନ ଦିଅନ୍ତି ସେଥି ପାଇଁ ମଧ୍ୟ ତାଙ୍କୁ ଚେତାଇ ଦିଆଯାଇଛି। ଏଣୁ ସେ ଭବିଷ୍ୟତରେ ଏପରି ବୟାନବାଜୀରୁ ନିଜକୁ କ୍ଷାନ୍ତ ରଖିବେ ବୋଲି ପାର୍ଟି ଆଶା କରୁଥିବା ବୟାନରେ କହିଛି। ମଣ୍ଡି ବିଜେପି ସାଂସଦ କଙ୍ଗନା ରଣାୱତ ଏକ ସାକ୍ଷାତକାରରେ ଦାବି କରିଥିଲେ ଯେ ଭାରତରେ ୨୦୨୦ ଚାଷୀ ଆନ୍ଦୋଳନ କାଳରେ ବାଂଲାଦେଶ ଭଳି ଅରାଜକତା ହୋଇପାରିଥାନ୍ତା। ‘ଚାଷୀଙ୍କ ବିରୋଧ ନାମରେ ବାଂଲାଦେଶ ଭଳି ଅରାଜକତା ଭାରତରେ ବି ହୋଇପାରିଥାନ୍ତା’। କଙ୍ଗନା ରବିବାର ଏକ ପୋଷ୍ଟକୁ ରିଟ୍ୱିଟ୍ କରିଥିଲେ। ଏଥିରେ ସାକ୍ଷାତକାରରେ ତାଙ୍କ ମନ୍ତବ୍ୟକୁ ହାଇଲାଇଟ୍ କରାଯାଇଥିଲା। ଏ
ନୂଆଦିଲ୍ଲୀ : ବିଜେପି ସୋମବାର ଏକ ବୟାନ ଜାରି କରି କଙ୍ଗନା ରଣାୱତଙ୍କ ବାଂଲାଦେଶ ଅଶାନ୍ତିକୁ ୨୦୨୦ କୃଷକ ଆନ୍ଦୋଳନ ସହ ସଂଯୁକ୍ତ କରୁଥିବା ବୟାନକୁ ନେଇ ଏକ ମନ୍ତବ୍ୟ ଦେଇଛି। ଏଥିରେ ବିଜେପି କହିଛି ଯେ ୨୦୨୦ ଭାରତ କୃଷକ ଆନ୍ଦୋଳନକୁ ନେଇ ରଣାୱତ ଯାହା କହିଛନ୍ତି ସେଥିରେ ଦଳ ସହମତ ନୁହେଁ। ପାର୍ଟି କହିଛି ଯେ କୌଣସି ନୀତିଗତ ପ୍ରସଙ୍ଗରେ କହିବାକୁ କଙ୍ଗନା ଦଳ ଲାଗି ଅଧିକୃତ ନୁହନ୍ତି। ଏଣୁ ଏପରି ବୟାନବଜୀ କରିବା ତାଙ୍କ ଅଧିକାର ବାହାରେ।
ବୟାନରେ କୁହାଯାଇଛି ଯେ ଚାଷୀଙ୍କ ବିକ୍ଷୋଭକୁ ନେଇ କଙ୍ଗନା ଦେଇଥିବା ବୟାନ ଏହି ମାମଲାରେ ପାର୍ଟିର ରାୟ ଅନୁରୂପ ନୁହେଁ। ପାର୍ଟି ସୁଶ୍ରୀ କଙ୍ଗନାଙ୍କ ମନ୍ତବ୍ୟରେ ଅସହମତ। ଏହା ଛଡା ପାର୍ଟି କହିଛି ଯେ ଭବିଷ୍ୟତରେ ସେ ଯେମିତି ଏପରି କୌଣସି ବୟାନ ନ ଦିଅନ୍ତି ସେଥି ପାଇଁ ମଧ୍ୟ ତାଙ୍କୁ ଚେତାଇ ଦିଆଯାଇଛି। ଏଣୁ ସେ ଭବିଷ୍ୟତରେ ଏପରି ବୟାନବାଜୀରୁ ନିଜକୁ କ୍ଷାନ୍ତ ରଖିବେ ବୋଲି ପାର୍ଟି ଆଶା କରୁଥିବା ବୟାନରେ କହିଛି।
ମଣ୍ଡି ବିଜେପି ସାଂସଦ କଙ୍ଗନା ରଣାୱତ ଏକ ସାକ୍ଷାତକାରରେ ଦାବି କରିଥିଲେ ଯେ ଭାରତରେ ୨୦୨୦ ଚାଷୀ ଆନ୍ଦୋଳନ କାଳରେ ବାଂଲାଦେଶ ଭଳି ଅରାଜକତା ହୋଇପାରିଥାନ୍ତା। ‘ଚାଷୀଙ୍କ ବିରୋଧ ନାମରେ ବାଂଲାଦେଶ ଭଳି ଅରାଜକତା ଭାରତରେ ବି ହୋଇପାରିଥାନ୍ତା’। କଙ୍ଗନା ରବିବାର ଏକ ପୋଷ୍ଟକୁ ରିଟ୍ୱିଟ୍ କରିଥିଲେ। ଏଥିରେ ସାକ୍ଷାତକାରରେ ତାଙ୍କ ମନ୍ତବ୍ୟକୁ ହାଇଲାଇଟ୍ କରାଯାଇଥିଲା। ଏଣୁ ତାଙ୍କ ପାର୍ଟି ସୋମବାର ଏ ବାବଦେ ନିଜ ପକ୍ଷ ସ୍ପଷ୍ଟ କରିଛି।