୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ହୋଇଥିବା ବେଳେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଥିବା ସ୍ୱତନ୍ତ୍ର ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ଏହି ସୂଚନା ଦିଆଯାଇଛି । ପୋଷ୍ଟ ମର୍ଟମ ଓ ତଦନ୍ତ ପରେ ଅଂଶୁଘାତ ଜନିତ ମୃତ୍ୟୁ ନେଇ ସ୍ପଷ୍ଟ କରାଯାଇଛି । ଚଳିତ ଗ୍ରୀଷ୍ମ ଋତୁରେ […] The post ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା appeared first on KNews Odisha.

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା
sun

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ହୋଇଥିବା ବେଳେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଥିବା ସ୍ୱତନ୍ତ୍ର ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ଏହି ସୂଚନା ଦିଆଯାଇଛି ।

ପୋଷ୍ଟ ମର୍ଟମ ଓ ତଦନ୍ତ ପରେ ଅଂଶୁଘାତ ଜନିତ ମୃତ୍ୟୁ ନେଇ ସ୍ପଷ୍ଟ କରାଯାଇଛି । ଚଳିତ ଗ୍ରୀଷ୍ମ ଋତୁରେ ୧୪୧ଟି ଅଂଶୁଘାତ ଜନିତ ମୃତ୍ୟୁ ନେଇ ଜିଲ୍ଲାପାଳଙ୍କ ମାନଙ୍କ ଦ୍ୱାରା ରିପୋର୍ଟ ହୋଇଥିଲା । ଏଥିରୁ ୨୬ଟି ମୃତ୍ୟୁ ସନଷ୍ଟ୍ରୋକ ନେଇ ସ୍ପଷ୍ଟ ହୋଇଥିବା ବେଳେ ୮ଜଣଙ୍କ ଅନ୍ୟକାରଣରୁ ମୃତ୍ୟୁ ଘଟିଛି । ଜିଲ୍ଲାପାଳ ମାନଙ୍କ ଠାରେ ୧୦୭ଟି ମୃତ୍ୟୁ ଅଭିଯୋଗର ତଦନ୍ତ ପେଣ୍ଡିଂ ରହିଛି ।

The post ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା appeared first on KNews Odisha.