ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ: ସୈତାନ ବାପା ଘଟାଇଲା ପ୍ରଥମ ସ୍ତ୍ରୀର ପୁଅ ସହ ନାରକୀୟ କାଣ୍ଡ
ବାଲିଗୁଡା: ବାପାର ବର୍ବର କାଣ୍ଡ । ହରାଇ ବସିଲା ହିତାହିତ ଜ୍ଞାନ । ଭୁଲିଗଲା ରକ୍ତ ସମ୍ପର୍କ ସାଜିଲା ସୈତାନ । ଜନ୍ମ କଲା ପୁଅକୁ ହତ୍ୟା କଲା ପିଶାଚ ବାପା । ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ । ହଁ ଆଜ୍ଞା ସୈତାନ ବାପାର ନାରକୀୟ କାଣ୍ଡ । ପ୍ରଥମ ସ୍ତ୍ରୀର ପୁଅକୁ ହତ୍ୟା କଲା ନୃଶଂସ ବାପା । ସମ୍ପର୍କରେ ତିକ୍ତତା ନେଇ ନିଜ ଜନ୍ମ କଲା ନାବାଳକ ପୁଅକୁ ପଥରରେ ଛେଚି ଅତି […] The post ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ: ସୈତାନ ବାପା ଘଟାଇଲା ପ୍ରଥମ ସ୍ତ୍ରୀର ପୁଅ ସହ ନାରକୀୟ କାଣ୍ଡ appeared first on KNews Odisha.

ବାଲିଗୁଡା: ବାପାର ବର୍ବର କାଣ୍ଡ । ହରାଇ ବସିଲା ହିତାହିତ ଜ୍ଞାନ । ଭୁଲିଗଲା ରକ୍ତ ସମ୍ପର୍କ ସାଜିଲା ସୈତାନ । ଜନ୍ମ କଲା ପୁଅକୁ ହତ୍ୟା କଲା ପିଶାଚ ବାପା । ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ । ହଁ ଆଜ୍ଞା ସୈତାନ ବାପାର ନାରକୀୟ କାଣ୍ଡ । ପ୍ରଥମ ସ୍ତ୍ରୀର ପୁଅକୁ ହତ୍ୟା କଲା ନୃଶଂସ ବାପା । ସମ୍ପର୍କରେ ତିକ୍ତତା ନେଇ ନିଜ ଜନ୍ମ କଲା ନାବାଳକ ପୁଅକୁ ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା କଲା ବାପା । କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ଅନ୍ତର୍ଗତ ଜିରିଡିକିଆ ପଂଚାୟତର ଗସାଗୁଡା ଗାଁରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
କଥାରେ ଅଛି ପିତା ଧର୍ମ ପିତା ସ୍ଵର୍ଗ ପିତା ହିଁ ପରମ ତପ, ପିତରି ପ୍ରତିମା ପ୍ରନେ ପ୍ରିୟନ୍ତେ ସର୍ବ ଦେବତା । ହଁ ଆଜ୍ଞା, ଏକଥା ସମସ୍ତେ ଜାଣନ୍ତି । ହେଲେ ଏହି ଦେବ ତୁଲ୍ୟ ବାପା ନିଜ ଜନ୍ମ କଲା ପୁଅ ସହ ଯାହା କରିଛି ତାହା ଆପଣ ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ । ରକ୍ତ ସମ୍ପର୍କ ଭୁଲିଗଲା ବାପା । ନିଜ ପୁଅଙ୍କୁ ଅତି ବିଭତ୍ସ ଭାବେ କଲା । ଏଭଳି ଜଘନ୍ୟ କାଣ୍ଡ ଘଟାଇବା ପରେ ଟିକେ ବି ଅବସୋସ ନାହିଁ ବାପା ମନରେ । ଏଭଳି କାଣ୍ଡ ପରେ ଏବେ ସମଗ୍ର ଗାଁରେ ଖେଳି ଯାଇଛି ଦୁଃଖର ବାତାବରଣ ।
ଯାହା ସୂଚନା ମିଳିଛି ଘଟଣା ଘଟାଇବା ପରେ ହତ୍ୟାକାରୀ ବାପା ବଳରାମ ପ୍ରଧାନକୁ ଗିରଫ କରିଛି ସାରଙ୍ଗଡ଼ ପୋଲିସ୍ । ଏଥିସହ ମୃତ ନାବାଳକ ପୁଅର ମୃତଦେହ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ବାଲିଗୁଡା ମେଡିକାଲକୁ ପଠାଇଛି ସାରଙ୍ଗଡ଼ ପୋଲିସ୍ । ସୂଚନା ଅନୁଯାୟୀ, ବଳରାମ ପ୍ରଥମ ସ୍ତ୍ରୀକୁ ଛାଡି ଦ୍ଵିତୀୟ ସ୍ତ୍ରୀ ସହ ରହୁଥିଲା । କିନ୍ତୁ ପ୍ରଥମ ସ୍ତ୍ରୀର ପୁଅ ଅଭିଯୁକ୍ତ ବଳରାମ ସହ ଘରେ ରହୁଥିଲା ।
ଗତକାଲି ବିଳମ୍ବିତ ରାତିରେ ବଳରାମ ଘରକୁ ଫେରିବା ପରେ କୌଣସି ଘଟଣାକୁ ନେଇ ଉଗ୍ର ରୂପ ଧାରଣ କରିଥିଲା ବାପା ବଳରାମ । ଘର ପାଖରେ ଥିବା ବର୍ଜ୍ୟ ବସ୍ତୁ କେନ୍ଦ୍ର ପାଖରେ ପୁଅ ବସିଥିବା ସମୟରେ ସେଠାକୁ ଯାଇ ପାଟି ତୁଣ୍ଡ କରିଥିଲା । ଆଉ ଶେଷରେ ନିଜର ହିତାହିତ ଜ୍ଞାନ ହରାଇ ନିଜ ନାବାଳକ ପୁଅକୁ ପଥରରେ ଛେଚି ହତ୍ୟା କରିଥିଲା । ଘଟଣା ନେଇ ଜାଣିବା ପରେ ପୋଲିସ୍ ପହଁଚି ବାପା ବଳରାମକୁ ଗିରଫ କରି ପଚରା ଉଚରା କରୁଛି । ତେବେ ତଦନ୍ତ ପରେ ଜଣାପଡ଼ିବ ଏହି ନୃଶଂସ ବାପା କେଉଁ କାରଣ ପାଇଁ ନିଜ ପୁଅକୁ ଏପରି ଅମାନୁଷିକ ଭାବେ ହତ୍ୟା କଲା ।
ଆହୁରି ପଢନ୍ତୁ: ବାଲିଗୁଡାରେ ଚାଞ୍ଚଲ୍ୟ, ବନ୍ଦ କୋଠରୀରେ ଯୁବତୀଙ୍କୁ ୬ଦିନ ଧରି ଗଣଦୁଷ୍କର୍ମ
The post ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ: ସୈତାନ ବାପା ଘଟାଇଲା ପ୍ରଥମ ସ୍ତ୍ରୀର ପୁଅ ସହ ନାରକୀୟ କାଣ୍ଡ appeared first on KNews Odisha.