କଙ୍ଗନାଙ୍କ ବୟାନକୁ ଏବେ ବିରୋଧ କଲେ ରାହୁଲ ଗାନ୍ଧି, ଜାଣନ୍ତୁ କହିଲେ କ’ଣ?
ନୂଆଦିଲ୍ଲୀ: ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାୱତଙ୍କ ବୟାନକୁ ନେଇ ଏବେ ରାଜନୈତିକ ବିବାଦ ଉଗ୍ର ରୂପ ନେଇଛି। କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ନେତାମାନେ ଚାଷୀ ଆନ୍ଦୋଳନକୁ ନେଇ କଙ୍ଗନା ଦେଇଥିବା ବୟାନକୁ ବିରୋଧ କରିଛନ୍ତି। ଏବେ ସଂସଦରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ମଧ୍ୟ ବୟାନକୁ ବିରୋଧ କରିଛନ୍ତି। ରାହୁଲ କଂଗ୍ରେସ ସାଂସଦଙ୍କ ବୟାନକୁ ଲଜ୍ଜାଜନକ ଓ ଚାଷୀ ବିରୋଧୀ ବୋଲି କହିଛନ୍ତି। ଏ ନେଇ ରାହୁଲ ଗାନ୍ଧି ସୋସିଆଲ ମିଡିଆ ଏକ୍ସ ରେ ଏକ ପୋଷ୍ଟ କରିଥିବା ବେଳେ ସରକାରଙ୍କ ଅପପ୍ରଚାରତନ୍ତ୍ର ଲଗାତାର ଚାଷୀଙ୍କ ଅପମାନ କରିବାରେ ଲାଗିଥିବା ଉଲ୍ଲେଖ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି ତ ସରକାର ପୂରଣ କରି ପାରୁନାହାନ୍ତି କିନ୍ତୁ ସେମାନଙ୍କୁ ଅପମାନିତ କରିବାକୁ ବି ଭୁଲୁ ନାହାନ୍ତି। ୩୭୮ ଦିନ ଧରି ଚାଲିଥିବା ସଂଘର୍ଷରେ ୭୦୦ ସାଥୀଙ୍କ ବଳିଦାନ ଦେଇଥିବା ଚାଷୀଙ୍କୁ ବିଜେପି ସାଂସଦ ଦୁଷ୍କର୍ମକାରୀ ଓ ବିଦେଶୀ ଶକ୍ତିଙ୍କ ଦାସ ବୋଲି କହିଛନ୍ତି। ଏହା ବିଜେପିର ଚାଷୀ ବିରୋଧୀ ନୀତି ଓ ନିୟତର ଆଉ ଏକ ପ୍ରମାଣ। किसानों से किए वादों को पूरा करने में नाकाम मोदी सरकार का दुष्प्रचार तंत्र लगातार किसानों का अपमान करने में जुटा हुआ है।378 दिन चले मैराथन संघर्ष के दौरान 700 साथियों का बलिदान देने वाले किसानों को भाजपा सांसद द्वारा ब
ନୂଆଦିଲ୍ଲୀ: ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାୱତଙ୍କ ବୟାନକୁ ନେଇ ଏବେ ରାଜନୈତିକ ବିବାଦ ଉଗ୍ର ରୂପ ନେଇଛି। କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ନେତାମାନେ ଚାଷୀ ଆନ୍ଦୋଳନକୁ ନେଇ କଙ୍ଗନା ଦେଇଥିବା ବୟାନକୁ ବିରୋଧ କରିଛନ୍ତି। ଏବେ ସଂସଦରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ମଧ୍ୟ ବୟାନକୁ ବିରୋଧ କରିଛନ୍ତି। ରାହୁଲ କଂଗ୍ରେସ ସାଂସଦଙ୍କ ବୟାନକୁ ଲଜ୍ଜାଜନକ ଓ ଚାଷୀ ବିରୋଧୀ ବୋଲି କହିଛନ୍ତି।
ଏ ନେଇ ରାହୁଲ ଗାନ୍ଧି ସୋସିଆଲ ମିଡିଆ ଏକ୍ସ ରେ ଏକ ପୋଷ୍ଟ କରିଥିବା ବେଳେ ସରକାରଙ୍କ ଅପପ୍ରଚାରତନ୍ତ୍ର ଲଗାତାର ଚାଷୀଙ୍କ ଅପମାନ କରିବାରେ ଲାଗିଥିବା ଉଲ୍ଲେଖ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି ତ ସରକାର ପୂରଣ କରି ପାରୁନାହାନ୍ତି କିନ୍ତୁ ସେମାନଙ୍କୁ ଅପମାନିତ କରିବାକୁ ବି ଭୁଲୁ ନାହାନ୍ତି। ୩୭୮ ଦିନ ଧରି ଚାଲିଥିବା ସଂଘର୍ଷରେ ୭୦୦ ସାଥୀଙ୍କ ବଳିଦାନ ଦେଇଥିବା ଚାଷୀଙ୍କୁ ବିଜେପି ସାଂସଦ ଦୁଷ୍କର୍ମକାରୀ ଓ ବିଦେଶୀ ଶକ୍ତିଙ୍କ ଦାସ ବୋଲି କହିଛନ୍ତି। ଏହା ବିଜେପିର ଚାଷୀ ବିରୋଧୀ ନୀତି ଓ ନିୟତର ଆଉ ଏକ ପ୍ରମାଣ।
किसानों से किए वादों को पूरा करने में नाकाम मोदी सरकार का दुष्प्रचार तंत्र लगातार किसानों का अपमान करने में जुटा हुआ है।
378 दिन चले मैराथन संघर्ष के दौरान 700 साथियों का बलिदान देने वाले किसानों को भाजपा सांसद द्वारा बलात्कारी और विदेशी ताकतों का नुमाइंदा कहना भाजपा की किसान…— Rahul Gandhi (@RahulGandhi) August 26, 2024
ରାହୁଲ ବିଜେପି ସାଂସଦଙ୍କ ବୟାନକୁ ଲଜ୍ଜାଜନକ କହିଥିବା ବେଳେ ସେ ଏପରି କହି ପଶ୍ଚିମ ଉତ୍ତରପ୍ରଦେଶ, ହରିୟାଣା, ପଞ୍ଜାବ ସମେତ ପୁରା ଦେଶର ଚାଷୀଙ୍କ ଘୋର ଅପମାନ କରିଥିବା କହିଛନ୍ତି। ଏହାକୁ କୌଣସି ରୂପେ ସ୍ୱୀକାର କରାଯାଇ ପାରିବନି ବୋଲି ରାହୁଲ କହିଛନ୍ତି। ଚାଷୀ ଆନ୍ଦୋଳନ କାଳରେ ଗଠିତ ହୋଇଥିବା ସରକାରୀ କମିଟି ଆଜିବି ଥଣ୍ଡା ବସ୍ତାରେ ବନ୍ଧା ହୋଇ ରହିଥିବା ରାହୁଲ ଉଲ୍ଲେଖ କରିଛନ୍ତି। ସରକାର ଚାଷୀଙ୍କ ଦାବି ଏମଏସପିକୁ ନେଇ ଏପର୍ଯ୍ୟନ୍ତ ନିଜ ନୀତି ସ୍ପଷ୍ଟ କରିପାରିଲେନି। ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା ଚାଷୀଙ୍କୁ କୌଣସି ପ୍ରକାର ସରକାରୀ ସହାୟତା ମଧ୍ୟ ଦିଆଯାଇନି। ବଦଳରେ ସେମାନଙ୍କ ଚରିତ୍ର ହନନ କରାଯାଉଛି ବୋଲି ରାହୁଲ କହିଛନ୍ତି।
ଚାଷୀଙ୍କ ପ୍ରତି ଏପରି ଅନାଦର, ସେମାନଙ୍କ ମାନସମ୍ମାନ ଉପରେ ଆକ୍ରମଣ କରି ସେମାନଙ୍କ ସହ କରାଯାଇଥିବା ସରକାରୀ ଧୋକାକୁ ଲୁଚା ଯାଇ ପାରିବନି। ବିଜେପି ଯେତେବି ଷଡ଼ଯନ୍ତ୍ର କରୁ ଇଣ୍ଡିଆ ମେଣ୍ଟ ଚାଷୀଙ୍କୁ ସେମାନଙ୍କ ଏମଏସପିର ଆଇନଗତ ଗ୍ୟାରେଣ୍ଟି ଦେବ ହିଁ ଦେବ ବୋଲି ରାହୁଲ କହିଛନ୍ତି। ତେବେ ରାହୁଲଙ୍କ ବୟାନ ପୂର୍ବରୁ ରାଜ୍ୟସଭା ସାଂସଦ ଇମ୍ରାନ ପ୍ରତାପଗଡି ମଧ୍ୟ ବିଜେପି ସାଂସଦଙ୍କ ବୟାନ ଉପରେ ପାଲଟା ଆକ୍ରମଣ କରିଥିଲେ। କହିଥିଲେ କଙ୍ଗନା ଦେଶର ଚାଷୀଙ୍କୁ ଅପମାନ କରିଛନ୍ତି ଓ ବାରମ୍ବାର ଅପମାନ କରୁଛନ୍ତି।